Odisha news

ପାଞ୍ଚ ବର୍ଷ ତଳେ ବଡ ଭାଇ ହତ୍ୟାକାଣ୍ଡରେ ଅଭିଯୁକ୍ତ ସାନ ଭାଇ ଗିରଫ

0

ସୋର, ୬/୮- ଗତ ପାଞ୍ଚ ବର୍ଷ ତଳେ ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଂଜୀବ୍କୁ ପୁଲିସ୍ ଗିରଫ କରି ଆଜି ସଂଧ୍ୟାରେ କୋର୍ଟ ଚାଲାଣ କରିଛି । ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ରାଉତରାୟପୁର ମୈାଜାର ଲକ୍ଷ୍ମୀଧର ମହାନ୍ତିଙ୍କ ପୁଅ ସୁଦୀପର ମୃତ ଦେହ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇ ଥିଲା । ସୁଦିପ ଆତ୍ମହତ୍ୟା କରିଥିବା ଅନୁମାନ କରାଉଥିବା ବଳେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲା । ପରେ ହତ୍ୟା ମାମଲା ରୁଜୁ କରି ସୋର ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସ‘ଳ ହୋଇନଥିଲା ।

ଏହି ମାମଲାରେ ଦୀର୍ଘ ୪ ବର୍ଷ ଧରି ଅଭିଯୁକ୍ତକୁ କାବୁ କରିବାକୁ ଅସ‘ଳ ଥିଲା ବେଳେ ନୂତନ ଭାବେ ଆଇଆଇସି ଦାୟିତ୍ୱ ଗ୍ରହଣ କରିଥିବା ମଧୁମିତା ମହାନ୍ତି ପୁରୁଣା ‘ାଇଲ୍ ଖୋଲି ହତ୍ୟାକାଣ୍ଡରେ ମୃତ ସୁଦୀପର ସାନ ଭାଇ ସଂଜୀବକୁ ଧରିବାକୁ ଜାଲ ବିଛାଇଥିଲେ । ଗତକାଲି ସକାଳେ ସଂଜୀବ ପରିବା କିଣିବାକୁ ବଜାରକୁ ଆସିଥିବା ଖବର ପାଇ ଶ୍ରୀମତୀ ମହାନ୍ତି ତାକୁ କାବୁ କରିଥିଲେ । ସଂଜୀବ ସେବେଠାରୁ ସୋରରେ ର୍ନିଭୟରେ ବେ‘ିକର ବୁଲାବୁଲି କରୁଥିବା ବେଳେ ପୁଲିସ ତାକୁ େ‘ରାର ଦର୍ଶାଇ ଗିର‘ କରୁନଥିଲା । ଆଜି ସଂଜୀବର ସ୍ୱାସ୍ଥ୍ର୍ୟ ଓ କୋଭିଡ୍ କରିବା ପରେ କୋର୍ଟ ଚାଲାଣ କରାଯାଇଛି ।

Leave A Reply