Odisha news

ବିଦ୍ୟାଳୟରୁ ମଧ୍ୟାନ୍ନ ଭୋଜନ ଚାଉଳ ଚୋରୀ

0

ଘଟଗାଁ,- ଘଟଗାଁ ବ୍ଲକ ଅନ୍ତର୍ଗତ ରାଜପାଟ ହାଇସ୍କୁଲରୁ ମଧ୍ୟାନ୍ନ ଭୋଜନ ଚୋରୀ କରି ନେଇଗଲେ ଦୁର୍ବୁଲ । ଗତକାଲି ରାତିରେ ଲଗାଣ ବର୍ଷାର ସୁଯୋଗ ନେଇ କିଛି ଦୁର୍ବୁତ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ପାଇଁ ଗଚ୍ଛିତ ଥିବା ଚାଉଳ ରୁମର ତାଲା ଭାଙ୍ଗି ୫ଟି ଚାଉଳ ବସ୍ତା ଲୁଟିନେଇଛନ୍ତି ।

ଏଥିସହ ଏକାଧିକ ରୁମର ତାଲା ମଧ୍ୟ ଦୁର୍ବୁତ ମାନେ ଭାଙ୍ଗିଦେଇଥିବା ଜଣାପଡିଛି । ଆଜି ସକାଳେ ବିଦ୍ୟାଳର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁ ବିଦ୍ୟାଳୟରେ ପହଚିଁବା ପରେ ରୁମ ଗୁଡିକର ତାଲା ଭଙ୍ଗା ହୋଇଥିବାର ଦେଖି ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ବିଦ୍ୟାଳୟରେ ପହଚିଁ ତଦନ୍ତ ଚଳାଇଛି ।

Leave A Reply