ରାୟଗଡା,୨୪ ।୭(rabindra patkhandal)- ଆଜି ଆମ୍ବୁଲାନ୍ସକୁ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲ୍ାକା ମୁଖ୍ୟ ଚିକିତ୍ସାଳୟ ପରିସରରେ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି । କରୋନା ରୋଗୀ ପରିବହନ ନିମନ୍ତେ କୋରାପୁଟ ଲୋକସଭା ସାଂସଦ ଉଲ୍ଲାକା ୧୮ ଲକ୍ଷ ଟଙ୍କାର ଏକ ଆମ୍ବୁଲାନ୍ସ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସାଂସଦ ପାଣ୍ଠିରୁ ପ୍ରଦାନ କରିଛନ୍ତି । ଉଦଘାଟନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତ୍ତବନ୍ଧୁ ନାୟକ ଉପସ୍ଥିତ ଥିଲେ । ରାୟଗଡା ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବଂ ରୋଗୀ ପରିବହନରେ ସମସ୍ୟା ସୃଷ୍ଟି ହେଉଥିବା ଦେଖି ସାଂସଦ ଏହି ନିଷ୍ପତି ନେଇଥିଲେ ।
ଆମ୍ବୁଲାନ୍ସ ସହ କୋଭିଡ ହସ୍ପିଟାଲ ପାଇଁ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ଉପକରଣ କିଣିବା ନିମନ୍ତେ ୫୦ ଲକ୍ଷ ଟଙ୍କାର ପାଣ୍ଠି ପ୍ରଦାନ କରିିଛନ୍ତି । ରାୟଗଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କୋଭିଡ ପରିଚାଳନା ନିମନ୍ତେ ଜିଲ୍ଲାରେ ଜଣେ ସ୍ୱତନ୍ତ୍ର ନୋଡାଲ ଅଧିକାରୀକୁ ନିଯୁକ୍ତି ଦେବା ପାଇଁ ସାଂସଦ ଦାବୀ କରିଥିଲେ । ଏଥି ସହ କେବିକେ ଜିଲ୍ଲାର ଯେଉଁ ଡାକ୍ତର ମାନଙ୍କୁ ଅନ୍ୟ ଜିଲ୍ଲାକୁ କୋଭିଡ ପାଇଁ ଡେପୁଟେସନରେ ପଠାଯାଇଛି ତାହାକୁ ତୁରନ୍ତ ବାତିଲ କରିବା ପାଇଁ ସାଂସଦ ଦାବୀ କରିଥିଲେ । ବର୍ତ୍ତମାନ ରାୟଗଡା ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ଆଶଙ୍କା କରିଛନ୍ତି ସାଂସଦ । ସହର ଉପକଣ୍ଠରୁ ମାତ୍ର ୧ କି.ମି ଦୂର ସ୍ଥିତ ଆମ୍ବାଗୁଡାରୁ ୮୩ କୋରନା ଆକ୍ରାନ୍ତ ଚିହ୍ନଟ ବର୍ତମାନ ସ୍ଥିତିକୁ ଜଟିଳ କରିଥିବା ସାଂସଦ ଅଭିଯୋଗ କରିଛନ୍ତି ।
ଜେକେପୁର କୋଭିଡ ହସ୍ପିଟାଲରେ ୫ଟି ଭେଟିଂଲେଟର ଏବଂ ଆଇସିୟୁ କାର୍ଯ୍ୟକ୍ଷମ ହୋଇଥିବାରୁ ଖୁସିବ୍ୟକ୍ତ କରିଥିଲେ ସାଂସଦ । ଏଥି ସହ ରାୟଗଡା ଜିଲ୍ଲାରେ କୋରନା ସ୍ଥିତି ସଂପର୍କରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିବି ବୋଲି ମଧ୍ୟ ପ୍ରକାଶ କରିଥିଲେ ।
