ଗୋପ,୧୭/୮ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଥିବାବେଳେ ସଂକ୍ରମଣ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ପୁରୀ ଜିଲା ଗୋପ ବ୍ଲକ୍ରେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋପ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଏଯାବତ୍ ୯୨ ଜଣଙ୍କ ଠାରେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବାବେଳେ ୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୦ ଜଣ ବିଭିନ୍ନ କୋଭିଡ଼୍ କେୟାର ହସ୍ପିଟାଲରେ ଚିକିସôିତ ହୋଇଥିବାବେଳେ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି ।
ନିକଟରେ ଲୋକାଲ ପଜେଟିଭ୍ ସଂଖ୍ୟା ବଢ଼ିଥିବାବେଳେ ୧୦ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବୀରତୁଙ୍ଗ ପଞ୍ଚାୟତ ଜୟଗୁର ଆଶ୍ରମରେ ଥିବା ଅନ୍ତେବାସୀଙ୍କ ମଧ୍ୟରୁ ଚାରି ଜଣଙ୍କ ଠାରେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିôବାବେଳେ ପଞ୍ଚାୟତ ପକ୍ଷରୁ ସରପଞ୍ଚ ଶଶାଙ୍କ ଶେଖର ମହାପାତ୍ର ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ।
ସେହିପରି ଶିମିଳି ପଞ୍ଚାୟତର ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କ ସହ ୩୦ ବର୍ଷୀୟ ମହିଳାଙ୍କ ଠାରେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ସୂଚନା ହସ୍ତଗତ ହୋଇଥିବାବେଳେ ଇତିଭୂଆଁ ପଞ୍ଚାୟତ କବିରପୁରର ୫୬ ବର୍ଷୀୟ ବ୍ୟକ୍ତିଙ୍କ ଠାରେ କରୋନା ପଜେଟିଭ୍ ଚିହ୍ନଟ ହୋଇଛି । ସେହିପରି ଜଙ୍ଗଲବୋରି ପାଣିଛତ୍ରରୁ ୪୨ ବର୍ଷୀୟ ଜୈନିକ ପୁରୁଷଙ୍କ ଠାରେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବବେଳେ ଧୂମାଳ ରଙ୍ଗତୋଟାରୁ ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ଠାରେ ଗତ ଦୁଇ ଦିନ ମଧ୍ୟରେ କରୋନା ପଜେଟିଭ୍ ଲୋକାଲରୁ ଚିହ୍ନଟ ହୋଇଛି । ତେବେ ଲୋକାଲ୍ରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ପରୀକ୍ଷଣ ଚାଲିଥିବା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ମୁଖ୍ୟ ଡ଼ାକ୍ତର ଶିବପ୍ରସାଦ ମଙ୍ଗରାଜ କହିଛନ୍ତି । କରୋନା ପରୀକ୍ଷଣ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ପଜେଟିଭ୍ ଚିହ୍ନଟ ହୋଇଥିôବା ବ୍ୟକ୍ତିଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଗୋପ ବିଡ଼ିଓ ଦୀପ୍ତିରାଣୀ ଦାସ କହିଛନ୍ତି ।