Odisha news

ଗଛ ଓ ଛାତ ଉପରେ ଚଢି ପିଲାମାନେ ପଢୁଛନ୍ତି ପାଠ : ରହିଛି ଏହି କାରଣ

ନୂଆଦିଲ୍ଲୀ : କାରଣ ସମୟରେ ଅନଲାଇନ ଶିକ୍ଷା ଛାତ୍ର ଛାତ୍ରୀ ମାନଙ୍କର ଗୋଟିଏ ମାତ୍ର ସାହାରା l ସ୍କୁଲ ବନ୍ଦ ହେବ କାରଣରୁ ଅନଲାଇନରେ ଶିକ୍ଷାଦାନ ପ୍ରଣାଳୀ ବର୍ତ୍ତମାନ ମଧ୍ୟ ଚାଲୁ ରହିଛି l କିନ୍ତୁ ଆଜି ମଧ୍ୟ ଦେଶର କିଛି ଏପରି ସ୍ଥାନ ରହିଛି ଯେଉଁଠାରେ ମୋବାଇଲରେ ଅନଲାଇନ ଶିକ୍ଷା କୌଣସି ଆହ୍ୱାନ ଠାରୁ କମ ନୁହେଁ l ମଧ୍ୟ ପ୍ରଦେଶର ହୋସଙ୍ଗା ବାଦ ଜିଲ୍ଲାରେ ଅନଲାଇନ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇଯାଇଛି l ଏଠାରେ ଅନଲାଇନ ଶିକ୍ଷା ମାଧ୍ୟମରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l କାରଣ ଏହି ଆଦିବାସୀ ଅଧୁସିତ ଅଂଚଳରେ ଖରାପ ମୋବାଇଲ ନେଟୱାର୍କ କାରଣରୁ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l

ଏହି ଅସୁବିଧାକୁ ଆଖି ଆଗରେ ରଖି ଆଦିବାସୀ ଛାତ୍ରଛାତ୍ରୀ ମନେ କୌଣସି ଉଚ ବୃକ୍ଷ ,ଛାତ ଉପର କିମ୍ବା ଉଚ ସ୍ଥାନକୁ ଯାଇ ପଢାପଢି କରୁଛନ୍ତି l ଅନଲାଇନ ପାଠପଢ଼ାରେ ବାଧକ ସାଜୁଛି ମୋବାଇଲ ନେଟୱାର୍କ l ଏହି ସବୁ ଅସୁବିଧାକୁ ଆଖି ଆଗରେ ରଖି ଶିକ୍ଷକ ମାନେ ଚିନ୍ତା କରିଛନ୍ତି ଯେ ଏଠାରେ ଥିବା ଆଦିବାସୀ ଗାଁ ଗୁଡ଼ିକରୁ ପିଲାମାନଙ୍କୁ ଗୋଟିଏ ସ୍ଥାନରେ ଏକାଠି କରି ପାଠପଢା କାର୍ଯ୍ୟକ୍ରମ ଆରମ୍ଭ କରିବେ l ସେଥିପାଇଁ ରାଜ୍ୟ ଶିକ୍ଷା ପରିଷଦ ପିଲାମାନଙ୍କ ଶିକ୍ଷାକୁ ଆଖିଆଗରେ ରଖି ମୋହଲା ଶିକ୍ଷା ବ୍ୟବସ୍ଥା କରିଛନ୍ତି l ଏଥିରେ ଶିକ୍ଷକଙ୍କୁ ସମସ୍ତ ଶିକ୍ଷା ଭିର୍ତ୍ତିକ ସାମଗ୍ରୀ ଯୋଗାଇ ଦିଆଯିବ l ଯାହା ଦ୍ୱାରା ପିଲାମାନେ ପାଠ ପଢି ପାରିବେ l

Comments are closed.