Odisha news

ଘଟଗାଁ ଥାନା ଘେରିଲେ ମହିଳା

0

ଘଟଗାଁ,୧୭/୦୯- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଇଗଣପାଳ ଗ୍ରାମ ମହିଳା ମାନେ ଆଜି ଘଟଗାଁ ଥାନା ଘେରାଉ କରିଥିଲେ । ମହିଳାଙ୍କ ଅଭିଯୋଗ ଅନୁଯାୟୀ କିଛିଦିନ ପୂର୍ବରୁ ବାଇଗଣପାଳ ଗ୍ରାମର ଘନ ସେଠୀ ତାଙ୍କ ପୁଅ ଓ ତାଙ୍କ ଭାଇ ପଦୁସେଠୀ ଗ୍ରାମର ଗିରିଧାରୀ ମହାକୁଡଙ୍କୁ ମାଡମାରି ଲହୁଲୁହାଣ କରିଥିଲେ ।

ଏନେଇ ଘଟଗାଁ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ପଦୁସେଠୀଙ୍କୁ ଗିରଫ କରି କୋଟ ଚାଲାଣ କରିଥିଲା । ତେବେ ଘଟଣା ଘଟିବାର ଦିର୍ଘଦିନ ବିତିଯାଇଥିଲେ ମଧ୍ୟ ଘନ ସେଠୀ ଓ ତାଙ୍କ ପୁଅ କୁ ପୋଲିସ ଗିରଫ କରିନାହିଁ ।

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ଗ୍ରାମର ବହୁ ସଂଖ୍ୟାରେ ମହିଳା ମାନେ ଦିର୍ଘ ସମୟ ଧରି ଘଟଗାଁ ଥାନା ଘେରାଉଥିଲେ । ତେବେ ମହିଳା ମାନଙ୍କୁ ପୋଲିସ ବୁଝାସୁଝା କରିବା ଘେରାଉ ହଟିଥିଲା ।

Leave A Reply