Odisha news

ଖୋର୍ଦ୍ଧା : ଗ୍ରାନାଇଟ ବୋଝେଇ ୨ଟ୍ରକ ଜବତ୍; ମାଲିକଙ୍କ ସମେତ ୪ ଗିରଫ

0

ଖୋର୍ଦ୍ଧା : ଆଜି ଶିଳ୍ପାଂଚଳ ଫାଣ୍ଡି ପୁଲିସ ଫାଣ୍ଡି ସମ୍ମୁଖ ଜାତୀୟ ରାଜପଥ ଉପରୁ ୨ଟି ଗ୍ରାନାଇଟ୍ ବୋଝେଇ ଗାଡି ଜବତ କରିଥିବାବେଳେ ଦୁଇ ମାଲିକଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି । ଗିରଫ ମାଲିକ ଦ୍ୱୟ ହେଲେ ପ୍ରଦୀପ୍ତ କୁମାର ଜେନା ଓ ସେକ୍ ଫକିରଦ୍ଦୁନ୍ ଏବଂ ଡ୍ରାଇଭର ଦୁଇଜଣ ହେଲେ ପ୍ରଭାତ କୁମାର ରାୟ, ସମସେନ ମହମ୍ମଦ ।

ପୁଲିସ ସୂଚନା ଅନୁସାରେ, ଶନିବାର ସଟଡାଉନ ଥିବାରୁ ଜାତୀୟ ରାଜପଥ ଉପରେ ବିଭିନ୍ନ ଗାଡିକୁ ଯାଂଚ କରାଯାଉଥିଲା । ଉକ୍ତ ସମୟରେ ଓଆର-୧୪ଏମ୍-୫୧୩୫ ଏବଂ ଓଆର.୦୨-ଏକୁ୍ୟ-୮୭୬୬ ନମ୍ବର ବିଶିଷ୍ଟ ଦୁଇଟି ଚୋରା ଗ୍ରାନାଇଟ ବୋଝେଇ ଟ୍ରକ୍ କୁ ପୁଲିସ ଜବତ କରିଥିଲା । ଏହତି ଘଟଣାରେ ୨୩୭/୨୦୨୦ରେ ଏକ ମାମଲା ରୁଜୁ କରି ଦୁଇମାଲିକଙ୍କ ସମେତ ୨ଡ୍ରାଇଭରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଫାଣ୍ଡି ଅଧିକାରୀ ଦିଗବିଜୟ ବିଶ୍ୱାଳ କହିଛନ୍ତି ।

Nalco
Leave A Reply