Odisha news

ଜମି ମାଫିଆଙ୍କ କବଜାରେ କନିଷି ତହସିଲ ଓ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ , ଷଡ଼ଯନ୍ତ୍ର, ଜାଲିଆତି ଓ ଠକେଇ କରି ୩୫ ଲକ୍ଷ ଟଙ୍କାର ଜମି ହଡ଼ପ ।

0
ଗୋଳନଥରା: ମୃତ ଟିକଲ ସାହୁଙ୍କ ନାମରେ ଥିବା ଉଏ ଚାନ୍ଦପୁର ଗ୍ରାମ ଓ ମଉଜାର ଖାତା ନଂ ୧୨୫ ପ୍ଲଟ ନଂ ୪୮୭ ରକବା ଏ ୦.୩୪୯ ଡିସିମିଲ ଜମି ଅଭିଯୋଗକାରୀଙ୍କ ଅଜାଣତରେ ବିକ୍ରି ହୋଇ ହଡ଼ପ ହୋଇଥିବାର ମୃତ ଟିକଲ ସାହୁଙ୍କ ଉତ୍ତରାଧିକାରୀ ମାନେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ସ୍ବର୍ଗତ ଟିକଲ ସାହୁଙ୍କ ଚାରି ଗୋଟି ପୁତ୍ର ଯଥା ଦେବରାଜ ସାହୁ, ଛେନା ସାହୁ, ସୁରେଇ ସାହୁ ଓ ଅଶୋକ ସାହୁ ଅଟନ୍ତି ଓ ସମସ୍ତ ପୁଅ ମୃତ୍ୟୁବରଣ କରି ସାରିଛନ୍ତି । ଅଭିଯୋଗକାରୀ ୧) ମଣି ସାହୁ ସ୍ବାମୀ √ ଛେନା, ୨) କୁମାରୀ ପ୍ରଧାନ ପିତା√ ଛେନା ସ୍ବାମୀ ବାବୁଲା ପ୍ରଧାନ, ୩) ଶଙ୍କର ସାହୁ ପିତା √ ଛେନା ସାହୁ ୪) କୁମାରୀ ସାହୁ ସ୍ବାମୀ ସୁରେଇ ସାହୁ, ୫) ଝୁନୁ ନାହାକ ପିତା √ ସୁରେଇ ସାହୁ, ୬) ମିଲୁ ସାହୁ ପିତା √ ସୁରେଇ ସାହୁ, ୭) ଦମୟନ୍ତୀ ସାହୁ ସ୍ବାମୀ √ ଅଶୋକ ସାହୁ, ୮) ହରିକୃଷ୍ଟ ସାହୁ ପିତା √ ଅଶୋକ ସାହୁ, ୯) ସନ୍ତୋଷ ସାହୁ ପିତା√ ଅଶୋକ ସାହୁ  ସ୍ବର୍ଗତ ଛେନା ସାହୁ, ସୁରେଇ ସାହୁ ଓ ଅଶୋକ ସାହୁଙ୍କ ଆଇନଗତ ଧର୍ମ ପତ୍ନୀ ଓ ପୁଅ ଝିଅ ଅଟନ୍ତି ତଥା ସ୍ବର୍ଗତ ଟିକଲ ସାହୁଙ୍କ ବୋହୁ ଓ ନାତିନାତୁଣୀ ଅଟନ୍ତି । ଏହାବ୍ୟତୀତ ୧୦) ଝୁନୁ ନାହାକ , ୧୧) ସୈଳେନ୍ଦ୍ରୀ ନାହାକ, ୧୨) ଲଖମୀ ନାହାକ ପିତା √ଛେନା ସାହୁ ଓ ୧୩) ରଞ୍ଜୁ ପ୍ରଧାନ ପିତା ✓ ସୁରେଇ ସାହୁଙ୍କ କନ୍ୟା ସନ୍ତାନ ଅଟନ୍ତି  । ଚାନ୍ଦପୁର ମଉଜାର ଖାତା ନଂ ୧୨୫ ପ୍ଲଟ ନଂ ୪୮୭ ରକବା ୦.୩୪୯ ଡିସିମିଲ ପଟାଦାର- ସ୍ଵର୍ଗତ ଟିକଲ ସାହୁଙ୍କ ନାମରେ ଅଟେ, ଯାହାର ବର୍ତ୍ତମାନ ବଜାର ମୂଲ୍ୟ ୩୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଅଟେ ।  ଭାରତୀୟ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ଅନୁସାରେ ଉପରୋକ୍ତ ଅଭିଯୋଗକାରୀ ମାନେ ଉକ୍ତ ବିବାଦୀୟ ଜମି ଉପରେ ସମ ହକଦାର ଅଟନ୍ତି । ସମସ୍ତ ଅଭିଯୋଗକାରୀ ଅଶିକ୍ଷିତ, ମୂର୍ଖ, ଖଟିଖିଆ, ଦିନ ମଜୁରିଆ ଓ ଶାନ୍ତ ସରଳ ପ୍ରବୃତିର ସାଧାରଣ ଲୋକ ଅଟନ୍ତି ଓ ଦିନ ମଜୁରିଆ ଭାବେ କାମ କରି ନିଜ ନିଜର ପେଟ ପୋଷି ଓ ପରିବାର ପ୍ରତିପୋଷଣ କରନ୍ତି ଓ ସରକାରୀ କାଗଜପତ୍ର ଓ ଆଇନ ଉପରେ ସମ୍ପୂର୍ଣ୍ଣ ଅନିଭଜ୍ଞ ଅଟନ୍ତି । ସେମାନଙ୍କ ଅଶିକ୍ଷିତାଓ ସରଳତାର ସୁଯୋଗ ନେଇ ମିଟୁ ସାହୁ ପିତା √ ଦେବରାଜ ସାହୁ,  କାମିନୀ ସାହୁ ସ୍ବାମୀ ମିଟୁ ସାହୁ, କିଛି ତହସିଲ ଓ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟର ସରକାରୀ କର୍ମଚାରୀ ଓ ବାହାରର କୁଚକ୍ରାନ୍ତକାରିଙ୍କ ସହଯୋଗରେ ଷଡ଼ଯନ୍ତ୍ର ଓ ଚଞ୍ଚକତା କରି ଉକ୍ତ ବିବାଦୀୟ ଜମିକୁ ହଡ଼ପ କରିଦେଇଛନ୍ତି ଓ ଉକ୍ତ ବିବାଦୀୟ ଜମିର ସମଭାଗ ଉପଭୋଗ କରିବାରୁ ସେମାନଙ୍କୁ ଉପେକ୍ଷା କରି ଦେଇଛନ୍ତି । ସ୍ବର୍ଗତ ଟିକଲ ସାହୁଙ୍କ ନାମରେ ଥିବା ଅନ୍ୟ ଏକ ନିର୍ଦ୍ଦିଷ୍ଟ ଜମିକୁ ବିକ୍ରୀବଟା ପାଇଁ ଉତ୍ତରାଧିକାରୀ ଭାବେ ସେମାନଙ୍କୁ ଡାକି ଆଣି, ଉପ ନିବନ୍ଧକଙ୍କ କାର୍ଯ୍ୟାଳୟକୁ ଆସିଥିବା ସମୟରେ ପୂର୍ବରୁ ପ୍ରସ୍ତୁତ କରିଥିବା ଏହି ବିବାଦୀୟ ଜମିର କବଲାରେ ମଧ୍ୟ ନିର୍ଦ୍ଦିଷ୍ଟ ଜମିର କବଲା ସହିତ ସେମାନଙ୍କର ଅଜାଣତରେ ଦସ୍ତଖତ ନେଇ ସେହି ନିର୍ଦ୍ଦିଷ୍ଟ ଜମି ସହିତ ଏହି ବିବାଦୀୟ ଜମିକୁ ମଧ୍ୟ ପଞ୍ଜିକରଣ କରି ହଡ଼ପ କରିଦେଇଛନ୍ତି ।
ଅନ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ହେଲା, ମୃତ ଟିକଲ ସାହୁ ନାମରେ ଥିବା ନିର୍ଦ୍ଦିଷ୍ଟ ଜମି ଓ ବିବାଦୀୟ ଜମିର ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ସେପ୍ଟେମ୍ବର ମାସ ପାଞ୍ଚ/ଛ ତାରିଖରେ ଏକା ସହିତ, ଏକା ସମୟରେ ଓ ଏକା ଥରରେ ବାୟୋମେଟ୍ରିକ ଦସ୍ତଖତ ଓ ଟିପ ଚିହ୍ନ ଓ ଫୋଟ କେପଚର୍ ନିଆ ଯାଇଥିବା ବେଳେ, ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବା ସହିତ ତଦନ୍ତ ଅଧିକାରୀଙ୍କୁ ବାଟବଣା କରିବା ଉଦ୍ଦେଶ୍ୟରେ ବିବାଦୀୟ ଜମିର ପଞ୍ଜିକରଣ ସେପ୍ଟେମ୍ବର ୧୨ ତାରିଖରେ ଦେଖାଇବା ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ଭୁମିକା ମଧ୍ୟ ସନ୍ଦେହ ଘେରରେ ଓ ତଦନ୍ତ ସାପେକ୍ଷ ।
