ବୈଶାଖ ମାସ ଶ୍ରାବଣ ଓ କାର୍ତିକ ମାସ ଭଳି ଗୋଟିଏ ପୁଣ୍ୟର ମାସ, ଏବଂ ଏହି ମାସ ଭଗବାନ ବିଷ୍ନୁ ଙ୍କ ପ୍ରିୟ ମାସ, ଏହି ମାସକୁ ମଧ୍ୟ ମାଧବ ମାସ ବୋଲି ମଧ୍ୟ କୁହାଯାଇଥାଏ l ଏହି ମାସରେ ଅନ୍ନ ଦାନ, ଜଳ ଦାନ, ଛତା ଦାନ ର ବିଶେଷ ମହତ୍ୱ ରହିଛି l ଯାହାଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ , ସୁଖ-ସମୃଦ୍ଧି ଓ ଅକ୍ଷୟ ପୁଣ୍ୟ ଲାଭ ହୋଇଥାଏ l
* ଗରୁଡ଼ ଓ ସ୍କନ୍ଦ ପୁରାଣ ଅନୁସାରେ ଏହି ମାସ ସାରା ନାରାୟଣ ଙ୍କୁ ପୂଜା କରି ଚରଣ ରେ ଜଳାଭିଷେକ କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ l
* ବୈଶାଖ ମାସରେ ସ୍ନାନ, ଦାନ, ଜପ ଓ ତପ ର ଫଳ ଅକ୍ଷୟ ହୋଇଥାଏ, ଏବଂ ଜୀବନ ସାରା ଏହାର ପୁଣ୍ୟ ଭାଗ୍ୟ ଉପରେ ରହିଥାଏ l
* ସୂର୍ଯ୍ୟ ଦେବ ହେଉଛନ୍ତି ସଂସାର ର ଶକ୍ତିର ଉତ୍ସ , ତେଣୁ ଏହି ମାସରେ ସ୍ନାନ ଓ ଦାନ ସହିତ ସୂର୍ଯ୍ୟ ଦେବ ଏବଂ ନାରାୟଣ ଙ୍କ କୃପା ଲାଭ ହୋଇଥାଏ l
* ବୈଶାଖ ମାସରେ ଗରମ ର ପ୍ରଭାବ ଅଧିକ ରହିଥାଏ, ତେଣୁ ଏହି ମାସରେ ଜଳ ଦାନ ର ବିଶେଷ ମହତ୍ୱ ରହିଛି, ଏବଂ ଜଳ ଦାନ କୁ ଗରୁଡ଼ ପୁରାଣ ରେ ସର୍ବୋତମ ଦାନ ବୋଲି କୁହାଯାଏ l
* ଏହି ମାସରେ ଛତା , ଜୋତା, ଅନ୍ନ, ବସ୍ତ୍ର, ଇତ୍ୟାଦି ଦାନ କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ l
* ସ୍କନ୍ଦ ପୁରାଣ ଅନୁସାରେ ବୈଶାଖ ମାସ ଶ୍ରେଷ୍ଠ ମାସ ଅଟେ, ଏହି ମାସରେ ମାତା ଲକ୍ଷ୍ମୀ ଓ ନାରାୟଣ ଙ୍କୁ ମିଳିତ ଭାବରେ ପୂଜନ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ l