ଆଜି ବିଦ୍ୟାଳୟ ଘାସ ଗାଲିଚାରେ
ହସ ଖୁସି ରେ, ଯାଉଛି ଭରି
ଦେଵୀ ସରସ୍ବତୀ ଜ୍ଞାନ ଆଲୋକ ରେ
ଏ ଲାଗଇ ସରଗ ପରି । ..
ବକୁଳ ବନରେ କୁହୁ କହୁ କୁହୁ
କୋକିଳର ଏ କୁହୁ ଡାକ ।
ବସନ୍ତ ର ଏଠି ଆଗମନ ହେଲା
ପ୍ରଫୁଲିତ ହେଲା ମୁଖ । ..
ମାଟି ଅଗଣାରେ ଦେଖି , ମା ମୂରତି
ଆସଇ ,ମନରେ ଭକତି ।
ଦିଅଗୋ ମା ଆମକୁ ଶକତି
ଅଜ୍ଞାନୁ ହୋଇଵୁ ମୁକତି ।
***** ଅକ୍ଷୟ ପଣ୍ଡା
Comments are closed.