ଗୋପ : ଧନୁଆ ନଦୀରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଥିବାବେଳେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଧନୁଆ ବନ୍ୟାର ସ୍ଥାୟୀ ପ୍ରତିକାର କରିବା ଲାଗି ସରକାର ତିନି ମୁହାଣି ଠାରେ କୋଟି କୋଟି ଟଙ୍କା ବ୍ୟୟରେ ସ୍ଲୁଇସ୍ ଗେଟ୍ ନିର୍ମାଣ କରିଥିଲେ ମଧ୍ୟ ଏହା କୌଣସି କାର୍ଯ୍ୟରେ ଆସୁନଥିବା ଜନସାଧାରଣମାନେ ଅଭିଯୋଗ କରୁଛନ୍ତି ।
ଧନୁଆ ନଦୀରେ ବନ୍ୟା ଆସିବା ପରେ ଗୋପ ବ୍ଲକ୍ର ନୂଆଖୋଲମରା ପଞ୍ଚାୟତର ବାଲିବସ୍ତ, ଗବଡ଼ିହ, ଭିତର ଦରିଗାଁ, ନୂଆଖୋଲମରା, ଓରତଣ୍ଡା, କାଳିଆପୋଖରୀ, ଡ଼ଭାର ପଞ୍ଚାୟତର ଆଇମା, ଇଟାକୁଦ, ଗୁନିଆଁ, ଓଲଣ୍ଡି, ରାହାଙ୍ଗଗୋରଡ଼ା ପଞ୍ଚାୟତର ଆଳିଚର, ରାହାଙ୍ଗଗୋରଡ଼ା, ରୁଙ୍କେଇ, ବିମାନ କୁଞ୍ଚôଆ, ଗଣେଶ୍ୱରପୁର ପଞ୍ଚାୟତର ଗଳଦରି, ଲୁଣହାର, ଶିଶୋ, ମାଞ୍ଚିଆ, କୋଶଳଦା, ତିଳିପଦାଗଡ଼, ନାଗପୁର ପଞ୍ଚାୟତର ଷୋଳପୁର, ଦଳଭା, ବାଙ୍କିପୁର, ବେଦପୁର ପଞ୍ଚାୟତର ଖଣ୍ଡିଆକୁଦ, ଅଣ୍ଢରା ଇଚ୍ଛାପୁର ପଞ୍ଚାୟତର କେତେକ ଗାଁରେ ବନ୍ୟାଜଳ ପଶିଥିବାବେଳେ କିଛି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି । ତେବେ ପ୍ରଶାସନ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥି ସହ ଉଦ୍ଧାର କାର୍ଯ୍ୟରେ ୧୦ଟି ଡ଼ଙ୍ଗା ନିୟୋଜିତ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବୁଧବାର ବ୍ଲକ୍ ପ୍ରଶାସନ ପକ୍ଷରୁ ତିନୋଟି ପଞ୍ଚାୟତର ୨୪ଟି ରାଜସ୍ୱ ଗାଁର ୧୯,୬୪୨ ଜଣ ପ୍ରଭାବିତ ହୋଇଥିôବା ରିପୋର୍ଟ ପ୍ରସ୍ତୁତ କରିଥିବାବେଳେ ଆଗକୁ ୪୩ଟି ରାଜସ୍ୱ ମୌଜାର ୨୭,୮୦୦ ଲୋକ ପ୍ରଭାବିତ ହେବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ଆବଶ୍ୟକ ସ୍ଥଳେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ବ୍ଲକ୍ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ବନ୍ୟା ବିପନ୍ନଙ୍କ ନିକଟରେ ଏଯାବତ୍ ୧୦୦କୁଇଣ୍ଟାଲ ଚୁଡ଼ା ଓ ୧୦ କୁଇଁଣ୍ଟାଲ ଗୁଡ଼ ପହଞ୍ଚାଯାଇଥିବା ସୂଚନା ହସ୍ତଗତ ହୋଇଥିବାବେଳେ ବୟସ୍କ ବ୍ୟକ୍ତିଙ୍କ ଲାଗି ୧ କେଜି ଚୁଡ଼ା ଓ ଆବଶ୍ୟକ ପରିମାଣର ଗୁଡ଼ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ଛୋଟ ପିଲାଙ୍କ ଲାଗି ୫୦୦ ଗ୍ରାମ୍ ଚୁଡ଼ା ଓ ଆବଶ୍ୟକୀୟ ପରିମାଣର ଗୁଡ଼ ଯୋଗାଣ କରାଯିବ ବୋଲି ଜଣାପଡ଼ିଛି । ସେହିପରି ଗୋପ ଡ଼ାକ୍ତରଖାନା ପକ୍ଷରୁ ଭାରପ୍ରାପ୍ତ ମୁଖ୍ୟ ଚିକିସôା ଅଧିକାରୀ ଡ଼ଃ. ଶିବପ୍ରସାଦ ମଙ୍ଗରାଜଙ୍କ ନିଦେ୍ର୍ଦଶରେ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସେବା ଶିବିର କରାଯାଇଥିବାବେଳେ ପର୍ଯ୍ୟାପ୍ତ ପରିମାଣରେ ଓଆର୍ଏସ୍ ଓ ହାଲୋଜିନ୍ ବଟିକା ଗଚ୍ଛିତ ରଖାଯାଇଥିôବା ଜଣାପଡ଼ିଛି ।
ତେବେ ବନ୍ୟା ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ଆହୁରି ୪ ରୁ ୫ ଦିନ ଲାଗି ରହିବ ବୋଲି କୁହାଯାଉଥିବାବେଳେ କୁଶଭଦ୍ରା ନଦୀରୁ ଜଳସ୍ତର କମିବା ମାତ୍ରେ ତିନି ମୁହାଣି ସ୍ଲୁଇସ୍ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବ ବୋଲି ଜଳ ସଂପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତି କହିଛନ୍ତି । ବିଭିନ୍ନ ସ୍ଥାନରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କରିବା ଲାଗି ବ୍ଲକ୍ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ଟିମ୍ ପ୍ରସ୍ତୁତ କରାଯାଇଥିବା ଗୋପ ବିଡ଼ିଓ ଦୀପ୍ତିରାଣୀ ଦାସ ସୂଚନା ଦେଇଛନ୍ତି ।