ଗୋପ-ସବ୍ଯୁ-ଗୋପ ଗୋଷ୍ଟି ସ୍ବାସ୍ତ୍ୟ କେନ୍ଦ୍ର ପୁରୀ ଜିଲ୍ଲାର ବହୁ ପୁରାତନ ହୋଇଥିଲେ ମଧ୍ୟ ଦିନକୁ ଦିନ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି।ଗୋଟିଏ ପଟେ ସରକାର ରୋଗୀ ସେବା ଉପରେ ଗୁରୁତ୍ୱ ଦେଉ ଥିବା ଡିଣ୍ଡିମ ପିଟିବା ସହ ବିଶେଷ କରି ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ପୁରୀ ଜିଲ୍ଲା ଗୋପ ବ୍ଲକ ରେ ତାର ସମ୍ପୁର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଛି।ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଦୈନିକ ହଜାର ହଜାର ରୋଗୀ ନିର୍ଭର କରୁଥିବା ବେଳେ ଏଠାରେ ସମ୍ପୂର୍ଣ୍ଣ ଭାବେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି।ଗର୍ଭବତୀ ମହିଳାମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି।ଗୋପ ଡାକ୍ତରଖାନା ରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଜଣେ ବିଶେଷଜ୍ଞା ଥିବାବେଳେ ସେ ଦିନ ଦିନ ଧରି ଡାକ୍ତରଖାନାକୁ ନଯାଇ ତାଙ୍କ ସରକାରୀ ବାସ ଗୃହରେ ଗର୍ଭବତୀ ମହିଳାମାନଙ୍କ ଚିକିତ୍ସା ସହ ଅନ୍ୟ ରୋଗୀ ମାନଙ୍କୁ ଚିକିତ୍ସା କରି ବେଶ ପକେଟ ଗରମ କରୁଥିବା ଅଭିଯୋଗ କରିଛନ୍ତି କାଶୀନାଥ ନାୟକ ଓ ବ୍ରଜବନ୍ଧୁ ରାଉତରାୟ।ଏପରିକି ପ୍ରତି ମଙ୍ଗଳବାର ଦିନ ଗର୍ଭବତୀ ମାନଙ୍କୁ ଡାକ୍ତର ଖାନା ରେ ମାଗଣାରେ ଚିକିତ୍ସା ଯୋଗାଇଦେବା ନିମନ୍ତେ ସରକାର ଙ୍କ ନିର୍ଦ୍ଦେଶ ଥିବା ବେଳେ ସଂପୃକ୍ତ ବିଭାଗୀୟ ଡାକ୍ତର ଜଣକ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଡାକ୍ତର ହୋଇଥିବା ରୁ ବିଭିନ୍ନ ଅଫିସ କାର୍ଯ୍ୟ ର ଆଳ ଦେଖାଇ ସେ ରୋଗୀ ସେବା କରୁନଥିବା ଜଣାପଡିଛି।ଏହାର ସୁଯୋଗ ନେଇ ଅନ୍ୟ କର୍ମଚାରୀ ମାନେ ମଧ୍ୟ୍ୟ ସଠିକ ଭାବେ କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି।
ସରକାର ଙ୍କ ନିର୍ଦ୍ଦେଶ କୁ ବେଖାତିର କରି ସଂପୃକ୍ତ ଡାକ୍ତର ମେଡିକାଲ ରେ ରୋଗୀ ସେବା କରୁନଥିବାରୁ ଗର୍ଭବତୀ ଓ ପ୍ରସୂତୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ପୁରୀ, ଭୁବନେଶ୍ୱର, କଟକ ଆଦି ବିଭିନ୍ନ ଡାକ୍ତରଖାନା କୁ ଯାଇ ନାନାଦି ହଇରାଣ ହରକତ ହେଉଛନ୍ତି । ଅନ୍ୟ ପକ୍ଷରେ ଦୀର୍ଘ 10 ବର୍ଷ ଧରି ଶିଶୁ ବିଭାଗ ଡାକ୍ତର ନଥିବାରୁ ଶିଶୁ ମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ହେଲେ ସବୁଠାରୁ ପରିତାପର କଥା ଗୋପ ଡାକ୍ତର ଖାନା ରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ର ଡାକ୍ତର ଅଛନ୍ତି କି ନାହାନ୍ତି ସେ ସମ୍ପର୍କରେ ଜାଣିନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଣି । ଏ ସମ୍ପର୍କରେ ସି ଡି ଏମ ଓ ସୁଜାତା ମିଶ୍ର ଙ୍କୁ ଆମ ପ୍ରତିନିଧି ପଚାରିବାରେ ସେ କହିଥିଲେ ଗୋପ ମେଡିକାଲ ରେ ଗାୟନିକ ଡାକ୍ତର ନାହାନ୍ତି।ପରେ ପୁନଃ ପଚାରିବାରେ ସେ କହିଥିଲେ ଯେଉଁ ଡାକ୍ତର ଅଛନ୍ତି ସେ ଇନ ଚାର୍ଜ ଥିବାରୁ ଡାକ୍ତର ଖାନା ରେ ରୋଗୀ ଦେଖିପାରିବେ ନାହିଁ ବୋଲି କହିଥିଲେ। ଏଥିରୁ ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି ଗୋପ ସ୍ୱାସ୍ଥ୍ୟ କେନ୍ଦ୍ର ରେ କିପରି ଭାବେ ରୋଗୀ ସେବା ଚାଲିଛି। ଏଥିପ୍ରତି ସ୍ୱାସ୍ଥ୍ୟ ମନ୍ତ୍ରୀ, ଓ ସଚିବ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି।