Odisha news

ଗୋପ : ରାସ୍ତା ଉପରେ ନର୍ଦମା ଜଳ , ଦୁର୍ଦ୍ଦଶା ଭୋଗୁଛନ୍ତି ଜନସାଧାରଣ , ଜବରଦଖଲ ଯୋଗୁଁ ବଢ଼ୁଛି ସମସ୍ୟା

0

ଗୋପ,୧୩/୮: ଗୋପ ବ୍ଲକ୍ ଅଧିନ ବେଦପୁର ପଞ୍ଚାୟତ ସ୍ଥିତ ଭଇରିପୁର ସ୍କୁଲ ନିକଟ ବି୍ରଜ୍ ଠାରେ ରାସ୍ତା ଉପରେ ନର୍ଦମା ଜଳ ଜମା ହୋଇ ରହିବା ଫଳରେ ଜନସାଧାରଣମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିି । ରାସ୍ତା ପାଶ୍ୱର୍କୁ ବେଆଇନ୍ ଭାବେ ଜବରଦଖଲ କରାଯାଇଥିବା ଯୋଗୁଁ ରାସ୍ତା ଉପରେ ପାନୀୟ ଜଳ ଭାସୁଥିବାବେଳେ କୌଣସି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ପ୍ରକାଶ ଯେ, ନାଗପୁର-ନୟାହାଟ ରାସ୍ତାର ଭଇରିପୁର ସ୍ଥିତ କର୍ଲଭଟ ନିକଟରେ ବେଦପୁର ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଣ ଲାଗି ଏକ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଥିଲା ।

ବି୍ରଜ୍ କାର୍ଯ୍ୟ ପୂର୍ବରୁ ଏହି ଷ୍ଟାଣ୍ଡ ପୋଷ୍ଟରୁ ବାହାରୁଥିବା ପାନୀୟ ଜଳ ସ୍ଥାନୀୟ ପଥରବୁହା ନାଳରେ ନିଷ୍କାସିତ ହେଉଥିଲା । ନିକଟରେ କର୍ଲଭଟ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଏହି କର୍ଲଭଟ ରାସ୍ତାକୁ ଲାଗି ଥିବା ଜମି ମାଲିକ ଜଳ ନିଷ୍କାସନ ପାଇଁ ବାଟ ବନ୍ଦ କରିଥିବାବେଳେ ସରକାରୀ ଜାଗାକୁ ବେଆଇନ୍ ଭାବେ ଜବରଦଖଲ କରିଥିବା ଗୋପ ଥାନାରେ ଅଭିଯୋଗ ହୋଇଛି । ଷ୍ଟାଣ୍ଡ ପୋଷ୍ଟରୁ ସ୍ଥାନୀୟ ଜନସାଧାରଣ ଓ ବାଟୋଇମାନେ ପାନୀୟ ଜଳ ବ୍ୟବହାର କରୁଥିବାବେଳେ ଏହି ପାନୀୟ ଜଳ ରାସ୍ତା ଉପରେ ଭାସି ଆବର୍ଜନାମୟ ପରିବେଶ ସୃଷ୍ଟି କରୁଛି ।

ଏପରିକି କଲର୍ଭଟ ନିକଟରେ ଆବର୍ଜନାମୟ ପରିବେଶ ସୃଷ୍ଟି କରୁଥିବାବେଳେ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟିବାରେ ଲାଗିଛି । ସରକାରୀ ଜମିକୁ ବେଆଇନ୍ ଭାବେ ଜବରଦଖଲ ଯୋଗୁଁ କଲର୍ଭଟ ନିର୍ମାଣରେ ଅନେକ ସମସ୍ୟା ଉପୁଜିଥିବାବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇ କଲର୍ଭଟ ନିର୍ମାଣ କରାଯାଇଥିଲା । ମାତ୍ର ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଉଦେ୍ଦଶ୍ୟମୂଳକ ଭାବେ ଜୈନିକ ବ୍ୟକ୍ତିଙ୍କ ଘର ଭାଙ୍ଗିଥିବାବେଳେ କଲର୍ଭଟ ଚତୁପାଶ୍ୱର୍ ଜମିକୁ ମାପଚୁପ କରାଯାଇନଥିଲା । ଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିବାବେଳେ ମାସ ମାସ ଧରି ଜନସାଧାରଣମାନେ ପାନୀୟ ଜଳ ପାଇବାରୁ ବଞ୍ଚôତ ହେଉଛନ୍ତି । ରାସ୍ତା ପାଶ୍ୱର୍ରୁ ୫ ରୁ ୧୦ ଫୁଟ ସରକାରୀ ଜମି ରହିଥିବାବେଳେ ଜମି ମାଲିକ ବେଆଇନ୍ ଭାବେ ବିରୋଧ କରିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ।

ଆଗାମୀ ଦିନରେ ଯଦି ଏଭଳି ସମସ୍ୟା ଲାଗିରୁହେ ତେବେ ଏହି ରାସ୍ତାରେ ଯାତାୟତ ଅନୁପଯୋଗୀ ହେବା ସହ ବିଭିନ୍ନ ସଂକ୍ରମଣ ଆଶଙ୍କା ମଧ୍ୟ ସୃଷ୍ଟି ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । କଲର୍ଭଟର ପାଦଦେଶରେ ନର୍ଦମା ପାଣି ଜମି ରହିବା ଯୋଗୁଁ ପଥଚାରୀମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ହୋଇପାରୁନାହିଁ । ଏହା ଉପରେ ପୁରୀ ଜିଲାପାଳ ଓ ସ୍ଥାନୀୟ ତହସିଲଦାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply