Odisha news

ରବିବାର ସହିତ ଅନ୍ୟ ଦିନରେ ମଧ୍ୟ ଆଦିତ୍ୟ ହୃଦୟ ମନ୍ତ୍ର ପାଠକରି ଜୀବନରେ ସଫଳତା ଲାଭ କରନ୍ତୁ

ହିନ୍ଦୁ ଧର୍ମରେ ବହୁ ଦେବଦେବୀ ପୂଜାର ପ୍ରଥା ରହିଛି ,ସମସ୍ତ ଦେବଦେବୀଙ୍କ ପାଇଁ ଅଲଗା ମନ୍ତ୍ରର ମହତ୍ୱ ରହିଛି l ପ୍ରତେକ ମନ୍ତ୍ରର ପ୍ରଭାବ ଘରକୁ ସକାରାତ୍ମକ ଶକ୍ତି ଆଣିବା ସହିତ ଜୀବନରେ ଅନେକ ପ୍ରକାରର ସୌଭାଗ୍ୟ ଲାଭ କରାଇଥାଏ l ସେହି ଭଳି ଅଦିତ୍ୟଙ୍କର ମନ୍ତ୍ର ଯାହା ଆମେ ପ୍ରତେକ ଦିନ ସୂର୍ଯ୍ୟ ପୂଜା ସମୟରେ ପାଠ କରିଥାଉ ତାହାର ମଧ୍ୟ କିଛି ବିଶେଷ ମହତ୍ୱ ରହିଛି l ସୂର୍ଯ୍ୟଙ୍କ ପାଇଁ ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଆମେ ନିଜକୁ ମାନସିକ ଓ ଶାରୀରିକ ଭାବରେ ସକ୍ରିୟ କରିଥାଉ l ରବିବାର ଦିନ ଏହି ମନ୍ତ୍ରକୁ ଉଚ୍ଚାରଣ କରି ସୂର୍ଯ୍ୟଙ୍କୁ ଜଳ ଦାନ କଲେ ଜୀବନରେ ସମସ୍ତ ସମସ୍ୟା ଅନ୍ତ ହୁଏ l

ବାଲ୍ମୀକ ରାମାୟଣ ନୌଶରେ ଆଦିତ୍ୟ ହୃଦୟ ମନ୍ତ୍ର ଅଗସ୍ତ ମୁନ୍ନିଙ୍କ ଦ୍ୱାରା ଭଗବାନ ଶ୍ରୀରାମଙ୍କୁ ଯୁଦ୍ଧ ସମୟରେ ରାବଣ ନିକଟରେ ବିଜୟ ଲାଭ କରିବା ପାଇଁ ଦିଆଯାଇଥିଲା l କୁହାଯାଏ ଯେ ଯିଏ କେହିବି ଏହି ମନ୍ତ୍ରକୁ ପାଠ କରିଥାଏ ସେ ସମସ୍ତ ସ୍ଥାନରେ ବିଜୟ ଲାଭ କରେ l

* କୁହାଯାଏ ଯେ ସୂର୍ଯ୍ୟ ଆମ ଜୀବନରେ ଆଲୋକର ସଂଚାର କରି ଥାନ୍ତି ,ସେଥିପାଇଁ ସୂର୍ଯ୍ୟଙ୍କୁ ନିୟମିତ ଭାବରେ ଜଳରେ ଅର୍ଘ୍ୟ ଦେଇ ” ଓଁ ସୂର୍ଯ୍ୟ ଦେବାୟ ନମଃ ” ଏହି ଆଦିତ୍ୟ ମନ୍ତ୍ରକୁ ଜପ କରିବା ବଶ୍ୟକ l

ଏହି ମନ୍ତ୍ର ଜପ କରିବାର ଲାଭ –

ଏହିଁ ମନ୍ତ୍ରକୁ ପାଠ କରିବା ଦ୍ୱାରା ବ୍ୟକ୍ତିର ମନବଳ ସୁଦୃଢ ହେବ ସହିତ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ l ଯେକୌଣସି ସ୍ଥାନ ହେଉନା କାହିଁକି ବ୍ୟକ୍ତି ସଫଳତା ହାସଲ କରିଥାଏ l

ଯଦି ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ବାସ କ୍ଯାରୁଛି ଓ ଆତ୍ମବିଶ୍ୱାସର କମ ରହୁଛି ତେବେ ସକାଳୁ ସ୍ନାନ କରିସାରି ସ୍ୱରାଜ୍ୟ ଦେବଙ୍କୁ ୱାର୍ଜ୍ୟ ଦେବା ସହିତ ଆଦିତ୍ୟ ମନ୍ତ୍ର ପାଠ କରନ୍ତୁ l

ଆଦିତ୍ୟ ମନ୍ତ୍ର ନିୟମିତ ପାଠ କରିବବ ଦ୍ୱାରା ଜୀବନରେ ନିରାଶ ଦୂର ହେବ ସହିତ ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ l ଏହାଦ୍ୱାରା ମଧ୍ୟ ଘରେ ପ୍ରତିକୂଳ ସ୍ଥିତି ପ୍ରକାଶ ପାଏ l

ଏହି ମନ୍ତ୍ରକୁ ଉଚ୍ଚାରଣ କଲେ ସଫଳତା ମିଳିଥାଏ ଓ ନୂତନ ମାର୍ଗ ବଂଚିବା ପାଇଁ ଖୋଲିଯାଏ l ଏହି ମନ୍ତ୍ରକୁ ନିୟମିତ ପାଠ କରି ପାରିବେ କିନ୍ତୁ ରବିବାର ଦିନ ପାଠ କରିବା ଦ୍ୱାରା ଏହାର ବିଶେଷ ଫଳ ମିଳିଥାଏ l

Comments are closed.