ସୂଚନାଯୋଗ୍ୟ, କନିଷି ତହସିଲରୁ ଜାରି ହୋଇଥିବା ସ୍ବର୍ଗତ ଟିକଲ ସାହୁଙ୍କ ଉତ୍ତରାଧିକାରୀ ପ୍ରମାଣ ପତ୍ର ରେ ଅସାଧୁ ଆରଆଇ କନିଷି ଓ ତହସିଲରେ ହାତଗୁଞ୍ଜା ଦେଇ ଷଡ଼ଯନ୍ତ୍ର ଓ ଚଞ୍ଚକତା କରି ଉପରେ ଦର୍ଶାଯାଇଥିବା କ୍ରମିକ ନଂ ୧୦ ଠାରୁ କ୍ରମିକ ନଂ ୧୩ ପର୍ଯ୍ୟନ୍ତ ଆଇନଗତ ଉତ୍ତରାଧିକାରୀ ଓ ଦାବିଦାର ଥିବା ନାତୁଣୀ ମାନଙ୍କୁ ସାବାଳିକା ଥିବା ସତ୍ତ୍ବେ ଉତ୍ତରାଧିକାରୀ ପ୍ରମାଣପତ୍ରରୁ ବାଦ ଦେଇଛନ୍ତି । ଏହାବ୍ୟତୀତ ଉକ୍ତ ବିବାଦୀୟ ଜମିର ପଞ୍ଜିକରଣ ସମୟରେ କଥାଟି ପ୍ରଘଟ ହୋଇଯିବା ଭୟରେ ଉପ ନିବନ୍ଧକ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ଉପ ନିବନ୍ଧକଙ୍କ ସମ୍ମୁଖରେ ବିଚାରଣା ନକରାଇ ବାହାରୁ ବାହାରୁ ଫେରେଇ ଦେଇଛନ୍ତି, ଯାହାଦ୍ଵାରା ବିଚାରଣା ସମୟରେ ଅସଲ କଥାଟି ପଦାକୁ ଆସି ଅଭିଯୋଗକାରୀଙ୍କ ଲୋକ ଲୋଚନକୁ ଆସି ପାରିଲା ନାହିଁ ।
ତେଣୁ, ସମସ୍ତ ଅଭିଯୋଗକାରୀ, ଏହି ବିବାଦୀୟ ଜମିର ପଞ୍ଜିକରଣ କଵଲା ନମ୍ବର ୧୧୮୪୨୩୦୩୮୧୪/୨୦୨୩ ତା ୧୨/୧୦/୨୦୨୩କୁ  ତତକ୍ଷଣାତ ରଦ୍ଦ କରିବା ଓ ଏହି ଷଡ଼ଯନ୍ତ୍ର, ଜାଲିଆତି, ଠକେଇ ଭଳି ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିବା ସରକାରୀ ଓ ବାହାର ଲୋକ ଷଡ଼ଯନ୍ତ୍ରକାରୀ ଓ ଚକ୍ରାନ୍ତକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଦୃଢ଼ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତେ ବ୍ୟକ୍ତିଗତ ଭାବେ ଗୋଳନଥରା ଥାନା ଅଧିକାରୀ, କନିଷି ତହସିଲଦାର ଓ ସବ୍ ରେଜିଷ୍ଟ୍ରାରଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ଦେବା ସହିତ ରେଜିଷ୍ଟ୍ରି ଡ଼ାକ ଯୋଗେ ମଧ୍ୟ ଉପରୋକ୍ତ ଅଧିକାରୀଙ୍କ ସହ ଗଞ୍ଜାମ ଜିଲ୍ଲାପାଳ, ଜିଲା ସବ୍ ରେଜିଷ୍ଟ୍ରାର, ଆରଡିସି ବ୍ରହ୍ମପୁର, ଏସପି ବ୍ରହ୍ମପୁର, ପୋଲିସ ମହାନିର୍ଦ୍ଦେଶକ ଓଡ଼ିଶା କଟକଙ୍କୁ ଅଭିଯୋଗ ପତ୍ର ପଠାଇଛନ୍ତି । ଏହାବ୍ୟତୀତ ସେମାନେ ଦାବି କରିଛନ୍ତି ଯେ, ସେମାନଙ୍କ ବହୁ ମୂଲ୍ୟବାନ ଜମି ସେମାନଙ୍କୁ ଫେରାଇବାର  ବନ୍ଦୋବସ୍ତ କରିବା ସହିତ ଏହି ଅପରାଧିକ କାର୍ଯ୍ୟକଳାପରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସାମିଲ ଥିବା ସମସ୍ତ ଦୋଷୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଦୃଢ଼ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ସଦୃଶ୍ୟ ଦୋଷୀ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଛନ୍ତି ।

Leave A Reply