Odisha news

ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଲୁଟ ଉଦ୍ୟମ ପଣ୍ଡ, ଦୃର୍ବତ୍ତ ଫେରାର

0

ବାରିପଦା, : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଞ୍ଚଳରେ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଏଟିଏମ ଲୁଟ ଉଦ୍ୟମ ପଣ୍ଡ ହେବା ପରେ ମୁଖାପିନ୍ଧା ଦୃର୍ବତ୍ତ ଜଣଙ୍କ ଫେରାର ହୋଇଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଗୋରୁମହିଷାଣୀ ଛକରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଏଟିଏମକୁ ଟାର୍ଗେଟ କରି ମଙ୍ଗଳବାର ବିଳମ୍ବିତ ରାତି୍ରରେ ଜଣେ ଦୃର୍ବତ୍ତ ଲୁଟ କରିବା ଉଦ୍ୟମ କରିଥିଲେ ।

ପ୍ରଥମେ ଯୁବକ ଜଣଙ୍କ ଏଟିଏମ କାଉଣ୍ଟରରେ ଥିବା ସିସିକ୍ୟାମେରା ଭାଙ୍ଗିବା ସହ ଲୁହାଛଡ ଓ ପଥର ସାହାର୍ଯ୍ୟରେ ଏଟିଏମକୁ ଭାଙ୍ଗିବାକୁ ଉଦ୍ୟମ କରୁଥିବାବେଳେ ଶବ୍ଦଶୁଣୀ ଏଟିଏମ କାଉଣ୍ଟରଟି ଥିବା ଘର ମାଲିକ ରଞ୍ଜନ ସେଠୀଙ୍କ ନୀଦଭାଙ୍ଗି ଯାଇଥିଲା ।

ସେ ଆସି ପାଟି କରିବାରୁ ଦୃର୍ବତ୍ତ ଜଣଙ୍କ ତାଙ୍କୁ ଆକ୍ରମଣ ଉଦ୍ୟମ କରି ସେଠାରୁ ଫେରାର ହୋଇଯାଇଥିଲ । ଉକ୍ତ ଏଟିଏମରେ ୧୧ଲକ୍ଷଟଙ୍କା ଥିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଣାଯାଇଛି । ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ପୋଲିସ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଘଟଣାର ପଙ୍ଖାନୁପଙ୍ଖ ତଦନ୍ତ କରିଥିଲେ । ଏନେଇ ରାଇରଙ୍ଗପୁର ଟାଉନଥାନାରେ ୩୩/୨୦ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି ।

Leave A Reply