ଢ଼େଙ୍କିକୋଟ ତା ୨୦. ୧୦. ୨୩ : ଘଷିପୁରା ବ୍ଲକ ମଦନପୁର ପଂଚାୟତ କାନପୁର ଗ୍ରାମ ରେ ଥିବା ମା ଙ୍କ ପୀଠ ଓ ପୂଜା ମଣ୍ଡପ ରେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଶକ୍ତି ଉପାସନା ପୀଠ ଭାବ ପରିଚିତ କାନପୁର ଗ୍ରାମରେ ପ୍ରତିବର୍ଷ ମା ଙ୍କ ପୀଠ ଅନୁସାରେ ଉଭୟ ପୀଠ ଓ ପୂଜା ମଣ୍ଡପ ରେ ପୂଜା କରାଯାଇଥାଏ । ଚଳିତ ବର୍ଷ ୫୦ ବର୍ଷ ରେ ପଦାର୍ପଣ କରିଛି କାନପୁର ଦୁର୍ଗାପୂଜା। ଏହି ଅବସରରେ ମା ଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛି ପୁରା ଗ୍ରାମ। ଚଳିତ ବର୍ଷ କମିଟି ପକ୍ଷରୁ ୬ ଦିନ ବ୍ୟାପୀ ମା ଙ୍କ ପୂଜା ପାଳନ କରାଯାଉଛି । ଚଳିତ ବର୍ଷ ମା ଙ୍କ ମନଲୋଭା ମୂର୍ତ୍ତି ସହିତ ସୁଉଚ୍ଚ ତୋରଣ ସହିତ ସମଗ୍ର ଗ୍ରାମକୁ ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯାଇଛି । ପୁରା ଉତ୍ସବ ମୁଖର ହୋଇଉଠିଛି ପୁରା ଗ୍ରାମ। ସନ୍ଧ୍ୟା ରେ ଆଖପାଖ ଗ୍ରାମ ରୁ ବୋହୁ ଶ୍ରଦ୍ଧାଳୁ ଙ୍କ ସମାଗମ ହେଉଅଛି।ମୁଖ୍ୟ ପୁରୋଧା କୁଳଗୁରୁ ଶ୍ରୀ ସାରଙ୍ଗଧର ନନ୍ଦ ଙ୍କ ତତ୍ତ୍ଵାବଧାନରେ ପୂଜା କାର୍ଯ୍ୟ ପରିଚାଳିତ ହେଉଅଛି ।ଗ୍ରାମର ଚିନ୍ତାମଣି ଚକ୍ର ଓ ତାଙ୍କ ପତ୍ନୀ ଗୀତାରାଣୀ ଚକ୍ର ପୂଜା ସଂକଳ୍ପ ରେ ବସିଥିଲେ। ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଗ୍ରାମର ପାରିପାର୍ଶ୍ବିକ ପ୍ରାୟ ୧୦ ଗୋଟି ଗ୍ରାମ ର ଜନସାଧାରଣ କୁ ନିମନ୍ତ୍ରିତ କରାଯାଇଛି।ଗ୍ରାମର ଝିଅ, ଜ୍ୱାଇଁ, ବନ୍ଧୁ, ବାନ୍ଧବ ମାନଙ୍କୁ ୬ ଦିନ ବ୍ୟାପୀ ମା ଙ୍କ ପୂଜା ରେ ଉପସ୍ଥିତ ରହିବା ସହ ପ୍ରତ୍ୟେକ ଦିନ ୩ ଥର ମା ଙ୍କ ମଣ୍ଡପ ରେ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି। ସଂଧ୍ୟା ରେ ଓଡ଼ିଶା ର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଦେବ, ଘଷିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଠୀ ପହଞ୍ଚି ମା ଙ୍କ ଆଶୀର୍ବାଦ ନେଇଥିଲେ। କାନପୁର ର ଏହି ଏକତା ମନୋଭାବ ଙ୍କୁ ପ୍ରଶଂସା କରିବା ସହ କାନପୁର ଗ୍ରାମରେ ଉଭୟ ଶାରଦୀୟ ଦୁର୍ଗାପୂଜା ଓ ମା ବାସନ୍ତୀ ଙ୍କ ଦୂର୍ଗା ପୂଜା ଆଜି ସାରା ଓଡ଼ିଶା ରେ ପରିଚିତ ବୋଲି ମତ ପ୍ରକାଶ କରିଥିଲେ ।