ଚିକିତ୍ସା ଅବହେଳାରୁ ଆଡ଼େଇ ବର୍ଷର ଶିଶୁମୃତ୍ୟୁ : କରେନା ସନ୍ଦେହରେ ଛୁଇଁଲେନି ଡାକ୍ତର ; ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ , ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା
ଗୋପ- ସବ୍ଯୁ-କରନା ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବାକୁ ସରକାର ପ୍ରାଧାନ୍ୟ ।ସ୍ବାସ୍ତ ସେବାଲାଗି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ମାତ୍ର ଅନେକ କ୍ଷେତ୍ରରେ ରୋଗୀ ମାନେ ସଠିକ ସେବା ନପାଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ।ଏମିତି ଏକ ଚିତ୍ର ଆସିଛି ପୁରୀ ଜିଲ୍ଲାର ଗୋପ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ନାଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ । ନାଗପୁର ମୁଗୁରିଆ ଦଳିତ ସାହିର ତ୍ରିଲୋଚନ କାଣ୍ଡିଙ୍କ ଅଢେଇ ବର୍ଷର ପୁଅର ଥଣ୍ଡା ଜ୍ଵର ହୋଇଥିବା ବେଳେ ତାର ମା ମାନସୀ କାଣ୍ଡି ତାଙ୍କୁ ନିକଟସ୍ତ ନାଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।ସେଠାରେ ଥିବା ଡାକ୍ତର ସ୍ୱାସତୀ ପଟନାୟକଙ୍କୁ ଚିକିତ୍ସା କରିବାଲାଗି ଅନୁରୋଧ କରିଥିଲେ ।
ମାତ୍ର ଡାକ୍ତର ସେଠାରେ ଚିକିତ୍ସା କରିବା ପରିବର୍ତ୍ତେ ଶିଶୁଟିକୁ କରେନା ଭୟରେ ଛୁଇଁନଥିଲେ ।କିଛି ଔଷଧ ଦେଇ ଘରକୁ ପଠାଇ ଦେଇଥିଲେ ।ମାତ୍ର ଶିଶୁଟି ଔଷଧ ଖାଇବାପରେ ଅଧିକ ଅସୁସ୍ଥତା ଅନୁଭବ କରିବା ସହ ଅଚେତ ହୋଇପଡିଥିଲା ।ପରେ ଶିଶୁଟି ମୃତ୍ୟୁ ବରଣ କରିଥିଲା ।ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ବରଣ କରିଥିବା ପରିବାର ଲୋକ ଅଭିଯୋଗ କରିବାପରେ ଉତେକ୍ତ ଜନସାଧାରଣ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ୧୦ ଲକ୍ଷଟଙ୍କା କ୍ଷତିପୂରଣ ଦାବିକରି ରାସ୍ତାରୋକ କରିବାସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ତଲାପକାଇ ଧାରଣାରେ ବସିରହିଛନ୍ତି ।ଏଠାରେ ପ୍ରଶ୍ନ ଉଠୁଛି ଯଦି ଶିଶୁଟିକୁ ଥଣ୍ଡା ଜ୍ଵର ହେଇଥିଲା ତେବେ ଡାକ୍ତର କରନା ପରୀକ୍ଷଣ ପାଇଁ କଣ ପାଇଁ ପରାମର୍ଶ ଦେଇନଥିଲେ ।ଓ କଣ ପାଇଁ ଶିଶୁଟିକୁ ଛୁଇଁନଥିଲେ ।ସରକାର କରନା ମୁକାବିଲା ଲାଗି ଅନେକ ପଦକ୍ଷେପ ନେଉଥିବା ବେଳେ ଡାକ୍ତର ସ୍ବାସ୍ତ କର୍ମୀ ମାନଙ୍କ ଅବହେଳାରୁ ସଂକ୍ରମଣ ବଢିବାର ଆଶଙ୍କା ଉପୁଜିଛି ।ଏହା ଉପରେ ସ୍ୱତନ୍ତ୍ର ଭାବେ ତଦନ୍ତ କରିବାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

