ରାଜ୍ୟରେ ଜଙ୍ଗଲ ଧ୍ୱଂସ ହେଉଥିବା ବେଳେ ରାଜ୍ୟ ସରକାର ଙ୍କ ପ୍ରୟାସ : ବନ ମହୋତ୍ସବ ରେ ଦେଡ଼ ଲକ୍ଷ ଚାରା ମାଗଣାରେ ବାଣ୍ଟିବ ବନ ବିଭାଗ।
ବୋରିଗୁମ୍ମା (K.sakil Dora)– ସାରା ରାଜ୍ୟରେ ଜଙ୍ଗଲ ଧ୍ୱଂସ ହେଉଥିବା ବେଳେ ରାଜ୍ୟ ସରକାର ଙ୍କ ବନ ବିଭାଗ ପ୍ରତି ବର୍ଷ ବନ ମହୋତ୍ସବ ରେ ସାଧାରଣ ଲୋକଙ୍କ ସହ ବିଭିନ୍ନ ପ୍ରତିଷ୍ଠାନ କୁ ମାଗଣାରେ ବିଭିନ୍ନ ପ୍ରକାର ଚାରା ବଣ୍ଟନ କରୁଛି। ଏଥିପାଇଁ ବନ ବିଭାଗ ଏବେ ଠାରୁ ଚାରା ପ୍ରସ୍ତୁତ କଲେଣି। ବୋରିଗୁମ୍ମା ବନ ବିଭାଗ ତରଫରୁ ଚଳିତ ବର୍ଷ ବ୍ଲକରେ ଦେଡ଼ ଲକ୍ଷ ଚାରା ଲୋକ ମାନଙ୍କୁ ମାଗଣାରେ ବଣ୍ଟନ କରିବ। ଆସନ୍ତା ଜୁଲାଇ ମାସ ପ୍ରଥମ ସପ୍ତାହ ରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି।
ଏହି ସପ୍ତାହ ରେ ବିଭିନ୍ନ ସ୍କୁଲ, ଘରୋଇ ପ୍ରତିଷ୍ଠାନ ଓ ସାଧାରଣ ଲୋକ ମାନଙ୍କୁ ଚାରା ବଣ୍ଟନ କରିବ।।ଉଭୟ ଔଷଧୀୟ ଚାରା ଓ ସାଧାରଣ ଚାରା ବଣ୍ଟନ କରାଯିବ ବୋଲି ବୋରିଗୁମ୍ମା ବନ ବିଭାଗ ରେଞ୍ଜର ଦିଲ୍ଲୀପ କୁମାର ପଟ୍ଟନାୟକ କହିଛନ୍ତି।ଔଷଧୀୟ ଚାରା ମଧ୍ୟରେ ଅଁଳା, ବାହାଡ଼ା, ଚନ୍ଦନ, କରଞ୍ଜ , ବେଳଓ ଅନ୍ୟାନ୍ୟ ଚାରା ମଧ୍ୟରେ ବଡ଼ ଚାକୁଣ୍ଡା, ବାଉଁଶ, ମୁଣ୍ଡି,ଶିରିପ, ଅସନ ,ଶାଗୁଆନ ଭଳି ୨୫ ପ୍ରକାର ଚାରା ପ୍ରଦାନ କରାଯିବ। ବନ ବିଭାଗ ର କାମ୍ପା, ଓ ଇ ଏମ ଏସ , ଏସ ଇ ଏ ଏବଂ ମନରେଗା ଯୋଜନା ରେ ଚାରା ପ୍ରସ୍ତୁତ ହେଉଛି। ବୋରିଗୁମ୍ମା ବନ ବିଭାଗ ନର୍ସରୀ ରେ ଗୋଟିଏ ରୁଟ ଟ୍ରେନର ନର୍ସରୀ ତିଆରି କରାଯାଇ ସେହି ନର୍ସରୀ ରେ ୪୦ ହଜାର ଚାରା ରୋପଣ କରାଯାଇଛି।
ମନରେଗା ଯୋଜନାରେ ୨୦ ଜଣ ଶ୍ରମିକ ପ୍ରତିଦିନ କାମ କରୁଥିବା ରେଞ୍ଜର ଶ୍ରୀ ପଟ୍ଟନାୟକ କହିଛନ୍ତି।ବର୍ତ୍ତମାନ ବୋରିଗୁମ୍ମା ବନ ବିଭାଗ ଚାରା ପ୍ରସ୍ତୁତି ରେ ଲାଗିଥିବା ଜଣାଯାଇଛି।