Odisha news

କାହିଁକି ଆମେ ଗ୍ୟାସ୍ଟ୍ରିକ ସମାସ୍ୟାର ସମୁଖୀନ ହୋଇଥାଉ, ଜାଣନ୍ତୁ କଣ ରହିଛି ଏହା ପଛର ବିଶେଷ କାରଣ

0

ଆଜିକାଲି ପ୍ରାୟ ସମସ୍ତଙ୍କ ଗ୍ୟାସ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, କିନ୍ତୁ ଯେତେବେଳେ ଏହି ସମସ୍ୟା ପେଟରେ ଅଧିକ ପରିମାଣ ରେ ଦେଖା ଦେଇଥାଏ ସେତେବେଳେ ଅଧିକ କଷ୍ଟ ଦାୟକ ହୋଇଥାଏ l ଯଦି ଆପଣ ବାରମ୍ବାର ଗ୍ୟାସ ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଆପଣ ଏହାକୁ ଅଣଦେଖା କରିବା ଉଚିତ ନୁହେଁ l ଏହା ପଛରେ କିଛିଟା ବିଶେଷ କାରଣ ରହିଥାଏ l

ଆସନ୍ତୁ ଜାଣିବା ପେଟର ଗ୍ୟାସ ପାଇଁ କଣ ବିଶେଷ କାରଣ -:

– ଅସନ୍ତୁଳିତ ଖାଦ୍ୟ କିମ୍ବା ଖାଇବା ପିଇବା କାରଣରୁ ଆମକୁ ଗ୍ୟାସ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ l ଯଦି ଆପଣ ନିଜ ଖାଦ୍ୟରେ ସାଇଲିୟମ ଯୁକ୍ତ ଫାଇବର ଫୁଡ ସାମିଲ କରିବେ ତେବେ ଏହା ଆପଣଙ୍କର ଗ୍ୟାସ ର ସମସ୍ୟା ହୋଇପାରେ l ଏହାଛଡା ଆପଣ ଯଦି ଦୂଷିତ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବେ ତେବେ ଗ୍ୟାସ ହେବାର ସମ୍ଭାବନା ରହିଥାଏ l

– ଯଦି ଆପଣ ଅଧିକ ଗ୍ୟାସ ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଏହାର କାରଣ ଆପଣ ବାହାରର ଦୂଷିତ ପବନ ରେ ଅଧିକ ପ୍ରଶ୍ୱାସ ନେଉଛନ୍ତି l ଏହା ସେତେବେଳେ ସମ୍ଭବ ହୋଇଥାଏ ଯେତେବେଳେ ଆପଣ ପାଟି ଖୋଲି ଅଧିକ ପ୍ରଶ୍ୱାସ ନେଇ ଥାଆନ୍ତି l ଏଭଳି ସ୍ଥିତିରେ ବାୟୁ ସହିତ ବ୍ୟାକ୍ଟେରିଆ ମଧ୍ୟ ଆପଣଙ୍କ ଅନ୍ତ କୁ ଯାଇଥାଏ ଓ ଆପଣଙ୍କ ପେଟରେ ଗ୍ୟାସ କରାଇ ଥାଏ l

– ଯଦି ଆପଣଙ୍କ ପେଟ ସଫା ହେଉନାହିଁ ଓ ମଳ ଆପଣଙ୍କ ଅନ୍ତ ରେ ରହିଯାଉଛି ତେବେ ମଧ୍ୟ ଗ୍ୟାସ ସମସ୍ୟା ହୋଇପାରେ l ଅନେକ ସମୟରେ ଅଧିକ ପରିମାଣରେ ଭୋଜନ କରିବା ଦ୍ୱାରା ମଧ୍ୟ ପାଚନ ତନ୍ତ୍ର ଅସୁସ୍ଥ ହୋଇ ଗ୍ୟାସ ହୋଇଥାଏ l

– ଯଦି ଆପଣ ମାନେ ଅଧିକ କାର୍ବୋନେଟେଡ଼ ଡ୍ରିଂକ୍ସ ଯେପରିକି ବିୟର, ସୋଢା, କିମ୍ବା ଅନ୍ୟ କୌଣସି ପାନୀୟ ସେବନ କରିବା ଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟା ହୋଇଥାଏ l ତେଣୁ ସର୍ବଦା ନାଚୁରାଲ ଡ୍ରିଂକ୍ସ ସେବନ କରିବା ଉଚିତ l

– କିଛିଟା ଶାରୀରିକ ଅସୁସ୍ଥତା ଏଭଳି ହୋଇଥାଏ ଯେଉଁ କାରଣରୁ ଗ୍ୟାସ ହୋଇଥାଏ l ଯେପରିକି ଥାଇରଏଡ ଡ଼ିସଫଙ୍କସନ, ମଧୁମେହ ଓ ଇଣ୍ଟେନଷ୍ଟାଇନ ବ୍ଳକେଜ ଇତ୍ୟାଦି l

– କିଛିଟା ଖରାପ ଅଭ୍ୟାସ ମଧ୍ୟ ଗ୍ୟାସ ସମସ୍ୟା କରାଇ ଥାଏ l ଯେପରିକି ସିଗାରେଟ ଟାଣିବା, ଆବଶ୍ୟକତା ଠାରୁ ଅଧିକ ଗୁଟକା ସେବନ, ବିଭିନ୍ନ ମାଉଥ ଫ୍ରେଶନର ମଧ୍ୟ ଗ୍ୟାସ ସମସ୍ୟାର କାରଣ ହୋଇଥାଏ l

Leave A Reply