Odisha news

ସ୍ୱର୍ଗତ ସାମ୍ବାଦିକ ଦିଲ୍ଲୀପ ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକ ରେ ଶ୍ରଦ୍ଧାଞ୍ଜଳି ସଭା

0
ଘଟଗାଁ,୧୫/୦୯ – କେନ୍ଦୁଝର ଜିଲ୍ଲା ଘଟଗାଁର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଦିଲ୍ଲୀପ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ଘଟଗାଁ ସନ୍ନିକଟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ  ଆଜି ଘଟଗାଁ ପ୍ରେସ କ୍ଳବ ତ୍ରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଘଟଗାଁ ପ୍ରେସ କ୍ଲବର ସଭାପତି ପ୍ରଦୀପ ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରେସକ୍ଳବର ସମସ୍ତ ସଦସ୍ୟ, ସ୍ଥାନୀୟ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ।  ସ୍ୱର୍ଗତ ଦିଲ୍ଲୀପ ମିଶ୍ର ଜଣେ ଦକ୍ଷ ସାମ୍ବାଦିକ ସହ ସମାଜସେବା କ୍ଷେତ୍ରରେ ଘଟଗାଁ ଅଞ୍ଚଳରେ ଅନେକ ଅବଦାନ ରହିଥିଲା। ଏହି ଅବସରରେ ସ୍ୱର୍ଗତ ଦିଲ୍ଲୀପ ମିଶ୍ରଙ୍କ ସ୍ମୃତି ଚାରଣ କରାଯିବା ସହ ତାଙ୍କର ପରିବାରକୁ ସମବେଦନା ଜଣାଇ ଥିଲେ ପ୍ରେସ କ୍ଲବର ସଦସ୍ୟ ମାନେ।
Nalco
Leave A Reply