ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲଙ୍କ କୋଭିଡ-୧୯ ସମ୍ପର୍କରେ ସମୀକ୍ଷା ବୈଠକ
ଖୋର୍ଦ୍ଧା,୨୯ା୪: କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲ ଜିଲ୍ଲାରେ କୋଭିଡ-୧୯ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ରାଜସ୍ୱ କମିଶନର ଅଧ୍ୟକ୍ଷତା କରି କୋଭିଡ-୧୯ ନିମନ୍ତେ ଜିଲ୍ଲାରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
ବାହାର ରାଜ୍ୟରେ ଥିବା ଓଡିଶାର ଶ୍ରମିକ ଓ ଲୋକମାନେ ଜିଲ୍ଲାକୁ ଫେରିଲେ ସେମାନଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଯଥାଶୀଘ୍ର କରିବାକୁ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଗୁରୁତ୍ୱ ଦେଇଥିଲେ । ଜିଲ୍ଲାକୁ ବାହାରୁ ଆସୁଥିବା ଲୋକମାନଙ୍କ ନିମନ୍ତେ ଗ୍ରାମାଂଚଳ ଓ ସହରାଂଚଳରେ ଟେମ୍ପୋରାରି ମେଡିକାଲ ସେଂଟର ଓ କ୍ୱାରେଂଟାଇନ ରେ ରହିବା ଲାଗି ବ୍ୟବସ୍ଥା କରାଯାଉଛି । ଏଥିଲାଗି ଦିଆଯାଉଥିବା ଅର୍ଥକୁ ଠିକଭାବେ ବିନିଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ । ଓଡ଼ିଶା ବାହାରୁ ଜିଲ୍ଲାକୁ ଆସୁଥିବା ଲୋକମାନଙ୍କୁ ୧୪ ଦିନ କ୍ୱାରେଂଟାଇନରେ ରଖାଯିବ । ସେମାନଙ୍କ ନିମନ୍ତେ ରହିବା, ଖାଇବା ବ୍ୟବସ୍ଥା ଅସ୍ଥାୟୀ ଶିବିରରେ କରାଯିବ । ଏଥିସହିତ ସେଠାରେ ପାନୀୟ ଜଳ, ଶୌଚାଳୟ, ପଙ୍ଖା, ଅଲୋକ ବ୍ୟବସ୍ଥା, ପରିସ୍କାର ପରିଛନ୍ନ କରିବାକୁ ରାଜସ୍ୱ କମିଶନର ଗୁରୁତ୍ୱ ଦେଇଥିଲେ ।
କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରି ଆନୁସଙ୍ଗିକ ସ୍ୱାସ୍ଥ୍ୟବସ୍ଥାକୁ ଦେଖିଛନ୍ତି । ଯେଉଁ କ୍ୱାରେଂଟାଇନ ଓ ଟେମ୍ପୋରାରୀ ମେଡିକାଲ କ୍ୟାମ୍ପ ରେ ଅଧିକ ଶୌଚାଳୟ ର ଆବଶ୍ୟକତା ରହିଛି, ତାହା ସେଠାରେ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ଜିଲ୍ଲାରେ ମହାମ୍ôାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଅଧିକ ଶ୍ରମ ଦିବସ କରି ଶ୍ରମିକମାନଙ୍କୁ କାମ ଯୋଗାଇ ୋଦବାକୁ ପରାମର୍ଶ ଦେଇଛନ୍ତି ।
ଜିଲ୍ଲାପାଳ ଖୋର୍ଦ୍ଧା ସୀତାଂଶୁ କୁମାର ରାଉତ ଜିଲ୍ଲାର ଗ୍ରାମାଂଚଳ ଓ ସହରାଂଚଳରେ ଥିବା ଟେମ୍ପୋରାରୀ ମେଡିକାଲ କ୍ୟାମ୍ପ ଏବଂ କ୍ୱାରେଂଟାଇନ ସେଂଟରରେ ପ୍ରାୟ ୨୦ହଜାର ଲୋକଙ୍କ ନିମନ୍ତେ ୨ହଜାର ଶୌଚାଳୟ ବ୍ୟବସ୍ଥା ଓ ପାନୀୟ ଜଳର ବ୍ୟବସ୍ଥା କରିବାକୁ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ଅନ୍ୟ ରାଜ୍ୟରୁ ଆସି ଜିଲ୍ଲାରେ ରହିଥିବା ଶ୍ରମିକ ମାନଙ୍କୁ ଖାଦ୍ୟ ଯୋଗାଇବା ଓ ରହିବା ପାଇଁ ବ୍ୟବସ୍ଥା କରାଯାଉଥିବାବେଳେ ଅସହାୟ ମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ଜିଲ୍ଲାପାଳ କହିଥିଲେ । ପ୍ରତି ବ୍ଲକ୍ରେ ସ୍ୱାସ୍ଥ୍ୟ ଶିବିର ଓ ଭ୍ରାମ୍ୟମ୍ରାଣ ସ୍ୱାସ୍ଥ୍ର ପରୀକ୍ଷା ପାଇର୍ ଜିଲ୍ଲା ମୁଖ୍ୟ ଚିକିସôାଅଧିକାରୀ ବ୍ୟବସ୍ଥା କରିବେ ବୋଲି ବୈଠକରେ ଆଲୋଚନା ହୋଇଥିଲା ।
ଜିଲ୍ଲାର ଭୁବନେଶ୍ୱର ମୁନିସିପାଲ କର୍ନୋରେସନକୁ ଛାଡି ୧୦୯୭ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିବା ଜିଲ୍ଲାପାଳ ବୈଠକରେ ସୁଚନା ଦେଇଥିଲେ । ଜିଲ୍ଲାର ସମସ୍ତ ଗ୍ରାମପଂଚାୟତ, ପୌରପରିଷଦ, ବିଜ୍ଞପିତ ଅଂଚଳ ପରିଷଦ ପ୍ରଭୃତି ଅଂଚଳରେ ୨୧୦ଟି ଅସ୍ଥାୟୀ ମେଡିକାଲ ସେଂଟର କରାଯାଇଛି ।
ତନ୍ମଧ୍ୟରେ ପଂଚାୟତ ସ୍ତରରେ ୨୦୧ଟି ଏବଂ ପୌରଂଚଳରେ ୯ଟି ରହିଛି । ଏଥିସହିତ ଭୁବନେଶ୍ୱର ବ୍ଲକ୍ ରେ ୧୨ଟି ଜିଲ୍ଲାସ୍ତରୀୟ କ୍ୱାରେଂଟାଇନ ସେଂଟର ଓ ଜଟଣୀ ବ୍ଲକ୍ ରେ ୫ଟି କ୍ୱାରେଂଟାଇନ ସେଂଟର କରାଯାଇଛି । ଅସହାୟ ଲୋକମାନଙ୍କ ପାଇର୍ ଦୁଇଟଇ ଡେଷ୍ଟିଚୁ୍ୟଟ ହୋମ କରାଯାଇଛି । ଜିଲ୍ଲାରେ ପଞ୍ଜିକୃତ ୭୭୮ଜଣ ଉଠାଦୋକାନୀଙ୍କୁ ୩ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯାଇଥିବାବେଳେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଦେଢ ହଜାର ଲେଖାଏଁ ସହାୟତା ଦିଆଯାଉଛି । ଜିଲ୍ଲାକୁ ରାଜ୍ୟ ବାହାରୁ ୧୯୨୯୨ପ୍ରବାସୀ ଓଡିଆ ଆସିବା ଲାଗି ନାମ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୨୨୯୬ ଶମିକ ରହିଥିବା ଜଣାଯାଇଛି ।
ଏହାପରେ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଖୋର୍ଦ୍ଧାରେ ଥିବା କ୍ୱାରେଂଟାଇନ ସେଂଟର ବୁଲି ଦେଖିଥିଲେ । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧା ମନୋଜ କୁମାର ପାଢୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା ନିଦେ୍ର୍ଦଶକ ଦିଗନ୍ତ ରାଉତରାୟ, ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ବିଶ୍ୱରଞ୍ଜନ ପତି, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଖୋର୍ଦ୍ଧା ପୌରପରିଷଦ ନିର୍ବାହୀ ଅଧିକାରୀ, ଜଟଣୀ ପୌରପରିଷଦ ନିର୍ବାହୀ ଅଧିକାରୀ , ସହକାରୀ ଶ୍ରମ ଅଧିକାରୀ ପ୍ରମୁଖ ଉପସ୍ଥିତଥିଲେ ।