Odisha news

ବନ୍ଧୁ ହେଵତ ଏମିତି : ୩୭ ବର୍ଷର ନିବିଡ ସମ୍ପର୍କ ହଂସ ଓ ମଣିଷ ଭିତରେ

ନୂଆଦିଲ୍ଲୀ :ତୁର୍କୀରୁ ଗୋଟିଏ ଅଦ୍ଭୁତ ମାମଲା ଆସିଛି ଯେଉଁଠି ମଣିଷ ମାନଙ୍କ ମଧ୍ୟରେ ବନ୍ଧୁତା ଦୀର୍ଘ ସ୍ଥାଇ ହୋଇ ରହୁନାହିଁ ସେଠାରେ ହଂସ ସହିତ ଜଣେ ବ୍ୟକ୍ତିଙ୍କର ବନ୍ଧୁତା ଅତି ନିବିଡ ହୋଇ ଯାଇଛି l ଜଣେ ବ୍ୟକ୍ତି ଗୋଟିଏ ହଂସର ଜୀବନକୁ ରକ୍ଷା କରିଥିଲେ ଓ ଏହାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହେଲା ବନ୍ଧୁତା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ସେମାନଙ୍କର ଏହି ବନ୍ଧୁତା ୪୦ ବର୍ଷର ହୋଇ ଗଲାଣି l ତୁର୍କୀର ରହୁଥିବା ସେବା ନିବୃତ ଡାକ ଵାଲା ରେସ୍ପିମିର୍ଜନଙ୍କୁ ୩୭ ବର୍ଷ ପୂର୍ବରୁ ଗୋଟିଏ ହଂସ ମିଳିଥିଲା l

ମୀର୍ଜାନ ତାଙ୍କ ସାଙ୍ଗ ମାନଙ୍କ ସହିତ ଗାଡ଼ିରେ ଯାଉଥିବା ବେଳେ ହଂସ ଟିକୁ ଦେଖିଥିଲେ l ହଂସଟି ଖାଲି ପଡିଆରେ ନିଜର ଛିଡି ଯାଇଥିବା ଦେନା ସହିତ ପଡିଥିଲା l ଏହାପରେ ସେ ଡେରି ନକରି ହଂସଟିକୁ ବଞ୍ଚାଇବା ପାଇଁ ନେଇ ଆସିଥିଲେ l ହଂସଟିକୁ କେହି ଜଣେ ଶିକାରୀ ଶିକାର କରିବା ଉଦେଶ୍ୟରେ ଏହିପରି କରିଥିଲା l ଧୀରେ ଧୀରେ ମୀର୍ଜାନ ହଂସଟିକୁ ଦେଖା ଚାହାଁ କରିବା ପରେ ହଁଟି ଠିକ ହୋଇଯାଇଥିଲା ଓ ତାଙ୍କ ସହିତ ରହିବାକୁ ଲାଗିଲା l ସେହି ଅଂଚଳରେ ଥିବା ସମସ୍ତ ଜୀବଜନ୍ତୁଙ୍କ ସହିତ ହଂସଟିର ଖୁବ ଭଲ ସମ୍ପର୍କ ହୋଇ ଯାଇଛି l

ଏମିତିରେ ଦେଖିବାକୁ ଗଲେ ହଂସ ମାନଙ୍କର ବୟସ ସୀମା ୧୨ ବର୍ଷ ହୋଇଥାଏ କିନ୍ତୁ ଠିକ ଜଳବାୟୁରେ ରହିଲେ ୩୦ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି l କିନ୍ତୁ ଏହି ହଂସଟି ୩୭ ବର୍ଷରୁ ଅଧିକ ହୋଇ ଗଲାଣି ଏବେ ମଧ୍ୟ ସେହିଭଳି ରହିଛି ,ଏହାର ବିଶେଷ କାରଣ ହେଲା ଏହା ଗୋଟିଏ ବିଶେଷ ପ୍ରଜାତିର ହଂସ ଅଟେ l ହଂସଟିର ନାମ ହେଉଛି ଗେରିପ ,ସେ ମୀର୍ଜାନଙ୍କ ସହିତ ସବୁଆଡେ ଯାଇଥାଏ l ମୀର୍ଜାନଙ୍କ ବୟସ ହେଉଛି ୬୩ ବର୍ଷ ,କିନ୍ତୁ ସେ ହଂସଟିକୁ ନିଜର ସନ୍ତାନ ଭାବରେ ସ୍ନେହ କରିଥାନ୍ତି l ହଂସଟି ମୀର୍ଜାନଙ୍କ ସହିତ ଆନନ୍ଦରେ ସମୟ ବିତାଇଥାଏ l

Comments are closed.