ନୂଆଦିଲ୍ଲୀ : ଚୁମ୍ବକ ଲୁହାକୁ ଟାଣିବାକୁ ସକ୍ଷମ ହୋଇଥାଏ , ଏହାକୁ ନେଇ ଗୋଟିଏ ବାର ବର୍ଷର ବାଳକ ଗବେଷଣା କରିବାକୁ ଯାଇ ୫୪ ଟି ଚୁମ୍ବକିଅ ବଳକୁ ଗୋଟି ଗୋଟି କରି ଗିଳିଦେଇଥିଲା l ଏହି ଘଟଣାଟି ବ୍ରିଟେନରୁ ଆସିଛି l ପିଲାଟି ଦେଖିବାକୁ ଚାହୁଁଥିଲା ଚୁମ୍ବକ ଯେପରି ସମସ୍ତ ଧାତୁକୁ ନିଜ ଆଡ଼କୁ ଟାଣିଆଣିଥାଏ ସେହିଭିଳି ଭାବରେ ତାଆଡ଼କୁ ଧାତୁ ଗୁଡିକ ଆକୃଷ୍ଠ ହେଉଛନ୍ତିକି ନାହିଁ l
ପିଲାଟି ନିଜକୁ ଚୁମ୍ବକିଅ ମାନବ ଭାବରେ ଦେଖିବାକୁ ଚାହୁଁଥିଲା l ମିଳିଥିବା ସୂଚନା ଅନୁସାରେ ପିଲାଟି ଉପରେ ଏହି ପ୍ରୟୋଗ କରିବା ଭାରି ପଡିଗଲା l ସେ ରାତିରେ ଶୋଇବା ସମୟରେ ପାଖାପଖି ୨ଟା ବେଳେ ତାର ମାଙ୍କୁ ନିଦରୁ ଉଠାଇଲା ଓ କହିଥିଲା ଯେ ୨ ଟି ଚୁମ୍ବକିଅ ବଲ ଖାଇଦେଇଛି l ମା ଯେତେବେଳେ ତାକୁ ଡାକ୍ତରଙ୍କ ପାଖକୁ ନେଇଗଲେ ସେତେବେଳେ ଡାକ୍ତରଙ୍କ ହୋସ ଉଡ଼ିଗଲା l ୬ ଘଣ୍ଟାର ସର୍ଜରୀ ପରେ ତା ପେଟରୁ ୫୪ ଟି ବଲ ବାହାରିଥିଲା l ତା ମା କହିଥିଲେ ଯେ ତାଙ୍କ ପୁଅକୁ ୧୦ ଦିନ ପର୍ଯ୍ୟନ୍ତ ଟ୍ୟୁବରେ ଖାଇବାକୁ ଦିଆ ଯାଇଥିଲା l ତାଙ୍କ ପୁଅର ବିଜ୍ଞାନରେ ଗଭୀର ରୁଚି ରହିଛି l ସେ ପ୍ରାୟ ଅଧିକାଂଶ ସମୟ ଏହି ଭଳି କିଛି ଅଦ୍ଭୁତ କାମ କରିଥାଏ l
Comments are closed.