Odisha news

ଶ୍ରୀ ଗୁରୁ ଆଶ୍ରମ ଶିଦ୍ଧେଶ୍ୱର ପୀଠରେ ଗିତା ମହାଯଜ୍ଞ ଓ  ଆଧ୍ୟାତ୍ମିକ ଜାଗରଣ କାର୍ଯ୍ୟକ୍ରମ

0
ଚଣ୍ଡିଖୋଲ/ଚଡେଇଧରା :  ଯାଜପୁର ଜିଲ୍ଲାର ଅନନ୍ୟ ଆଧ୍ୟାତ୍ମିକ ସ୍ଥଳ ଚଡେଇଧରା ସ୍ଥିତ ବେଢା ମଧୁପୁରର ପର୍ବତରେ ବ୍ରହ୍ମଲୀନ ସ୍ୱାମୀ ମୌନାନନ୍ଦ ସରସ୍ୱତୀ ମହାରାଜଙ୍କ ଦ୍ୱାରା ସ୍ଥାପିତ ପ୍ରଶିଦ୍ଧ ଶ୍ରୀଗୁରୁ ଆଶ୍ରମ ଓ ଶିଦ୍ଧେଶ୍ୱର ପୀଠରେ ପବିତ୍ର ଗର୍ଭଣା ସକ୍କ୍ରାନ୍ତି ତିଥିରେ ଗିତା ମହାଯଜ୍ଞ ଓ ଆଧ୍ୟାତ୍ମିକ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା! ଅଧୁନା ଆଶ୍ରମର ବାବା ଜ୍ଞାନାନନ୍ଦ ସରସ୍ୱତୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟୁଷରୁ ମୌନାନନ୍ଦ ସରସ୍ୱତୀ ମହାରାଜଙ୍କ ସମାଧି ପୂଜନ ସମ୍ପୂର୍ଣ୍ଣ କରାଯିବା ସହ ଶିଦ୍ଧେଶ୍ୱର ମହାଦେବଙ୍କ ମହାସ୍ନାନ ଓ ରୁଦ୍ରାଭିଷେକ ହୋଇଥିଲା! ପାର୍ବଣ ଉପଲକ୍ଷେ ରାମଚରୀତ ମାନସ ପାରାୟଣ ଓ ନବରାତ୍ର ନିତି ସମ୍ପୂର୍ଣ୍ଣ ହୋଇଥିଲା !ପରେ ପରେ ଆୟୋଜିତ ଗିତା ମହାଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ ପୂର୍ବକ ଆଧ୍ୟାତ୍ମିକ ଜାଗରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା! ଏହି କାର୍ଯ୍ୟକ୍ରମକୁ ଛତିଆ ସୋଲର ସ୍ଥିତ ପବିତ୍ର ଉଦାସ ଆଶ୍ରମର ପ୍ରାଣ ପ୍ରତିଷ୍ଠାତା ତଥା ଉଦାସ ପନ୍ଥାର ପ୍ରବର୍ତ୍ତକ ସ୍ୱାମୀ ଯଜ୍ଞେଶ୍ୱରାନନ୍ଦ ସରସ୍ୱତୀ ଉଦଘାଟନ କରିବା ସହ ତାଙ୍କର ଦିକ୍ଷାନ୍ତ ଆଧ୍ୟାତ୍ମିକ ବାଣୀ ପ୍ରଦାନ କରିଥିଲେ! ବିଶେଷକରି ବର୍ତ୍ତମାନର ସମାଜରେ ଦେଖାଦେଇଥିବା ଚାରିତ୍ରିକ ଅଧୋଗତି,ଆତ୍ମସ୍ୱାର୍ଥି ଓ ଅହଂକାର ପରାୟଣତାକୁ ଆଧ୍ୟାତ୍ମିକ ଭାବଧାରା ମାଧ୍ୟମରେ କିପରି ବିଲୋପ ଏବଂ ମାର୍ଜିତ କରାଯାଇ ପାରିବ ଓ ସମସ୍ତ ପ୍ରାଣିଙ୍କ ମଧ୍ୟରେ କିପରି ଭାତ୍ତୃତ୍ୱଭାବ ଜାଗରିତ ହେବ ସେ ସମ୍ପର୍କରେ ମାର୍ଗଦର୍ଶନ କରାଇଥିଲେ! ଏଥିରେ ବାବା ପଶୃରାମ ଦାସ,ବଡଚଣା ଥାନା ଅଧିକାରୀ ତଥା ବିଶିଷ୍ଟ କବି ଶରତଚନ୍ଦ୍ର ପାତ୍ର ଯୋଗଦେଇ ବିଭିନ୍ନ ପୁରାଣ ଓ ଧର୍ମ ଗ୍ରନ୍ଥରେ ବର୍ଣ୍ଣିତ ମାନବ ତତ୍ତ୍ୱ ଓ ଆଧ୍ୟାତ୍ମିକ ମାର୍ଗରେ ଅନୁପ୍ରାଣିତ ହୋଇ ଜୀବନକୁ କିପରି ସୁଖୀ ଓ ଶାନ୍ତି ଦେଇହୁଏ ତାହାର ଅବତାରଣା କରିଥିଲେ! ଆଶ୍ରମର ଭକ୍ତ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ସୂଚନା ଦେବାସହ ସମସ୍ତ ଅତିଥି ଓ ଶ୍ରଦ୍ଧାଳୁ ମାନଙ୍କୁ ସ୍ୱାଗତ କରିଥିଲେ!ପ୍ରାରମ୍ଭରେ ଉଦାସ ଆଶ୍ରମର ମୁଖ୍ୟ ସେବକ ଦିବ୍ୟଲୋଚନ ଦାସ ଆଶ୍ରମର ମୂଳନିତି ଓ ଆଶ୍ରମବାସୀଙ୍କ ଗୁରୁଙ୍କ ପ୍ରତି କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ! ଏଥିରେ ଶ୍ରୀଗୁରୁ ଓ ଉଦାସ ଆଶ୍ରମର ବହୁ ଭକ୍ତ ତଥା ସ୍ଥାନୀୟ ଶ୍ରଦ୍ଧାଳୁ ଯୋଗଦେଇଥିଲେ!ଭକ୍ତ ଲଲାଟେନ୍ଦୁ ବିଶ୍ୱାଳ,ପୂର୍ଣ୍ଣଚନ୍ଦ୍ର ରାଉତ,ଶକ୍ତିରଞ୍ଜନ ଦାସ,ଅଶୋକ ପରିଡା,ଅଜୟ ବେହେରା,ପିତବାସ ସାହୁ,ଗଣେଶ୍ୱର ପଣ୍ଡା,ଗନ୍ଧର୍ବ ପରିଡା,ପ୍ରମୋଦକୁମାର କବି,ରାମଚନ୍ଦ୍ର ବାରିକ,କୃଷ୍ଣଚନ୍ଦ୍ର ଦାସ,ସହଦେବ ସାହୁ,ବସନ୍ତ ଦାସ ପ୍ରମୁଖ ସହଯୋଗ କରିଥିଲେ!
Nalco
Leave A Reply