ନୂଆଦିଲ୍ଲୀ : ନୋଏଡ଼ା ର ଜଣେ ମହିଳା Google ରେ କେଦାରନାଥ ରେ ହୋଟେଲ ସର୍ଚ୍ଚ କରି ଠକେଇ ର ସମ୍ମୁଖୀନ ହୋଇଛନ୍ତି । ୩୬ ବର୍ଷୀୟ ଏହି ମହିଳା WhatsApp ଘୋଟାଲା ର ସମ୍ମୁଖୀନ ହୋଇଛନ୍ତି । ଯେଉଁଠି ସ୍କାମର୍ଷ ମାନେ ହୋଟେଲ ବୁକିଂ ପାଇଁ ଆଡ୍ଭାନ୍ସ ପେମେଣ୍ଟ ବାହାନା ରେ ଇନ୍ଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ସହ ଅନେକ କ୍ୟୁ ଆର୍ କୋଡ଼ ସେୟାର କଲେ ଓ ପାଖାପାଖି ୯୫, ୬୦୪ ଟଙ୍କା ଚୋରି ହୋଇ ଯାଇଛି ।
ଏହି ଅନଲାଇନ୍ ଧୋଖାଧଡ଼ି ବିଶେଷ ଭାବରେ ଖୁବ୍ ଭୟଙ୍କର । କାରଣ ମହିଳା ଜଣଙ୍କ ତାଙ୍କୁ ସନ୍ଦିଗ୍ଧ ମାନଙ୍କ ଦ୍ଵାରା ପଠା ଯାଇଥିବା କୌଣସି ଲିଙ୍କ୍ କୁ କ୍ଲିକ୍ ନକରି କେବଳ ଗୁଗଲ ରେ ହୋଟେଲ ସର୍ଚ୍ଚ କରିଥିଲେ । ମିଳିଥିବା ସୂଚନା ଅନୁସାରେ ଏହି ସ୍କାମ୍ ବିଷୟରେ ନୋଇଡ଼ା ର ସେକ୍ଟର ୧୧୩ ପୋଲିସ ଷ୍ଟେସନ ରେ ଦର୍ଜ୍ ହୋଇଛି । ଅପରାଧୀ ମାନଙ୍କ ଯାଞ୍ଚ ପାଇଁ ପୋଲିସ କାର୍ଯ୍ୟ ଆରମ୍ଭ କରି ଦେଇଛି ।
ସୋମବାର ଦିନ ଏହି ଘଟଣାଟି ଘଟିଥିଲା । ମହିଳା ଜଣଙ୍କ କହିଥିଲେ ଯେ ପାଖାପାଖି ୧ ଲକ୍ଷ ଟଙ୍କାର ଠକେଇ ର ଶିକାର ହୋଇଛନ୍ତି ।
