ନୂଆଦିଲ୍ଲୀ : ପ୍ରତେକଟି ବ୍ୟକ୍ତି ନିଜର ଜନ୍ମ ସହିତ ଅନେକ ଗୁଡିଏ ସମ୍ପର୍କକୁ ନେଇ ଜନ୍ମ ହୋଇଥାଏ l ଯେଉଁଥିରେ କିଛିଟା ସମ୍ପର୍କ ଥାଏ ଯାହା ଖାସ ହୋଇଥାଏ l ଆମେ ସେହି ବ୍ୟକ୍ତି ମାନଙ୍କ ସହିତ ବିତାଇଥିବା କିଛି ମୁହୂର୍ତକୁ କରବରବି ଭୁଲିପାରି ନଥାଉ ,ଏବଂ ସେହି ଲୋକମାନେ ଆମଠାରୁ ହଠାତ ଦୁରକୁ ଚଳିଯାଇଥାନ୍ତି l ତାପରେ ଅଚାନକ ଭାବରେ ଟଙ୍କା ସହିତ ଯୋଡି ହୋଇଥିବ କୌଣସି ଜିନିଷ ଆମ ଆଗକୁ ଆସି ମକୁ ଭାବୁକ କରିଦେଇଥାଏ l ଏହି ପରି ଦେଖିବକୁ ମିଳିଥିଲା ୨୧ ବର୍ଷୀୟ ଜଣେ ଯୁବକଙ୍କ ସହିତ l
ତାଙ୍କ ପିତା ନିଜ ମୃତ୍ୟୁର ୬ ବର୍ଷ ପୂର୍ବରୁ ନିଜ ପୁଅପାଇଁ ଗୋଟିଏ ବିୟର ଉପହାର ଦେଵପାଇଁ ପିଲାଟିର ଭଉଣୀକୁ ୧୦ ଡଲାର ଗୋଟିଏ ନୋଟ ଦେଇଥିଲେ l ସାମାଜିକ ଗଣମାଧ୍ୟମରେ ଗୋଟିଏ ପୋଷ୍ଟ ଅନେକ ଭାଇରାଲ ହେଉଛି ,ଏହି ପୋଷ୍ଟଟି ଟ୍ୱିଟର ଆକାଉଣ୍ଡ୍ରେ ମ୍ୟାଟ ନାମକ ୟୁଜର ଗୋଟିଏ ଫଟୋ ସେୟାର କରିଛନ୍ତି l ଏଥିରେ ଦେଖିବାକୁ ମିଳିଛି ମ୍ୟାଟ ବିୟର ପିଉଛନ୍ତି ଓ ଅନ୍ୟ ଗୋଟିଏ ଫଟୋରେ ଗୋଟିଏ ୧୦ ଡଲାରର ପୁରୁଣା ନୋଟ ଦେଖା ଯାଉଛି l
ଏହି ଫଟୋଟି ଲୋକମାନଙ୍କୁ ଭାବୁକ କରି ଦେଇଥିଲା କରଣ ମ୍ୟାଟ ଲେଖିଥିଲେ ତାଙ୍କ ପିତାଙ୍କର ମୃତ୍ୟୁ ୬ ବର୍ଷ ପୂର୍ବରୁ ହୋଇଯାଇଥିଲା l ତାଙ୍କ ପିତା ତାଙ୍କା ପୁଅର ୨୧ ତମ ଜନ୍ମ ଦିନରେ ଖାସ ଉପହାର ଦେବା ପାଇଁ ପ୍ଲାନ କରିଥିଲେ l ତାଙ୍କ ପିତା ମ୍ୟାଟର ଭଉଣୀକୁ ୧୦ ଡଲାରର ଗୋଟି ନୋଟ ଦେଇଥିଲେ ଓ କହିଥିଲେ ୨୧ ତମ ଜନ୍ମ ଦିନରେ ମ୍ୟାଟଙ୍କୁ ପିତାଙ୍କ ପକ୍ଷରୁ ଗୋଟିଏ ବିୟର ଉପହାର ଦେବା ପାଇଁ l ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟଟିକୁ ଦେଖି ୟୁଜର୍ସ ମାନେ ଭାବୁକ ହୋଇଯାଇଥିଲେ ଏବଂ ଅଧିକାଂଶ ୟୁଜର ନିଜ ପିତାମାତାଙ୍କ ପାଇଁ ନିଜର ଅନୁଭବ ସେୟାର କରିଛନ୍ତି l