ଛତ୍ରପୁର ( ଦିଲ୍ଲୀପ ପାଣିଗ୍ରାହୀ ): ଗୋପାଳପୁର ବନ୍ଦର ପରିସରରୁ ଲୁଟ୍ ମାମଲାରେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ ୯ ଜଣଙ୍କୁ ଗିରଫ କରିଛି । ବନ୍ଦର ପରିସରର ନୂଆ ରେଳଧାରଣା ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଗତ ୧୩ ତାରିଖରେ ଅଭିଯୁକ୍ତମାନେ ୪ ଗୋଟି ଟ୍ରକ ବ୍ୟାଟେରୀ, ଟଙ୍କା ଓ ମୋବାଇଲ୍ ଲୁଟ୍ କରିଥିଲେ । ଏନେଇ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ୨୬/୨୦ ଏକ ମାମଲା ରୁଜୁ ହୋଇଥିଲା ।

ଏହି ମାମଲାକୁ ଆଧାରରେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ଶର୍ମିଷ୍ଟା ପ୍ରଧାନଙ୍କ ଓ ସେକେଣ୍ଡ ଅଫିସର ମନସ୍ପିନୀ ମହାନ୍ତିଙ୍କ ନେତୃତ୍ୱରେ ଗତ ୨୭ ତାରିଖରେ ମାଟିଖାଲା ଗ୍ରାମର କୈଳାସ ପ୍ରଧାନ, ନରୋତ୍ମମ ପ୍ରଧାନ, ଡି.ରବି ଓରଫ୍ ଶ୍ରୀନୁ, ଜି.ପ୍ରକାଶଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିଲା । ସେହିପରି ଏହି ମାମଲାରେ ସଂପୃକ୍ତି ଥିବା ବାକି ୫ ଜଣ ଟୁଲୁ ପ୍ରଧାନ, ମନୁ ପ୍ରଧାନ, ଜିତୁ ପ୍ରଧାନ, ପ୍ରଦୀପ ପ୍ରଧାନ ଓରଫ୍ ମିଥୁନ, ରୋଶନ ପ୍ରଧାନ ଓରଫ୍ ଟିଟୁକୁ ଆଜି ଗିରଫ କରି କୋର୍ଟ ଚାଲଣ କରାଯାଇଛି ।

ସେମାନଙ୍କ ଠାରୁ ଲୁଟ୍ ହୋଇଥିବା ୪ ଗୋଟି ବ୍ୟାଟେରୀ, ମୋବାଇଲ, ୧୨୪୦ ଟଙ୍କା ଏବଂ ୨ଟି ଖଣ୍ଡା ଜବତ ହୋଇଛି ବୋଲି ଥାନା ସେକେଣ୍ଡ ଅଫିସର ମନସ୍ପିନୀ ମହାନ୍ତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here