ସନାତନ ଧର୍ମରେ ଗରୁଡ଼ ପୁରାଣ ଗୋଟିଏ ମହତ୍ଵପୁର୍ଣ ପୁରାଣ ଅଟେ l ମାନ୍ୟତା ରହିଛି ଯେ ଏଥିରେ ବର୍ଣିତ ହୋଇଥିବା କଥା ଗୁଡିକ ନାରାୟଣ ଙ୍କ ଦ୍ୱାରା ରଚିତ l ଯଦି ଗରୁଡ଼ ପୁରାଣ ରେ ବର୍ଣିତ କଥା ଗୁଡିକୁ ବ୍ୟକ୍ତି ବୁଝିପାରେ ଓ ଜୀବନରେ କାର୍ଯ୍ୟରେ ଲଗାଇପାରେ ତେବେ ମୃତ୍ୟୁ ପରେ ମଧ୍ୟ ତାର ଜୀବନ ସୁଖମୟ ହୋଇଥାଏ l
ଗରୁଡ଼ ପୁରାଣ ଅନୁସାରେ ଜୀବନରେ ୫ ପ୍ରକାର ଲୋକଙ୍କୁ ଅଧିକ ପ୍ରେମ କରିବା ଉଚିତ ନୁହେଁ l ଏହି ସ୍ନେହ ପ୍ରେମର ଆଦାନ ପ୍ରଦାନ ଆପଣଙ୍କୁ ଅସୁବିଧାରେ ପକାଇ ପାରେ l
* କ୍ରୋଧୀ ବ୍ୟକ୍ତି –
ଯଦି କୌଣସି କ୍ରୋଧୀ ବ୍ୟକ୍ତିକୁ ଆପଣ ଅଧିକ ସ୍ନେହ କରିବେ ତେବେ ସେ ଆପଣଙ୍କୁ ଦୁର୍ବଳ ଭାବିବ ଓ ଆପଣଙ୍କୁ ଦବେଇବା ପାଇଁ ଚେଷ୍ଟା କରିବ l ତେଣୁ ଏଭଳି ବ୍ୟକ୍ତି ସହିତ ସ୍ନେହର ଭାବନା ଦେଖିଚାହିଁ ଯୋଡିବା ଆବଶ୍ୟକ l
* ଅଳସୁଆ ଓ ଦାୟିତ୍ୱଶୂନ୍ୟ ବ୍ୟକ୍ତି –
ଯେଉଁ ବ୍ୟକ୍ତି ଅଳସୁଆ ଓ ଦାୟିତ୍ୱଶୂନ୍ୟ ଅଟେ ତା ଉପରେ କଦାପି ଦୟା, ସ୍ନେହ ଭାବନା ଦେଖାଇବା ଉଚିତ ନୁହେଁ l କାରଣ ଏଭଳି ବ୍ୟକ୍ତି ଆପଣଙ୍କର ଦୟା ଓ ସ୍ନେହ ର ସୁବିଧା ନେଇ ଅଧିକ ଅଳସୁଆ ହୋଇ ଥାଆନ୍ତି l
* ମହିଳା –
ଜଣେ ମହିଳାକୁ ନେଇ ଘରପରିବାର , ଯଦି ସେ ଚାହିଁବ ତେବେ ଘରକୁ ସ୍ୱର୍ଗ ଓ ନର୍କ କରିବ l କିନ୍ତୁ ମହିଳା ଟିଏ କୁ ଆବଶ୍ୟକତା ଠାରୁ ଅଧିକ ପ୍ରେମ କରିବା ମଧ୍ୟ ହୋଇପାରେ ଆପଣଙ୍କ ପାଇଁ ବିପଦପୂର୍ଣ୍ଣ l
* ଠକ ବ୍ୟକ୍ତି –
ଯେବେବି ସ୍ନେହ କରୁଛନ୍ତି ଠକ ବ୍ୟକ୍ତିକୁ ଦେଖିଚାହିଁ କରନ୍ତୁ l କାରଣ ସେ ଆପଣଙ୍କ ସ୍ନେହ ର ଫାଇଦା ଉଠାଇ ଆପଣଙ୍କୁ ଠକିବାରେ ସଫଳ ହୋଇପାରେ l ତେଣୁ ସେଥିପ୍ରତି ବିଶେଷ ସତର୍କ ରୁହନ୍ତୁ l
* ନିଜର ବାଦ୍ୟଯନ୍ତ୍ର –
ନିଜର ବାଦ୍ୟଯନ୍ତ୍ର କୁ ଯଦି ଆପଣ ସ୍ନେହରେ ହାତ ମାରିବେ ତେବେ ସେଥିରୁ କଦାପି କୌଣସି ଧ୍ୱନି ବାହାରିବ ନାହିଁ l ତେଣୁ ନିଜ ବାଦ୍ୟ ଯନ୍ତ୍ରକୁ ଜୋରେ ବାଡେଇବା ଦ୍ୱାରା ହିଁ ସେଥିରୁ ଧ୍ୱନି ବାହାରି ଥାଏ l
