ହିନ୍ଦୁ ଧର୍ମରେ ବିବାହ କାର୍ଯ୍ୟରେ ଅନେକ ଗୁଡ଼ିଏ ରୀତି ନୀତି ରହିଛି । ଏହି ନୀତି ମାନଙ୍କ ମଧ୍ୟରୁ ଗୋଟିଏ ମହତ୍ତ୍ଵ ପୂର୍ଣ୍ଣ ନୀତି ହଉଛି କନ୍ୟା ଦାନ । ଏପରି ମାନ୍ୟତା ରହିଛି ଯେ ଯେତେବେଳେ ବିବାହ କାର୍ଯ୍ୟ ହୋଇଥାଏ କନ୍ୟା ପିତା ବିଧି ବିଧାନ ରେ କନ୍ୟା ଦାନ ର ରୀତି ନୀତି ରେ ନିଜ କନ୍ୟା ର ହାତ ବର କୁ ସମ୍ପର୍ପଣ କରି ଥାଆନ୍ତି । ଏହାଦ୍ବାରା ଉଭୟ ବାପ ଘର ଓ ଶ୍ୱଶୁର ଘର ର ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଗୋଟିଏ ବିଶେଷ କାରଣରୁ କନ୍ୟା ଦାନ ର ରହିଛି ମହତ୍ତ୍ଵ ଓ କୁହାଯାଏ ଗୋଟିଏ ମହାନ୍ ଦାନ ।
ବିବାହ ସମୟରେ ବର ଓ ବଧୂ ଙ୍କୁ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଇ ଥାଏ । ଏପରି ସ୍ଥିତି ରେ ଝିଅ ର ପିତା ନିଜର ଲକ୍ଷ୍ମୀ ସ୍ବରୂପ କନ୍ୟା କୁ ବର ପକ୍ଷକୁ ଅର୍ପଣ କରି ଥାନ୍ତି। ଏହି କାରଣରୁ କନ୍ୟାଦାନ କୁ ମହାଦାନ ବୋଲି କୁହାଯାଇ ଥାଏ ।
* ଯଦି କେହି ଲକ୍ଷ୍ମୀ ଙ୍କୁ ଦାନ କରିଥାଏ ତେବେ ସେ ନିଜର ସୁଖ ସମୃଦ୍ଧି ର ଦାନ ମଧ୍ୟ କରିଦେଇ ଥାଏ । ଏହି କାରଣରୁ କନ୍ୟା ଦାନ ଗୋଟିଏ ମହାଦାନ ବୋଲି କୁହାଯାଇ ଥାଏ ।
* କନ୍ୟାଦାନ ର ପ୍ରଥା ବିଭିନ୍ନ ଜାଗାରେ ଅଲଗା ଅଲଗା ଭାବରେ କରାଯାଇ ଥାଏ । ସାଧାରଣ ଭାବରେ ଏହି ପ୍ରଥା ରେ ବଧୂ ର ହାତ କୁ ଗୋଟିଏ କଳସ ଉପରେ ରଖା ଯାଇଥାଏ ।
* ଏହାପରେ କନ୍ୟାର ପିତା ବର ର ହାତ ରେ ନିଜ କନ୍ୟା ହାତ କୁ ରଖିଥାଏ । ଏହାପରେ ଫୁଲ ମାଳ, ଗଙ୍ଗା ଜଳ, ଓ ପାନ ପତ୍ର ରଖି ମନ୍ତ୍ର ଉଚ୍ଚାରଣ କରାଯାଇ ଥାଏ। ଏହାପରେ ହାତ ଗଣ୍ଠି ପଡ଼ିଥାଏ । ଏହି ନୀତି ସୁଚେଇ ଦେଇଥାଏ ଯେ ଗୋଟିଏ ଝିଅ ସବୁବେଳେ ପର ଘରର ସୌଭାଗ୍ୟ ଅଟେ ।
* ଆଜିର ସମାଜ ଯେତେ ଆଧୁନିକ ଆଡ଼କୁ ଗତି କଲେ ମଧ୍ୟ ପ୍ରତ୍ୟେକ ଝିଅ ଜୀବନ ରେ ଏହା ଗୋଟିଏ ଭାବୁକ ମୁହୂର୍ତ୍ତ । କାହିଁକି ନା ଜଣେ ପିତା ନିଜ ଜୀବନ ର ସୁଖ , ଶାନ୍ତି ସବୁକିଛି ଅନ୍ୟ ହାତରେ ଅର୍ପଣ କରିଥାଏ ।
