Odisha news

ନେନୋ ପ୍ଲାଷ୍ଟିକ ମସ୍ତିଷ୍କରେ କିପରି ପକାଇଥାଏ ପ୍ରଭାବ

0

ଖାଇବା ବାସନ ଠାରୁ ନେଇ ଗାଧୁଆ ଘରେ, ଖାଇବା ପ୍ୟାକିଂ ଏବଂ  ନିଜ ବଗିଚା ରେ ଆମେ ସବୁ ସ୍ଥାନରେ ପ୍ଲାଷ୍ଟିକ ର ବ୍ୟବହାର କରୁଚୁ, ପ୍ଲାଷ୍ଟିକ ଆମ ଜୀବନର ଗୋଟିଏ ଅଂଶ ହୋଇଯାଇଛି, ପ୍ଲାଷ୍ଟିକ ଅଧିକ ବ୍ୟବହାର କରିବା ଦ୍ୱାରା ଶରୀରରେ ନେନୋ ପ୍ଲାଷ୍ଟିକ ପ୍ରବେଶ କରୁଛି, ଏହି ନେନୋ ପ୍ଲାଷ୍ଟିକ ର ଅଂଶ ଏତେ ଛୋଟ ଯେ ପ୍ରଶ୍ୱାସ ନେବା, ଖାଇବା, ପାଣି ପିଇବା ଏହିସବୁ ମାଧ୍ୟମରେ ଆମ ଶରୀରକୁ ଯାଉଛି l

ଗୋଟିଏ ଅଧ୍ୟୟନ ଅନୁସାରେ ନେନୋ ପ୍ଲାଷ୍ଟିକ ର ଅଂଶ ଏତେ ଛୋଟ ଯେ ଆମ ରକ୍ତ ରେ ଶରୀରର ବିଭିନ୍ନ ଅଙ୍ଗରେ ପହଁଚୁଛି, ଡାକ୍ତର ଙ୍କ ଅନୁସାରେ ମାନବ ମସ୍ତିଷ୍କ କୁ ରକ୍ଷା କରବା ପାଇଁ ବ୍ଲଡ଼ ବ୍ରେନ ବ୍ୟାରିଅର ରହିଥାଏ, ଯାହାକି ମସ୍ତିସ୍କ ରେ ହାନିକାରକ ତତ୍ୱ ଯିବାକୁ ଅଟକାଇଥାଏ, କିନ୍ତୁ କିଛି ଷ୍ଟଡି ରେ ମିଳିଛି ଯେ ନେନୋ ପ୍ଲାଷ୍ଟିକ ଏତେ ଛୋଟ ହୋଇଥାଏ ଯେ ଯାହାକି ବ୍ଲଡ଼ ବ୍ରେନ ବ୍ୟାରିଅର କୁ ମଧ୍ୟ ଅତିକ୍ରମ କରିଥାଏ l

ମସ୍ତିଷ୍କରେ କିପରି ପକାଇଥାଏ ପ୍ରଭାବ –
ଅଧ୍ୟୟନ ଅନୁସାରେ ନେନୋ ପ୍ଲାଷ୍ଟିକ ର ଅଂଶ ମସ୍ତିସ୍କ କୁ ଯିବା ଦ୍ୱାରା ଅନେକ ଗମ୍ଭୀର ସମସ୍ୟା ହୋଇଥାଏ, ଏବଂ ମସ୍ତିଷ୍କ ର କୋଷିକା ଗୁଡିକ ଦୁର୍ବଳ ହୋଇଯାଏ, ଏବଂ ମଣିଷ ନିଜ ସ୍ମରଣ ଶକ୍ତି ହରାଇବା ସହିତ ମସ୍ତିଷ୍କ ନିଜ ଚିନ୍ତା ଶକ୍ତି ହରାଇଥାଏ l

କିପରି କରିବା ନିଜକୁ ରକ୍ଷା –
ପ୍ଲାସ୍ଟି ଖୁବ କାମ ବ୍ୟବହାର କରିବା ଜରୁରୀ, ବିଶେଷ ଭାବରେ ରୋଷେଇ ଘରେ , ପିଲାଙ୍କ ସ୍କୁଲ ବ୍ୟାଗରେ, ଏବଂ ନିଜ ଦୈନନ୍ଦିନ ଜୀବନ ରୁ ଦୂରେଇବା ଜରୁରୀ l ପ୍ଲାଷ୍ଟିକ ସ୍ଥାନରେ ଷ୍ଟିଲ ବ୍ୟବହାର କରନ୍ତୁ l

କେଉଁ ସ୍ଥାନରେ ପ୍ଲାଷ୍ଟିକ ବ୍ୟବହାର କରିବନାହିଁ –
– ଗରମ ଖାଦ୍ୟ ପ୍ଲାଷ୍ଟିକ ବାସନ ରେ ରଖନ୍ତୁ ନାହିଁ ଏବଂ ଫ୍ରିଜ ରଖିବା ଉଚିତ ନୁହେଁ l

– ପ୍ଲାଷ୍ଟିକ ବୋତଲ ଯଦି ପାଣି ପିଇବା ପାଇଁ ବ୍ୟବହାର କରିବା ତେବେ ରେପୁଟେଡ଼ କମ୍ପାନୀ ର ବ୍ୟବହାର କରନ୍ତୁ l ଏବଂ ସାଧାରଣ ବୋତଲ ବ୍ୟବହାର କରନ୍ତୁ ନାହିଁ l

– ମସ୍ତିଷ୍କ କୁ ସୁସ୍ଥ ରଖିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ର ଆବଶ୍ୟକତା ରହିଥାଏ, ବିଭିନ୍ନ ସବୁଜ ପନିପରିବା , ଶାଗ, କଲରା ଇତ୍ୟାଦି ନିହାତି ନିୟମିତ ଖାଆନ୍ତୁ l

Nalco
Leave A Reply