Odisha news

ସ୍ଵାଧୀନତା ଦିବସରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା, ୩ ଆହତ

0

ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ କଦଳିଆ ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ଦୁଇ ବାଇକ ମଧ୍ୟରେ ହୋଇଥିବା ସଡକ ଦୁର୍ଘଟଣାରେ ୩ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ ସୋମବାର ୧୫ ତାରିଖ ସନ୍ଧ୍ୟା ସମୟରେ ମୟୂରଭଞ୍ଜ ଜିଲ୍ଲା ଆରପଟା ନିକଟସ୍ଥ ପାଳସା ଗ୍ରାମର କମଳାକାନ୍ତ ଜେନା (୨୨) ଓ ସୁକାନ୍ତି ସେନାପତି ଏକ ଗ୍ଲେମର ବାଇକ (ଓଡି-୧୧ କେ-୪୩୩୨) ଯୋଗେ ରାଇକମାରୁ ଫେରୁଥିବା ବେଳେ ଏମଡିଆର -୭୦ ରାସ୍ତାର କଦଳିଆ ଛକ ନିକଟରେ ବୀପରିତ ଦିଗ ବୈଶିଙ୍ଗା ପଟୁ ଆସୁଥିବା ଓଡି-ଠ୧-୯୮୮୦ ନଂ ବିଶିଷ୍ଟ ପ୍ଲାଟିନା ଗାଡିଟି ସାମନା ପଟୁ ଧକ୍କା ଦେଇଥିଲା।

ଏଥିରେ ଥିବା ଦୁଇ ଜଣ ଚୁରୁମୁରା ଗ୍ରାମରେ ଥିବା ଜିତୁ ମାରାଣ୍ଡିର ପୁଅ କହ୍ନେଇ ମାରାଣ୍ଡି (୫୦) ଓ ରଘୁ ମାରାଣ୍ଡିର ପୁଅ ରେଣ୍ଟା ମାରାଣ୍ଡି (୩୫) ଥିବା ଜଣାଯାଇଛି। ଏହି ଦୁର୍ଘଟଣା ପରେ ଦୁଇ ବାଇକର ୪ ଜଣ ଆରୋହୀ ଆହତ ଭାବେ ରାସ୍ତାରେ ପଡିରହିଥିଲେ।ଏହି ଦୁର୍ଘଟଣାଟି ସର୍ବସାଧାରଣ ସାମ୍ବାଦିକ ସଞ୍ଜିତ କୁମାର ଦାସଙ୍କ ଘର ସମ୍ମୁଖରେ ହୋଇଥିବାରୁ ଶ୍ରୀ ଦାସ ସଙ୍ଗେ ସଙ୍ଗେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଞ୍ଜିତ କୁମାର ଦାସଙ୍କ ସହାୟତାରେ ୩ ଗୁରୁତର ଆହତଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ। ପ୍ରାଥମିକ ଚିକିତ୍ସା ପରେ ବୈଶିଙ୍ଗା ଡାକ୍ତର ଗୁରୁତରଙ୍କୁ ବଡ ଡାକ୍ତରଖାନାକୁ ପଠାଇ ଦେଇଥିବା ଜଣାଯାଇଛି। ଏନେଇ ବୈଶିଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଏହି  ଦୁର୍ଘଟଣାରେ ଦୁଇଟି ଯାକ ବାଇକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାଯାଇଛି।

Nalco
Leave A Reply