ସୂଚନା ଯୋଗ୍ୟ ଯେ ଆମେରିକାର ଅନେକ ଥିଏଟର୍ସ ବାହାରେ ଆମ୍ବୁଲାନ୍ସ ମଧ୍ୟ ଠିଆହୋଇ ରହୁଥିଲା , ଆସନ୍ତୁ ଏହି ଚଳଚିତ୍ର କୁ ନେଇ ଜାଣିବା କିଛି ରୋଚକ କଥା l
‘ ଦି ଏକ୍ସୋସିରିଷ୍ଟ ‘ କାହିଁକି ଥିଲା ଗୋଟିଏ ଅଭିଶପ୍ତ ଚଳଚିତ୍ର –
ଡିସେମ୍ବର ୨୬ ତାରିଖ, ୧୯୭୩ ରେ ଚଳଚିତ୍ର ‘ ଦି ଏକ୍ସୋସିରିଷ୍ଟ’ ରିଲିଜ ହୋଇଥିଲା ଯାହାକୁ ନିର୍ଦେଶନା ଦେଇଥିଲେ ବିଲିୟନ ଫ୍ରlଇଡକିନ କରିଥିଲେ l ଏହି ଚଳଚିତ୍ର ବକ୍ସ ଅଫିସ ରେ ଜବରଦସ୍ତ ରୋଜଗାର କରିଥିଲା ଏବଂ ଏହାକୁ ହଲିଉଡ଼ ର ଟପ ଚଳଚିତ୍ର ରେ ସାମିଲ କରାଯାଇ ଥିଲା l ମେଡିଆ ରିପୋର୍ଟ ଅନୁସାରେ ଯେତେବେଳେ ଚଳଚିତ୍ର ‘ ଦି ଏକ୍ସୋସିରିଷ୍ଟ’ର ପ୍ରିମିଅର କ୍ରିଟିକ୍ସ ପାଇଁ ରଖା ଯାଇଥିଲା ସେତେବେଳେ ସମସ୍ତେ ଫିଲ୍ମ ଟିକୁ ଦେଖିବାକୁ ତ ହଲ ରେ ପହଞ୍ଚିଥିଲେ କିନ୍ତୁ କିଛି ସମୟ ପରେ ହଲ ରୁ ବାହାରି ଆସିଥିଲେ l
ଏହି ଚଳଚିତ୍ର ଟି ଗୋଟିଏ ଝିଅଟିର କାହାଣୀ ଉପରେ ଦେଖା ଯାଇଥିଲା , ୟୁକେ ର ଫାରଆଉଟ ମାଗାଜିନ ଦାବି କରିଥିଲା ଯେ ଏହି ଚଳଚିତ୍ର ସୁଟିଙ୍ଗ ସମୟ ରେ ଅଦ୍ଭୁତ ଘଟଣା ମାଁ ଘଟିଥିଲା l କେତେବେଳେ ସେଟ ରେ ନିଆଁ ଲାଗି ଯାଉଥିଲା ତ ଆଉ କେତେବେଳେ ରେଷ୍ଟ ରୁମରେ ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସହିତ କିଛି ଅଘଟଣ ଘଟି ଯାଉଥିଲା l
ଚଳଚିତ୍ର ସହିତ ଜଡିତ ଅନେକ ଲୋକଙ୍କର ହୋଇଥିଲା ମୃତ୍ୟୁ –
ଏହି ରିପୋର୍ଟ ରେ ଦାବି କରାଯାଇ ଥିଲା ଯେ ଏହି ଚଳଚିତ୍ର ସହିତ ଜଡିତ ପାଖାପାଖି ୨୦ ଜଣ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା, ସୁଟିଂ ସମ୍ପୂର୍ଣ ହେବା ପରେ ଅଭିନେତା ଜ୍ୟାକ ମେକଗୋବନ ଓ ବାସିଲିକି ମାଲିୟାରୋଷ ଙ୍କ ମୃତ୍ୟୁ ହୋଇଯାଇ ଥିଲା l ସେଟ ରେ ପ୍ରତ୍ୟେକ ଦିନ କିଛିନା କିଛି କାରଣରୁ କୌଣସି ବ୍ୟକ୍ତି ଆହତ ହେଉଥିଲେ l କିନ୍ତୁ ଏହା କାହିଁକି ଘଟୁ ଥିଲା ତାହା ଆଜି ପର୍ଯ୍ୟନ୍ତ ଜଣା ପଡୁ ନାହିଁ l
ସୂଚନା ଯୋଗ୍ୟ ଯେ ଏହି ଚଳଚିତ୍ର ରେ ଯେଉଁ ଅଭିନେତ୍ରୀ ଭୁତୁଣୀ ରୋଲ କରିଥିଲେ ତାଙ୍କ ତାଙ୍କ ଶରୀରକୁ ମଧ୍ୟ ସେହି ସମୟରେ ଭୁତ ପ୍ରବେଶ କରିଥିଲା ଏବଂ ତାଙ୍କ ଝିଅର ଆକ୍ସିଡେଣ୍ଟ ରେ ମୃତ୍ୟୁ ହୋଇଥିଲା l ୟୁକେ ର ଅନେକ ମିଡ଼ିଆ ରିପୋର୍ଟ ଅନୁସାରେ ଦାବି କରାଯାଇଛି ଯେ ଯେତେବେଳେ ଚଳଚିତ୍ର ଟି ରିଲିଜ ହୋଇଥିଲା ତାକୁ ଦେଖି ଅନେକ ଲୋକ ହାର୍ଟ ଆଟାକ ର ଶିକାର ହୋଇଥିଲେ l ଏହି ଚଳଚିତ୍ର ଟି ସୁଟିଂ ହେବାରୁ ନେଇ ରିଲିଜ ହେବା ମଧ୍ୟରେ ଯାହାବି ଅଘଟଣ ଘଟିଥିଲା ସେଥିପାଇଁ ଏହି ଚଳଚିତ୍ର କୁ ଦାୟୀ କରାଯାଇ ଥିଲା l