ଆଳି – ଆଜାଦୀ କା ଅମୃତ ମହୋତ୍ସବ ପ୍ରଗତିଶୀଳ ସ୍ଵାଧୀନ ଭାରତର 75 ବର୍ଷ ପାଳନ ତଥା ସ୍ମରଣୀୟ କରିବା ପାଇଁ ଭାରତ ସରକାରଙ୍କ ଏକ ପଦକ୍ଷେପ। ଆଜାଦି କା ଅମୃତ ମହୋତ୍ସବ ମାଧ୍ୟମରେ ଭାରତ ଏହାର ଲୋକ, ସଂସ୍କୃତି ଏବଂ ସଫଳତାର ଗୌରବ ଇତିହାସ ପାଳନ କରୁଛି। ଏହା ଭାରତର ସାମାଜିକ-ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ପରିଚୟ ବିଷୟରେ ପ୍ରଗତିଶୀଳ ସମସ୍ତଙ୍କର ଏକ ପ୍ରତୀକ |
ଏହି ଅବସରରେ ଆଜି ଆଳି ବ୍ଲକ ର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସ ର ସହିତ ଛସ୍ତରୀତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି l ଆଳି ବ୍ଲକ ରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ସାମଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଆଳି ଜେ ଏମ୍ ଏଫ୍ ସି କୋର୍ଟ ରେ ନ୍ୟାୟାଧୀଶ ଦୀପ୍ତି ରଞ୍ଜନ ଦାସ, ଆଳି ଆଗ୍ରୋ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ତରଫରୁ ପରିଚାଳନା ନିର୍ଦ୍ଦେଶକ ଜଗନ୍ନାଥ ମହାନ୍ତି, ସୁଶ୍ରୀ ଦେବୀ ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବେହେରା, ଆଳି ଥାନା ରେ ଆଇ ଆଇ ସି ଦିଲ୍ଲୀପ କୁମାର ସାହୁ, ଜାଭିଅର ଇଣ୍ଟରନ୍ୟାସନାଲ ସ୍କୁଲ ରେ ସାମ୍ବାଦିକ ପ୍ରମୋଦ କୁମାର ମଲ୍ଲିକ ଓ ସ୍କୁଲ ଚେୟାରମ୍ଯାନ କୃଷ୍ଣ ଚନ୍ଦ୍ର ପଣ୍ଡା, ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ଆଳି ତହସିଲ୍, ଆଳି ମହାବିଦ୍ୟାଳୟ, ଆଳି ହାଇସ୍କୁଲ, ଶରତ କୁମାର ଦେବ ହାଇସ୍କୁଲ, ସି ପି ବି ଇ ଟି ହାଇସ୍କୁଲ ଟୁଙ୍ଗା, ଏଣ୍ଡୋଳ ଇଉ ଜି ଇଉ ପି ସ୍କୁଲ୍, ସରସ୍ଵତୀ ଶିଶୁ ମନ୍ଦିର ପ୍ରମୁଖ ସ୍ଥାନରେ ବହୁ ଜାକଜମକରେ ସ୍ଵାଧୀନତା ଦିବସ ପାଳିତ ହୋଇ ଯାଇଛି l
