Odisha news

କଟୁରୀରେ ହାଣି ବନ୍ଧୁକ ଦେଖାଇ ଲୁଟିନେଲେ ୪ଲକ୍ଷ ଟଙ୍କା ପୁଣି କଳା ପଲସର ଆତଙ୍କ

0

ଗୋପ-ଚାରିଛକ ରାସ୍ତାର ଏକ ନିଛାଟିଆ ଯାଗାରୁ ୫ଜଣ ଦୁର୍ବୁତ ୩ଟି ପଲସର ଗାଡିରେ ଆସି ବନ୍ଧୁକ ଦେଖାଇ କଟୁରୀରେ ଆକ୍ରମଣ କରି ମାର୍କେଟିଂ ଏଜେଣ୍ଟଙ୍କ ଠାରୁଲୁଟିନେଲେ ୪ଲକ୍ଷ ଟଙ୍କା । କୋଣାର୍କର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ହିନ୍ଦୁସ୍ଥାନ ଲିଭର କମ୍ପାନୀର ୫ ଜଣ କର୍ମଚାରୀ ଏକ ୭୦୯ ଗାଡି ନଂ ଓଆର ୦୨ ବିଡି ୧୨୬୮ମ୍ବର ରେ ମାଲ ନେଇ ଚାରିଛକ –ଗୋପ, ତମ୍ପାଳୋ ଆଦି ବିଭିନ୍ନ ବଡବଡ ବଜାରରେ କମ୍ପାନୀର ସାମଗ୍ରୀ ଲଗାଇ ଫେରିବା ସମୟରେ ବ୍ୟବସାୟୀଙ୍କ ଠାରୁ ପ୍ରାୟ ୪ଲକ୍ଷ ଟଙ୍କା କଲେକ୍ସନ କରି ଫେରୁଥିଲେ । ୭୦୯ ଗାଡିର ଆଗରେ ଡ୍ରାଇଭର ସମେତ ୨ଜଣ କର୍ମଚାରୀ ବସିଥିବା ବେଳେ ୩ଜଣ କର୍ମଚାରୀ ଗାଡିର ଡାଲାରେ ବସିରହିଥିଲେ । କର୍ମଚାରୀ ମାନେ ତମ୍ପାଳୋ ବଜାରରୁ ଗୋଟିଏ ଦୋକାନୀ ଠାରୁ କଲେକ୍ସନ ସାରି ୨ କିମି ବାଟ ଆସିବା ବାଟରେ ୫ଜଣ ଦୁର୍ବୁତ ୩ଟି ପଲସର ଗାଡିରେ ଆସି ୭୦୯ ଗାଡି ଆଗରେ ରଖି ଦେଇ ଚାବିଟିକୁ ଛଡାଇ ନେଇଥିଲେ । ଗାଡିର ଡାହାଣ ପଟେ ବସିଥିବା ଅସ୍ତରଙ୍ଗ ତଣ୍ଡାହାରର କର୍ମଚାରୀ କାହ୍ନୁଚରଣ ପାଢୀଙ୍କୁ ଦୁର୍ବୁତ କଟୁରୀରେ ଆକ୍ରମଣ କରି ବାମ ହାତ ଓ ଗୋଡକୁ ଗୁରୁତ୍ୱର କରିଦେଇଥିଲେ । କାହ୍ନୁଙ୍କ ପାଖରେ ଥିବା ଗୋଟିଏ ବ୍ୟାଗରେ ୨ଲକ୍ଷ ଟଙ୍କାକୁ ପ୍ରଥମେ ଛଡାଇ ନେଇ ଥିଲେ । ଅନ୍ୟ ଦୁର୍ବୁତ ମାନେ ବନ୍ଧୁକ ଓ ଛୁରୀ କାଢି ଅଧିକ ଆକ୍ରମଣ କରିବା ପାଇଁ ପ୍ରୟାଶ କରିବାରେ ପଛରେ ବସିଥିବା କର୍ମଚାରୀ ମାନେ ଭୟରେ ଆଉ ଗୋଟିଏ ବ୍ୟାଗରେ ଥିବା ୨ଲକ୍ଷ ଟଙ୍କାକୁ ଦେଇ ଦେଇଥିଲେ । ରାଜ ରାସ୍ତାରେ ବ୍ୟବସାୟୀ ଙ୍କ କର୍ମଚାରୀଙ୍କୁ ଅନେକ ବାର ଆକ୍ରମଣ କରାଯାଇ ଲୁଟ କରାଯାଇଚି । ହେଲେ ଜଣେ ବି ହେଲେ ଦୁର୍ବୁତ ଏ ପର୍ଯ୍ୟନ୍ତ ପୋଲିସ ହାତରେ ଧରା ପଡି ନାହାନ୍ତି । ଆକ୍ରମଣରେ ଗୁରୁତ୍ୱର ହୋଇଥିବା କାହ୍ନୁଚରଣ ପାଢି ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସôିତ ହୋଇ ଗୋପ ପୋଲିସ ଷ୍ଟେସନରେ ପହଁଚିବା ପରେ ଗୋପ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.