ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ,ନୂଆ କରୋନା ପଜିଟିଭ ଗଞ୍ଜାମ ଜିଲ୍ଲାର ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
ଭୁବନେଶ୍ୱର: ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୭୭ରେ ପହଂଚିଛି | ଏହି ନୂଆ କରୋନା ପଜିଟିଭ ଗଞ୍ଜାମ ଜିଲ୍ଲାର ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ତେଣେ ରାଜ୍ୟରେ ଦ୍ବିତୀୟ କରୋନା ମୃତ୍ୟୁ ସଂପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପୋର୍ଟାଲରୁ ସୂଚନା ମିଳିଛି। ପ୍ରାଥମିକ ଭାବରେ ଖୋର୍ଦ୍ଧା ଜିଲ୍ଲାରେ ଜଣେ କରୋନା ପଜିଟିଭଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି | ତେବେ ମୃତକଙ୍କ ବାବଦରେ ବିସ୍ତୃତ ତଥ୍ୟ ମିଳିପାରିନାହିଁ |
ଗତକାଲି ଗୋଟିଏ ଦିନରେ ଆଉ ୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତକାଲି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୬ରେ ଥିବାବେଳେ ଆଜି୧୭୭ରେ ପହଂଚିଛି | ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏ ପର୍ଯ୍ୟନ୍ତ ୪୪୬୬୩ ନମୁନା ପରୀକ୍ଷା ହୋଇଥିବା ବେଳେ ୧୭୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।