Odisha news

ଗୋପ : ପୋଲିସ୍ର ବର୍ବରତାକୁ କଂଗ୍ରେସ ଦଳ ତରଫରୁ ଦୃଢ଼ ନିନ୍ଦା , ନ୍ୟାୟ ନମିଳିଲେ ନବୀନ ନିବାସ ଘେରାଉ କରିବ କଂଗ୍ରେସ

0

ଗୋପ,୧୩/୮ ପୁରୀ ଜିଲା ଗୋପ ଥାନା ଅଧିନ ରେଢ଼ୁଆ ଗ୍ରାମରେ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପୋଲିସ୍କୁ ଅଟକ ରଖିବା ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ପୋଲିସ୍ ଅମାନୁସିକ ଭାବେ ୧୯ ଜଣ ମହିଳା ସମେତ ୨୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ବୁଧବାର ଅନ୍ୟ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାକୁ ବିଭିନ୍ନ ରାଜନୈତିକ ଦଳ ତରଫରୁ ଦୃଢ଼ ନିନ୍ଦା କରାଯାଇଥିବାବେଳେ ଗୁରୁବାର କଂଗ୍ରେସ ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରେଢ଼ୁଆ ଗ୍ରାମରେ ପହଞ୍ଚô ଘଟଣାର ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ପୋଲିସ୍ର ଏଭଳି କାଣ୍ଡକୁ ଦୃଢ଼ ନିନ୍ଦା କରିଛନ୍ତି ।

ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଏହା କି ପ୍ରକାର କାଣ୍ଡ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିବାବେଳେ ସରକାର ଦେଉଥିବା ମା’କୁ ସମ୍ମାନ ନାରାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ବାହିନୀପତି ଦାବି କରିବା ସହ ପୋଲିସ୍ ଅମାନୁସିକ ଭାବେ ଯେଉଁ କାମ କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ । ବିଜୁ ଜନତା ଦଳ ଶାସନରେ ବି୍ରଟିଶ ରାଜ ଚାଲିଥିବା ଅଭିଯୋଗ କରିବା ସହ ମାନବାଧିକାରକୁ କ୍ଷୁର୍ଣ୍ଣ କରି ପୋଲିସ୍ ଯେଉଁ କାଣ୍ଡ କରିଛି ତାହାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ନ୍ୟାୟ ମିଳିବା ଲାଗି ଦାବି କରିଛନ୍ତି । ଏଥିସହ ଗିରଫ କରିଥିବା ବ୍ୟକ୍ତିଙ୍କୁ ନିସର୍ତ୍ତରେ ଜାମିନ ପ୍ରଦାନ କରିବା ନିରପେକ୍ଷ ତଦନ୍ତ ସହ ଏହି ଘଟଣାରେ ସଂପୃକ୍ତ ଥିବା ପୋଲିସ୍ କର୍ମଚାରୀଙ୍କୁ ଗିରଫ କରାଯିବା ସହ ଚାକିରୀରୁ ବହିସ୍କୃତ କରିବାକୁ ଶ୍ରୀବାହିନୀପତି ଦାବି କରିଛନ୍ତି । ଯଦି ଏହି ଦାବି ପୂରଣ ନହୁଏ ତେବେ ପୁଲିସ ମହାନିଦେ୍ର୍ଦଶକଙ୍କ ଅଫିସ ଘେରାଉ କରାଯିବ । ଏଥି ସହ ନବୀନ ନିବାସକୁ ଘେରାଉ କରାଯିବ ବୋଲି ଶ୍ରୀ ବାହିନୀପତି ଚେତାବନୀ ଦେଇଛନ୍ତି ।

ଏହି ପରିଦର୍ଶନ ସମୟରେ ପୁରୀ କଂଗ୍ରେସ କମିଟି ସଭାପତି ଅମୟ କୁମାର ପଟ୍ଟନାୟକ, ପ୍ରଦେଶ କଂଗ୍ରେସ କମିଟି ପ୍ରବକ୍ତା ନିଶିକାନ୍ତ ମିଶ୍ର, ଜଗତସିଂହପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରତିଭା ମଲ୍ଲିକ୍, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଜିନେଶ ଦାଶ, ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ବିଶ୍ୱଭୂଷଣ ଦାଶ, ସୋସିଆଲ୍ ମିଡ଼ିଆ ଡ଼ିଜିଟାଲ କମୁ୍ୟନିକେଶନ ସଂପାଦକ ସୁବାଶ ନାୟକ, ଗୋପ ବ୍ଲକ୍ କଂଗ୍ରେସ କମିଟି ସଭାପତି ଲକ୍ଷ୍ମୀଧର ପ୍ରଧାନ, ପ୍ରମୋଦ ରାୟ, ବରିଷ୍ଠ କଂଗ୍ରେସ କର୍ମୀ ରମେନ୍ଦ୍ର ହାଜରା, ରମେଶ ବେହେରା, ଦେଶପ୍ରାଣ ଲେଙ୍କା, ଭାସ୍କର ସେଠ୍, ସମିତି ସଭ୍ୟ ବିଶ୍ୱଜିତ୍ ସ୍ୱାଇଁଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

Leave A Reply