Odisha news

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ସ୍ଥାପନ ହେଲା ଅଟୋମେଟିକ ସାନିଟାଇଜ ମେସିନ

0

ଛତ୍ରପୁର 29/4:କରୋନା କୁ ଦୃଷ୍ଠିରେ ରଖି ଲୋକଙ୍କ ସୁରକ୍ଷା ନିମନ୍ତେ ବୁଧୁବାର ସ୍ଥାନୀୟ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅଟୋ ମେଟିକ  ସାନିଟାଇଜେଶନ ମେସିନ କାର୍ଯ୍ୟକ୍ଷମ ହୋଇଛି l   ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଥମେ ଏହି ଅଟୋମେଟିକ ସାନିଟାଇଜେଶନ ମେସିନ ରେ  ପ୍ରଥମେ ପ୍ରବେଶ କରି ଏହାକୁ ଶୁଭାରମ୍ଭ କରିଥିଲେ l ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ୬୫ ହଜାର ଟଙ୍କା ବ୍ୟୟ ରେ  ଏହି ଅଟୋ ମେଟିକ  ସାନିଟାଇଜେଶନ  ମେସିନ ପ୍ରଦାନ କରାଯାଇଛି । ଏହା ଦ୍ୱାରା  ଚିକିତ୍ସାଳୟକୁ ଆସୁଥିବା ସମସ୍ତ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମାନେ ନିଜର ପୁରା ଦେହକୁ  ସାନିଟାଇଜର କରିପାରିବେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ,ଛତ୍ରପୁର ବ୍ଲକ ଅଧ୍ୟକ୍ଷ ତଥା ରୋଟାରିୟାନ ଏମ୍ . ଧନଞ୍ଜୟ ରେଡ୍ଡି,ଉପଖଣ୍ଡ ଚିକିତ୍ସାଳୟ ର ଅଧ୍ୟକ୍ଷ ଡଃ କାହ୍ନୁ ଚରଣ ପାତ୍ର , ହଷ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା,ରୋଟାରୀ କ୍ଲବ ର ସଭାପତି ନିରଞ୍ଜନ ପାତ୍ର,ସଂପାଦକ ପ୍ରସନ୍ନ କୁମାର ପତି,ରୋଟାରୀୟାନ ବିଜୟ କୃଷ୍ଣ ପଟ୍ଟନାୟକ,ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସୁରଜିତ ସାମନ୍ତରାୟ,ଏସ୍‌. ରେଖା ମହାନ୍ତି,ପି.ଚନ୍ଦ୍ର ଶେଖର ରାଓ,ଧୀରେନ୍ଦ୍ର ନାଥ ପଣ୍ଡା,ବିଘ୍ନେଶ୍ୱର ରଥ,ଭି. ତ୍ରିନାଥ ରାଓ,କେ.ବାସୁଦେବ ରାଓ, କୀର୍ତ୍ତି ରଂଜନ ମହାପାତ୍ରଙ୍କ ସମେତ ବହୁ ରୋଟାରୀ କ୍ଲବ ର ସଦସ୍ୟ ଏବଂ ଚିକିତ୍ସାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପୂର୍ବରୁ କ୍ଲବ ପକ୍ଷରୁ ସ୍ଥାନୀୟ ରେଳ ଷ୍ଟେସନ ରେ ଯାତ୍ରୀ ମାନଙ୍କ ନିମନ୍ତେ ମାସ୍କ ଓ ସଚେତନତା ନିମନ୍ତେ ଲିଫଲେଟ ପ୍ରଦାନ କରିବା ସହ ହାତ ଧୁଆ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିବା କ୍ଲବ ପକ୍ଷରୁ ସୁଚନା ମିଳିଛି ।

Leave A Reply