Odisha news

ସ୍ୱାଧିନ କୁମାର ନାୟକ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ମନୋନିତ ଅସ୍ତରଙ୍ଗ କାକଟପୁରରେ ବିପୁଳ ସମ୍ବର୍ଦ୍ଧନା

0

ଅସ୍ତରଙ୍ଗ: କାକଟପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ପୁତ୍ର ତଥା ଯୁବ ନେତା ଓ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନିତ ହୋଇଛନ୍ତି । ରାଜ୍ୟ ବିଜୁ ଜନତା ଦଳ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଙ୍କ ଘୋଷଣା ଅନୁଯାଇ ବିଜୁ ଜନତା ଦଳର ସଭାପତି ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଷ୍ଟମ ଥର ପାଇଁ ଦଳର ସଭାପତି ଭାବେ ପୁନଃମନୋନିତ ହୋଇଥିବା ବେଳେ ରାଜ୍ୟ ବିଜେଡି କାର୍ଯ୍ୟକାରୀ ସଦସ୍ୟ ଭାବେ ୮୦ଜଣ ନିର୍ବାଚିତ ହୋଇଛନ୍ତି । ଏହି ୮୦ଜଣ ପ୍ରମୁଖ ନେତାଙ୍କ ମଧ୍ୟରେ ପୁରୀ ଜିଲ୍ଲାର ଜଣାସୁଣା ଯୁବ ନେତା ଓ ବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନିତ ହୋଇଥିବା ଦଳୀୟ ଇସ୍ତାହାରରେ ପ୍ରକାଶ ପାଇଅଛି ।

ଶ୍ରୀ ନାୟକ ଜଣେ ଦକ୍ଷ ସଂଗଠକ ଓ ୨ ଥର ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ଏବେ କାର୍ଯ୍ୟକରୁଛନ୍ତି । ଅସ୍ତରଙ୍ଗ ବ୍ଲକ ସହ କାକଟପୁର ନିର୍ବାଚନ ମଣ୍ଡଳୀ ତଥା ଅସ୍ତରଙ୍ଗ , କାକଟପୁର, ଗୋପ ବ୍ଲକ ସମେତ କୋଣାର୍କ ଏନ.ଏ.ସି ରେ ତାଙ୍କର ଦବ୍ଦବା ରହିଛି । ରାଜନିତିରେ ସେ ଜଣେ ପକ୍କା ଖେଳୁଆଡ ଭାବେ ରାଜ୍ୟ ଓ ପୁରୀ ଜିଲ୍ଲାରେ ବେସ୍ ପରିଚିତ ବିଜେପି ରୁ ଟିକେଟ୍ ପାଇଥିବା ତୁଷାରକାନ୍ତି ବେହେରାଙ୍କୁ ରାତାରାତି ସ୍ୱାଧିନ କୁମାର ବିଜେଡିରେ ସାମିଲ କରି ଦଳୀୟ ଟିକେଟ୍ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ତାଙ୍କୁ ୪୦ ହଜାରରୁ ଉର୍ଦ୍ଧ ଭୋଟରେ ସର୍ବାଧିକ ଭୋଟ ବ୍ୟବଧାନରେ ଜିତାଇବା ସହ ତାଙ୍କୁ ମନ୍ତ୍ର ପଦରେ ବସାଇବା ପର୍ଯ୍ୟନ୍ତ ତାଙ୍କର ପ୍ରଚ୍ଛଦ ହାତ ରହିଥିବା ସମସ୍ତେ ଜାଣନ୍ତି । ତାଙ୍କର ସାଂଗଠନିକ ଦକ୍ଷତା ଓ ଭବିଷ୍ୟତକୁ ଆଖି ଆଗରେ ରଖି ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଭରଷା ରଖି ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଭାବେ ମନୋନିତ କରିଥିବାରୁ ସେ ମୂଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ପିତା ସୁରେନ୍ଦ୍ର ନାଥ ନାୟକ ଓ ବିଜେଡି ଜନସାଧାରଣ ଙ୍କ ପାଇଁ ଉସôର୍ଗିକୃତ ଓ ସେ ମୋ ଆଦର୍ଶ ଓ ତାଙ୍କ ପରି ମୁଁ ମୋ ଜୀବନକୁ ଜନସାଧାରଣଙ୍କ ସେବାରେ ଲଗାଇବା ସହ ଦଳର କାର୍ଯ୍ୟକ୍ରମ ଓ ଲକ୍ଷ କୁ ଆଗକୁ ନେବି ବୋଲି ସ୍ୱାଧିନ କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସଦସ୍ୟ ଭାବେ ମନୋନିତ ହୋଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବାର ସାଧାାରଣରେ ଦେଖିବାକୁ ମିଳୁଛି ।

ଶ୍ରୀ ନାୟକ ଭୂବନେଶ୍ୱରରୁ କାକଟପୁରରେ ପହଁଚିବା ପରେ ପ୍ରଥମେ ପଦ୍ମ ଚରଣ ସାମନ୍ତ ସିଂହାର ଟ୍ରଷ୍ଟ କାର୍ଯ୍ୟାଳୟରେ ପହଁଚି ବିଜୁ ବାବୁ ଓ ପଦ୍ମ ଚରଣ ସାମନ୍ତସିଂହାର ଙ୍କ ପ୍ରତିମୃତିରେ ମାଲ୍ୟର୍ପଣ ଦେଇଥିଲେ । ଅସ୍ତରଙ୍ଗ ଓ କାକଟପୁରର ଶହ ଶହ କର୍ମୀ, ଛାମୁହା ନେତା, ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ମାନେ ଶ୍ରୀ ନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ଏକ ମଟୋର ସାଇକେଲ ରାଲିରେ ଅସ୍ତରଙ୍ଗ ବାସଭବନକୁ ପାଛୋଟି ଆଣିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ପଂଚାନନ ସ୍ୱାଇଁ, ବରିଷ୍ଠ ନେତା କବିରାଜ ବିଶ୍ୱାଳ, କାକଟପୁର ବ୍ଲକର ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାହୁ, ଅସ୍ତରଙ୍ଗ ସାଂସଦ ପ୍ରତିନିଧି ଚମ୍ପକ ବାରିକ, ଅସ୍ତରଙ୍ଗ ବ୍ଲକ ଉପଧ୍ୟକ୍ଷା ମିନିତୀ ସ୍ୱାଇଁ, ସରପଂଚ ଲକ୍ଷ୍ମୀଧର ଜେନା, ମାନସ କୁମାର ସାହୁ, ଭୀମସେନ ସ୍ୱାଇଁ, ମଙ୍ଗୁଳି ପ୍ରଧାନ, ତରୁଣ ନାୟକ, ଅର୍ଣ୍ଣପୂର୍ଣ୍ଣା ପ୍ରଧାନ,ବିଦୁଲତା ବିଶ୍ୱାଳ, ଦିପ୍ତିମୟୀ କାଣ୍ଡି, ପ୍ରଫୁଲ୍ଲ ସ୍ୱାଇଁ, କୁଞ୍ଜବିହାରୀ ପ୍ରଧାନ, ବିମ୍ବାଧର ବିଶ୍ୱାଳ, ବିଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply