ଆପଣ ସରକାରଙ୍କ ସହିତ ବ୍ୟବସାୟ କରିବାକୁ ଚାହୁଁଛନ୍ତି କି ?ତେବେ ପଞ୍ଜିକରଣ କରନ୍ତୁ ଏବଂ ସରକାର ଦେଇଥିବା ବ୍ୟବସାୟିକ ସୁବିଧା ଜାଣନ୍ତୁ
ନୂଆଦିଲ୍ଲୀ :ଯଦି ଆପଣ କେନ୍ଦ୍ର ସରକାରଙ୍କ ସହିତ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅଟେ l କେନ୍ଦ୍ର ସରକାର ସମସ୍ତ ସରକାରୀ ବିଭାଗକୁ ଗମେଣ୍ଟ ଇ ମାର୍କେଟିଙ୍ଗ ସହିତ ଯୋଡି ଦିଆଯାଇଛି l ବର୍ତମାନ ସରକାରୀ ବିଭାଗ ନିଜର ଉପଯୋଗ ପାଇଁ ବସ୍ତୁ ଗୁଡିକୁ ଇ ପୋର୍ଟାଲ ଜରିଆରେ କିଣିବେ l
ଇ ପୋର୍ଟାଲ କଣ –
ମୋଦି ସରକାର ଇ ପୋର୍ଟାଲ ଜରିଆରେ ଗୋଟିଏ ଅନଲାଇନ ବଜାର ପ୍ରସ୍ତୁତ କରିଛନ୍ତି l ଆପଣ ନିଜ ଘରେ ରହି GeM ସହିତ ଯୋଡି ହୋଇ ପାରିବେ l ସେଥିପାଇଁ ଆପଣଙ୍କୁ GeM ରେ ରେଜିଷ୍ଟ୍ରେସନ କରିବାକୁ ପଡିବ l ରେଜିଷ୍ଟ୍ରେସନ ପରେ ଆପଣ ସରକାରୀ ବିଭାଗର ଆବଶ୍ୟକ ଅନୁସାରେ ସପ୍ଲାଇ କରିପାରିବେ l ଏପରି କରିବା ପାଇଁ ଆପଣ ମାନୁଫାକଚର ସହିତ ଯୋଗାଯୋଗ କରିବାକୁ ପଡିବ ଓ ଆବଶ୍ୟକ ଅନୁଯାଇ ଜିନିଷ ପଠାଇବେ l ସରକାରୀ ବିଭାଗ ନିଜ ପାଇଁ ୫୦ ହଜାର ଟଙ୍କାର ଜିନିଷ ଇ ପୋର୍ଟାଲ ଜରିଆରେ କିଣି ପାରିବେ l
ଜେମ ଜରିଆରେ କେଉଁମାନେ କରି ପାରିବେ ବିକ୍ରି –
ଯେ କୌଣସି ବିକ୍ରେତା ଯାହା ବି ଉତ୍ପାଦନ କରୁଛନ୍ତି ଓ ପ୍ରମାଣିତ ଉତ୍ପାଦ ବିକ୍ରି କରୁଛନ୍ତି ତେବେ ଜେମ ତାଙ୍କୁ ସ୍ୱାଗତ କରୁଛି l l ଉଦାହରଣ ସ୍ୱରୂପ ଯଦି ଆପଣ କମ୍ପ୍ୟୁଟର ବିକ୍ରି କରୁଛନ୍ତି ତେବେ ଆପଣ GeM କୁ ଯାଇ ରେଜିଷ୍ଟ୍ରେସନ କରନ୍ତୁ l ଏହାପରେ ଯଦି ଭାରତ ସରକାରଙ୍କ କୌଣସି ବିଭାଗ କମ୍ପ୍ୟୁଟର କିଣିବାକୁ ଟେଣ୍ଡର ପକାଉଛନ୍ତି ତେବେ ଆପଣଙ୍କୁ ଏହି ବିଷୟରେ ସୂଚନା ଦିଆଯିବ ଓ ଆପଣ ଏହି ଟେଣ୍ଡର ପାଇଁ ବୋଲି ଲଗାଇ ପାରିବେ l
କିପରି କରାଇବେ ରେଜିଷ୍ଟ୍ରେସନ –
GeM ରେ ରେଜିଷ୍ଟ୍ରେସନ ର ପ୍ରକ୍ରିୟା ଅତି ସହଜ ଅଟେ l ଆବେଦକଙ୍କୁ GeM ରେ ଗୋଟିଏ ଫର୍ମ ଭରିବାକୁ ପଡିବ ଓ ଆଇଡି ,ପାସୱାର୍ଡ଼ ଜେନେରେଟ କରିବାକୁ ପଡିବ l ଗୋଟିଏ ଥର ରେଜିଷ୍ଟ୍ରେସନ କରିବା ପରେ ସରକାରଙ୍କର କୌଣସି ଅବଶ୍ୟକର ଟେଣ୍ଡର ର ସୂଚନା ବିକ୍ରେତାଙ୍କୁ ଏସଏମ ଏସ କିମ୍ବା ଇ ମେଲ ଜରିଆରେ ଦିଆଯିବ l ଆପଣ ଏହି ପୋର୍ଟାଲ ଜରିଆରେ ରେଜିଷ୍ଟ୍ରେସନ କରିବା ପରେ ସରକାରୀ କମ୍ପାନୀ ଗୁଡିକରେ ନିଜର ସର୍ଭିସ ମଧ୍ୟ ଦେଇ ପାରିବେ l
କେଉଁ ପ୍ରମାଣପତ୍ର ର ଆବଶ୍ୟକତା-
GeM ରେ ରେଜିଷ୍ଟ୍ରେସନ କରିବା ପାଇଁ ଆବେଦକଙ୍କ ପ୍ୟାନ କାର୍ଡ ,ଉଦ୍ୟୋଗ ଆଧାର କିମ୍ବା ଏମସିଏ ୨୧ ପଞ୍ଜିକରଣ ,ଭାଟ /ଟିନ ନମ୍ବର ,ବ୍ୟାଙ୍କ ପାସବୁକ ଓ କେୱାଇସି ଭଳି ପ୍ରମାଣପତ୍ର ,ଆବାସ ପ୍ରମାଣ ପତ୍ର ଓ କ୍ୟାନସେଲ ଚେକ ଆବଶ୍ୟକ l
ବର୍ତମାନ ପର୍ଯ୍ୟନ୍ତ ଅନେକ ବିକ୍ରେତା ଏହା ସହିତ ଯୋଡି ହୋଇଛନ୍ତି l GeM ରେ ବର୍ତମାନ ପର୍ଯ୍ୟନ୍ତ ୮,୬୧,୬୨୫ ବିକ୍ରେତା ଓ ସର୍ଭିସ ସହିତ ଯୋଡି ହୋଇଛନ୍ତି l ଯେଉଁଥିରେ ୩ ,୪୭ ,୪୦୧ ସୂକ୍ଷ୍ମ ଓ ଲଘୁ ଉଦ୍ୟୋଗ ରହିଛନ୍ତି l