ରାୟଗଡା,: ଚୋରଙ୍କ ଭୂସ୍ୱର୍ଗ ପାଲଟିଛି ରାୟଗଡ଼ା ସହର ଗୋଟିଏ ଦିନରେ ୨ଟି ଘରୁ ଚୋରି । କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଚୋର ମାନେ ଘରେ କଳା କନା ବୁଲାଇବାରେ ସକ୍ଷମ ହୋଇଛନ୍ତି । ତେବେ ଚୋରି ସାମଗ୍ରୀର ପରିମାଣ ସ୍ପଷ୍ଟ ହୋଇପାରିନାହିଁ । ସୂଚନା ମୁତାବକ ଗୋଟିଏ ଦିନରେ ଗୋଟିଏ ସାହିର ୨ ଜଣଙ୍କ ଘରୁ ଚୋରି ହୋଇଛି । ଘଟଣାଟି ଘଟିଛି କସ୍ତୁରୀ ନଗର ପଂଚମ ଗଳିରେ । କସ୍ତୁରୀ ନଗର ପଂଚମ ଗଳିରେ ରହୁଥିବା ଅବସରପ୍ରାପ୍ତ ପୌର କର୍ମଚରାରୀ ଏଲ.ରାମା ରାଓ ଗତ ଦୁଇ ମାସ ତଳେ ନିଜ ସଂପର୍କୀୟ ଘର ବାଙ୍ଗୋଲର ଯାଇଥିଲେ । ନିଜ ଗ୍ରସ୍ତ ସଂପର୍କରେ ଶ୍ରୀରାମାରାଓଙ୍କ ଉପର ଘର ରହୁଥିବା ଲୋକଙ୍କୁ ଜଣାଇଥିଲେ ।
ଆଜି ସକାଳେ ଶ୍ରୀରାମାରାଓଙ୍କ ଉପର ଘରେ ରହୁଥିବା ଲୋକ ନିଜ ପିଲାଙ୍କୁ ସ୍କୁଲକୁ ଛାଡିବା ନିମନ୍ତେ ତଳକୁ ଆସିଥିବା ବେଳେ ଶ୍ରୀରାମାରାଓଙ୍କ ଘରର ତାଲା ଭାଙ୍ଗି ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଘଟଣା ସଂପର୍କରେ ସେ ତୁରନ୍ତ ରାୟଗଡା ପୋଲିସୁ ଖବର ଦେଇଥିଲେ । ସେହିପରି ଦ୍ୱିତୀୟ ଘଟଣାଟି ମଧ୍ୟ ସେହି କସ୍ତୁରୀ ନଗର ୫ମ ଗଳିରେ ରହୁଥିବା ଏଚ.କ୍ରିଷ୍ଣା ପ୍ରସାଦଙ୍କ ଘରେ । ଗତ ୨୪ ତାରିଖ ଦିନ କ୍ରିଷ୍ଣା ପ୍ରସାଦ ନିଜ ପରିବାର ସହ ହାଇଦ୍ରାବାଦ ଅଭିମୁଖେ ବାହାରିଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତମାନେ ଚୋରି କରିଥିଲେ । ତେବେ ଘର ମାଲିକ ଘରେ ନଥିବାରୁ ଚୋରିର ପରିମାଣ ଜଣାପଡିନାହିଁ ।
ଘଟଣା ସ୍ଥଳରେ ଫୋରନସିକ ଟିମ ଓ ଅନୁସନ୍ଧାନୀ କୁକୁର ସାହାର୍ଯ୍ୟରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଥାନା ଏ.ଏସ.ଆଇ ମାନସ ରଂଜନ ସାହୁ ଓ ଟିମ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ତେବେ ଚୋରି ହୋଇଥିବା ଘରର ମାଲିକ ମାନେ ରାୟଗଡା ପହଂଚିଲା ପରେ ଚୋରି ସାମଗ୍ରୀ ସଂପର୍କରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କହୁଯାଇଛି । ପ୍ରକାଶଥାଉକି ସହରରେ ଗତ ଏକ ବଷଁ ମଧ୍ୟରେ ବାରବାର ଚୋରି ହେଉଥିବା ବେଳେ ପୋଲିସ ଚୋରଙ୍କ ପତା ଲଗାଇବାରେ ବିଫଳ ହେଉଛି । ଏ ପଟେ ପୋଲିସ ପେଟ୍ରଲିଙ୍ଗ ଜୋରଦାର ହେଉଛି ବୋଲି କହୁଥିବାବେଳେ କେମିତି ଚୋରମାନେ ଚୋରି କରିବାରେ ସଫଳ ହେଉଛନ୍ତି ବୋଲି କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଅଭିଯୋଗ କରିଛନ୍ତି ।