ବାରିପଦା : ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ଲକ୍ଷାଧିକ ବେକାର ଯୁବକଯୁବତୀ ଏବଂ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମହାମାରୀ କରୋନା ପ୍ରଭାରୁ ପୁନଶ୍ଚ ନିଜ ଜିଲ୍ଲାକୁ ଫେରିଆସୁଥିବା ହଜାରହଜାର ଯୁବକଯୁବତୀଙ୍କୁ ରୋଜଗାରକ୍ଷମ କରିବା ସକାଶେ ନୂତନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାର ମୋତେ ରୋଜଗାର ଦିଅ ଅଭିଯାନ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ପୃଥକ ପୃଥକ ଭାବେ ଦୁଇଗୋଟି ଦାବୀପତ୍ର ମୟୂରଭଞ୍ଜ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଏହି ପ୍ରତିନିଧି ମଣ୍ଡଳୀରେ ଅଭିଯାନର ଆବାହକ କଳିଙ୍ଗ କେଶରୀ ଜେନା, ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ରାକେଶ ସିଂ, ଭଞ୍ଜସେନା ସଭାପତି ପିଣ୍ଟୁ ମାଇତି, ସଂଯୋଜକ ରାକେଶ ବେହେରା, କାର୍ଯ୍ୟକାରୀ ସଭାପତି ବାଜୁନ ହାଁସଦାଃ ଓ ସମ୍ପାଦକ ରାକେଶ ମହାନ୍ତି ପ୍ରମୁଖ ସାମିଲ ଥିଲେ ।