Odisha news

ପେଟ ପାଇଁ ଭୋକ : ହାଇଦ୍ରାବାଦରୁ ଚାଲି ଚାଲି ଗାଁରେ ପହଞ୍ଚିଲା ଶ୍ରମିକ

0
ଛତ୍ରପୁର,୨୯/୪ : ହାଇଦ୍ରାବାଦରୁ ଚାଲି ଚାଲି ଜଣେ ଶ୍ରମିକ ନିଜ ଗାଁରେ ପହଞ୍ଚିଛି । ଭିଟାମାଟି ଗାଁକୁ ଫେରିଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଚମାଖଣ୍ଡି ପଞ୍ଚାୟତ ସିନ୍ଦିରାପଲ୍ଲୀ ଗ୍ରାମର ଶ୍ରମିକ ଗଣେଶ ପ୍ରଧାନ(୨୩)ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପଞ୍ଚାୟତ ସଙ୍ଗରୋଧ କକ୍ଷରେ ରଖାଯାଇଛି । ଗଣେଶ ଗତ ଦୁଇମାସ ହେଲା ଶ୍ରମିକ କାମ କରିବା ପାଇଁ ହାଇଦ୍ରାବାଦକୁ ଗସ୍ତ କରିଥିଲେ । ଲକ୍‌ଡାଉନ୍ ଚାଲିଥିବା ବେଳେ ଠିକାଦାର ତାଙ୍କୁ ଆଉ ଖାଇବା ପିଇବା ବନ୍ଦ କରିଦେଇଥିଲେ । ବହୁ ଦିନ ଭୋକ ଉପାସରେ ରହିବା ପରେ ଗତ ୨୦ ତାରିଖ ଠାରୁ ହାଇଦ୍ରାବାଦରୁ ଚାଲି ଚାଲି ଗତକାଲି ବିଶାଖପାଟଣା ଠାରେ ପହଞ୍ଚିଥିଲେ । ସେଠାରୁ ଲିପ୍ଟ ମାଗି ଚିକିଟି ପର୍ଯ୍ୟନ୍ତ ପହଞ୍ଚିଥିଲେ । ପରେ ଚିକିଟି ଠାରୁ ଚାଲି ଚାଲି ସିନ୍ଦିରାପଲ୍ଲୀ ଗ୍ରାମରେ ଗଣେଶ ପହଞ୍ଚିଥିଲେ । ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପ୍ରଧାନଙ୍କ ଆସିବାର ସୂଚନା ଦେବା ପରେ ତାଙ୍କରି ସ୍ୱାସ୍ଥ୍ୟ ପରୀକ୍ଷା କରି ୧୪ ଦିନିଆ ସଙ୍ଗରୋଧ କକ୍ଷରେ ରଖାଯାଇଥିଲା ।
Leave A Reply