ଏହି ପୂଜା ରେ କାନପୁର ଗ୍ରାମ ର ସ୍ୱତନ୍ତ୍ରତା ଅଛି ବୋଲି କହିଥିଲେ। ଏହି ଅବସରରେ ସ୍ମରଣିକା ତ୍ଵମେକା ଭବାନୀ ଉନ୍ମୋଚନ କରାଯାଇଥିଲା।ତା ୨୧ ରେ ମହାଷ୍ଟମୀ ରେ ଚଣ୍ଡିପାଠ,ମା ଙ୍କ ବ୍ରତ ବନ୍ଧନ । ୨୨ ରେ ମହାନବମୀ ରେ ଚଣ୍ଡିପାଠ, ସନ୍ଧି ପୂଜା ଓ ବଳିଦାନ।୨୩ ରେ ବିଶ୍ରାମ ରେ କୁମାରିପୁଜନ, ପୂର୍ଣ୍ଣାହୂତି।୨୪ ରେ ବିଜୟା ଦଶମୀ ରେ ଅପରାଜିତା ପୂଜା,ଲାଖବିନ୍ଧା, ଖଡ୍ଗ ଯୁଦ୍ଧ, ମଲ୍ଲ ଯୁଦ୍ଧ, ଓ ଅନ୍ୟାନ୍ୟ ଶାରିରୀକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉଦଯାପନୀ ସନ୍ଧ୍ୟା ରେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ଘଷିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଠୀ, ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତା ୨୫ ରେ ମା ଙ୍କ ଭସାଣି ଯାତ୍ରା ରେ ମୁଖ୍ୟ ସିଂହବଦ୍ୟ , ଘଣ୍ଟୁଆ, ଯୋଡ଼ିସଂଖ ମୁଖ୍ୟ ଆକର୍ଷଣ ସାଜିବ।ସନ୍ଧ୍ୟାରେ ଭଜନକିର୍ତନ ସହିତ ଓଡ଼ିଶାର ସୁନାମ ଧନ୍ୟ କଳାକାର ଙ୍କ ଦ୍ଵାରା ଭଜନ ସନ୍ଧ୍ୟା,ମେଲୋଡି,ନୃତ୍ୟ, ଅପେରା ପରିବେଷଣ ହେବ। ପ୍ରତ୍ୟହ ପୂଜା ରେ ସମାଜ ର ମହତ୍ତ୍ଵ ଉଦ୍ଦେଶ୍ୟ ରଖି ଲୋକମାନଙ୍କ ପାଇଁ ଭଲ କାମ କରୁଥିବା ବିଭିନ୍ନ ବର୍ଗର ଲୋକମାନଙ୍କୁ ସମ୍ମାନିତ କରାଯିବ ।କମିଟି ର ସଦସ୍ୟ ଗୌରାଙ୍ଗ ଚକ୍ର, କେଶବ ଚନ୍ଦ୍ର ଚକ୍ର,ଚିନ୍ତାମଣି ଚକ୍ର,ତ୍ରିଲୋଚନ ଚକ୍ର, ବ୍ରଜକିଶୋର ଚକ୍ର, ଆଶିଷ ଚକ୍ର, ନିର୍ମଳ ଚକ୍ର, ଅକ୍ଷୟ ଚକ୍ର, ମହେଶ୍ୱର ଚକ୍ର,ନିରାକାର ଚକ୍ର,ବୀଜେନ୍ ଚକ୍ର,ଭବାନୀଶଙ୍କର ଚକ୍ର, ବାବାଜୀ ଚରଣ ଜେନା,ଭାବେନ ଜେନା,ବିବେକା ଜେନା, ଉଦ୍ଧବ ଜେନା,ଦେବେନ୍ଦ୍ର ଜେନା, ଦୋଳଗୋବିନ୍ଦ ଚକ୍ର,ରବୀନ୍ଦ୍ର ଚକ୍ର, ମନ୍ମଥ ଚକ୍ର,ସନ୍ତୋଷ ଚକ୍ର, ବସନ୍ତ ଚକ୍ର,ସୁମନ୍ତ ଚକ୍ର, ଜନାର୍ଦ୍ଦନ ଚକ୍ର,ବିଶ୍ଵମଙ୍ଗଳ ଜେନା,ଅଭିଜିତ ଜେନା, ବାଇଧର ଚକ୍ର, କାଠି ଚକ୍ର, ଶରତ ଚକ୍ର,ଜୀତେନ୍ଦ୍ର ଚକ୍ର, ଜନାର୍ଦ୍ଦନ ଜେନା, ପ୍ରଦୀପ ଚକ୍ର, କ୍ଷୀରୋଦ ଚକ୍ର, ବଟକୃଷ୍ଣ ଚକ୍ର, ବେଣୁଧର ଚକ୍ର, ଅଭିମନ୍ୟୁ ଚକ୍ର,ସୁକାନ୍ତ ଜେନା ପ୍ରମୁଖ ପରିଚାଳନା କରିଥିଲେ।