Odisha news

ଖରାଦିନିଆ ଫଳ ଅଙ୍ଗୁର : ପୋଷାକ ତତ୍ତ୍ଵ ରେ ଭରପୁର , ମିଳିଥାଏ ଶରୀରକୁ ଏହିସବୁ ଲାଭ

0
ଖରାଦିନ ଆସିବା ମାତ୍ରକେ ବଜାରରେ ଅଙ୍ଗୁର ର ସମ୍ଭାର ଦେଖିବାକୁ ମିଳିଥାଏ । ଅଙ୍ଗୁର ଗୋଟିଏ ସୁସ୍ୱାଦୁ ଫଳ ହୋଇଥିବା କାରଣରୁ ଆମେ ନକିଣି ରହି ପାରି ନଥାଉ । ଏହାପରେ ଆମେ ନିଜ ଲୋଭ କୁ ସମ୍ବରଣ କରି ନପାରି ଫଳ ଦୋକାନ ରେ ପହଞ୍ଚି ଥାଉ ଓ ବିଭିନ୍ନ ପ୍ରକାରର ଅଙ୍ଗୁର ଦେଖି ଦ୍ଵନ୍ଦରେ ପଡ଼ିଥାଉ ଯେ କେଉଁ ଅଙ୍ଗୁର ଟି ନେବା ଆବଶ୍ୟକ , କଳା ନା ସବୁଜ ରଙ୍ଗ ର ଅଙ୍ଗୁର ନେବା ଆବଶ୍ୟକ । ସ୍ଵାଦ ଓ ସ୍ଵାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ୨ଟି ଯାକ ଅଙ୍ଗୁର କେହି କାହାକୁ କମ୍ ନୁହନ୍ତି । ଗୋଟିଏ ପ୍ରଜାତି ର ହୋଇ ମଧ୍ୟ ଉଭୟ ଅଙ୍ଗୁର ଅଲଗା ଅଲଗା ପୋଷାକ ତତ୍ତ୍ଵ ରେ ଭରପୁର ଅଟନ୍ତି । ଆଜି ଆସନ୍ତୁ ଜାଣିବା କେଉଁ ଅଙ୍ଗୁର ରେ କେଉଁ ଗୁଣ ରହିଛି, ଯାହାଦ୍ଵାରା ଆପଣ ଆଗକୁ ଅଙ୍ଗୁର କିଣିବାରେ ହଇରାଣ ହେବେ ନାହିଁ ।

କଳା ଅଙ୍ଗୁର ରେ ରହିଛି ଏହିସବୁ ପୋଷାକ ତତ୍ତ୍ଵ :-
– କଳା ଅଙ୍ଗୁର ରେ ପୋଟାସିୟମ , ମଗ୍ନେଶିୟମ , କ୍ୟାଲସିୟମ ବ୍ୟତୀତ ଭିଟାମିନ ସି ଭରପୁର ମାତ୍ରାରେ ରହିଛି ।
– ଆଖିର ଦୃଷ୍ଟି ଶକ୍ତି ପାଇଁ କଳା ଅଙ୍ଗୁର ଖାଇବା ଖୁବ୍ ହିତକର ।
– ପୋଟାସିୟମ ରେ ଭରପୁର କଳା ଅଙ୍ଗୁର ହାର୍ଟ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ହିତକର ଅଟେ । ଏଥିରେ ସାଇଟୋକେମିକାଲ ରହିଛି । ଯାହା ହାର୍ଟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
– ଏହି ଅଙ୍ଗୁର ରେ ରହିଥିବା ଭିଟାମିନ ଇ ଆପଣଙ୍କ ସ୍କୀନ ଓ କେଶ କୁ ସୁନ୍ଦର୍ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ ସି ମଧ୍ୟ ରହିଥାଏ , ଯାହାକି ଆମର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ ।
– ଯେଉଁ ବ୍ୟକ୍ତି ମାନେ ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ଫଳ ଖୁବ୍ ଉତ୍ତମ ଅଟେ । କାହିଁକି ନା ଅଙ୍ଗୁର ରେ ଫ୍ୟାଟ ବର୍ନ କରିବାର ଗୁଣ ରହିଛି । ତେଣୁ ଓଜନ ହ୍ରାସ ହେବାରେ ସାହାଯ୍ୟ କରିଥାଏ ।
– କିଡନୀ କୁ ସୁସ୍ଥ ରଖିବା ପାଇଁ କଳା ଅଙ୍ଗୁର ଖୁବ୍ ହିତକର ଅଟେ । କଳା ଅଙ୍ଗୁର ସେବନ କରିବା ଦ୍ୱାରା ୟୁରିକ୍ ଟ୍ରାକ ସଫା ରହିଥାଏ ଓ ଶରୀର ଡିଟକ୍ସ ହୋଇଥାଏ ।
* ସବୁଜ ରଙ୍ଗ ର ଅଙ୍ଗୁର ରେ ରହିଛି ଏହିସବୁ ପୋଷାକ ତତ୍ତ୍ଵ –
– ସବୁଜ ଅଙ୍ଗୁର ରେ କାର୍ବସ୍, ପ୍ରୋଟିନ , ଫାଇବର, ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ ।
– କଳା ଅଙ୍ଗୁର ଭଳି ସବୁଜ ବା ଧଳା ଅଙ୍ଗୁର ମଧ୍ୟ ହାର୍ଟ ପାଇଁ ଖୁବ୍ ହିତକର ।
– ଏହି ଅଙ୍ଗୁର ରେ ଅନେକ ମାତ୍ରାରେ ଫାଈଟୋ କେମିକାଲ ରହିଛି । ଯାହାକି ମସ୍ତିସ୍କ କୁ ଆରାମ ଦେଇଥାଏ।
– ଧଳା ଅଙ୍ଗୁର ରେ ଭରପୁର ମାତ୍ରାରେ ଫାଇବର ରହିଥାଏ ଯାହାକି ଓଜନ ହ୍ରାସ କରିବା ସହିତ ପେଟ କୁ ସଫା ରଖିଥାଏ ।
– ଯେଉଁ ବ୍ୟକ୍ତି ମାନେ କୋଷ୍ଠ କାଠୀନ୍ୟ ସମସ୍ୟା ରେ ପୀଡ଼ିତ ଅଛନ୍ତି ସେମାନେ ନିୟମିତ ଯେ କୌଣସି ଅଙ୍ଗୁର ସେବନ କରିବା ହିତକର ଅଟେ ।
– ଅଙ୍ଗୁର ସେବନ ଦ୍ଵାରା ରକ୍ତରେ ହେମୋଗ୍ଲବିନ୍ ଠିକ୍ ମାତ୍ରାରେ ରହିଥାଏ । ଏହାଛଡା ଏନୀମିଆ ରୋଗ ଠାରୁ ମଧ୍ୟ ଦୂରେଇ ରହିବେ ।
* ଅଙ୍ଗୁର କୁ ନିୟମିତ ଯୁଷ ଭାବରେ ମଧ୍ୟ ସେବନ କରି ପାରିବେ । ଏଥିରେ କୌଣସି ପ୍ରକାରର ଅର୍ଟିଫିଶିଆଲ୍ ସୁଗର ମିଶାଇବା ଉଚିତ୍ ନୁହେଁ । ପ୍ରାକୃତିକ ଭାବରେ ଅଙ୍ଗୁର ରସ ସେବନ କରିବା ଦ୍ୱାରା ଶରୀର କୁ ଚମତ୍କାର ଲାଭ ମିଳିବ ।
Leave A Reply