ହିଞ୍ଜିଳି କାଟୁ ତା 18/10- ରାଜ୍ୟରେ ବିଶ୍ୱ ମହିଳା ଫୁଟବଲ ଖେଳ ଚାଲୁରହିଥିବା ପରିପ୍ରେକ୍ଷୀରେ ବିଦ୍ୟାଳୟ ସ୍ତରରେ ଫୁଟବଲ ଖେଳ ପ୍ରତିଭାଙ୍କୁ ଉତ୍ସlହିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବଣ୍ଟନର ବ୍ୟବସ୍ଥା କରାଯାଇଛି l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବ୍ଲକ ରା୍ଳବ ପଂଚାୟତର ଆଲପୁର ହାଇସ୍କୁଲରେ ଫୁଟବଲ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବରେ 68 ନଂ ଜୋନ ଜ଼ିଲ୍ଲାପରିଷଦ ସଭ୍ୟ ଏଳା ସୁଦର୍ଶନ ମୁଖ୍ୟ ଅତିଥିରୂପେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ରା୍ଳବ ପଂଚାୟତ ସରପଞ୍ଚ ରଶ୍ମିତା ପ୍ରଧାନ, ସମିତିସଭ୍ୟା ରୀନା ପୋଲାଈ, ୱାର୍ଡ ସଭ୍ୟ ଗୌର ପୋଲାଈ, ଶଙ୍କର ପୋଲାଈ, ଟୁକୁନା ପ୍ରଧାନ, ଦିଲ୍ଲୀପ ପୋଲାଈ, ରବୀନ୍ଦ୍ର ପରିଡା ଆଦି ଯୋଗଦେଇ ଫୁଟବଲ ବଣ୍ଟନ କରିଥିଲେ l ଗତ 16 ଓ 17 ତାରିଖ ଦୁଇ ଦିନଧରି ଛତ୍ରପୁର ଠାରେ ଅନୁଷ୍ଠିତ ଜ଼ିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନରେ ହିଞ୍ଜିଳି ବ୍ଲକ ରନରସଅପ ହୋଇଥିଲେ ମଧ୍ୟ ଆଲପୁର ହାଇସ୍କୁଲର ଛାତ୍ର ଶଙ୍କର ଦଳାଇ ନିଜ ଶ୍ରେଷ୍ଠ ପ୍ରଦର୍ଶନରେ “ବେଷ୍ଟ ଗୋଲକିପର” ରୂପେ ଗଞ୍ଜାମ ଜ଼ିଲ୍ଲାପ୍ରଶାସନ ଦ୍ୱାରା ପୁରସ୍କୃତ ହୋଇଥିଲେ l ତେଣୁ ସେହି ପ୍ରତିଭାଙ୍କ ସମ୍ମାନ ଓ ଉତ୍ସlହିତ କରିବା ପାଇଁ ବିଦ୍ୟାଳୟ ପରିସରରେ ଉପସ୍ଥିତ ଅତିଥିମାନେ ଫୁଲତୋଡ଼ା ଦେଇ ସମ୍ମାନୀତ କରିଥିଲେ l ଆଗାମୀ ଦିନରେ ଶିକ୍ଷା ସହିତ ଖେଳକୁ ପ୍ରାଧ୍ୟାନ୍ୟ ଦେଇ ଏହି ବିଦ୍ୟାଳୟ ବହୁ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ ବୋଲି ପ୍ରଧାନଶିକ୍ଷକ କୈଳାଶପତି ଦାଶ ଦୃଢୋକ୍ତି ପ୍ରକାଶ କରିଥିଲେ l ଖେଳ ଶିକ୍ଷକ ବାବୁଲାଲ ସ୍ୱାଇଁ ତାଙ୍କ ଦୀର୍ଘ ଦିନ ପରିଶ୍ରମର ଫଳ ପାଇଥିବା ପ୍ରକାଶ କରିଥିବା ବେଳେ ପ୍ରତିଭାବାନ ଖଳାଳୀଙ୍କୁ ପ୍ରଶିକ୍ଷଣ ଦେଇ ସେମାନଂକୁ ଅନୁଷ୍ଠାନ ସଙ୍ଗେ ବ୍ଲକ, ଜ଼ିଲ୍ଲାର ମର୍ଯ୍ୟାଦା ବଢ଼ାଇବାରେ ତାଙ୍କ ଚେଷ୍ଟା ବଳବତ୍ତର ରହିବ ବୋଲି ସେ କହିଥିଲେ l
