କିଛିବି ଖାଇବା ମାତ୍ରକେ ଗ୍ୟାସ ରେ ବେଲୁନ ଭଳି ଫୁଲି ଯାଉଛି କି ପେଟ ? ତେବେ ତୁରନ୍ତ ଆପଣାନ୍ତୁ ଏହିସବୁ ଘେରାଉ ଉପାୟ ପାଇବେ ଆରାମ
ଗରମ ଦିନରେ ଏହିସବୁ ସମସ୍ୟାକୁ ଦୂର କରିବା ପାଇଁ ଘରୋଇ ଉପାୟ ହେଉଛି ସବୁଠୁ ଅଧିକ ପ୍ରଭାବଶାଳୀ l ତେଣୁ ଏପରି ସ୍ଥିତି ରେ କିଛିଟା ଘରୋଇ ଉପାୟ ନିହାତି କରନ୍ତୁ ଏବଂ ଗ୍ୟାସ ସମସ୍ୟାରୁ ତୁରନ୍ତ ଆରାମ ପାଆନ୍ତୁ l
* ଅଦା ଗୋଟିଏ ଏଭଳି ଜିନିଷ ଯାହାକୁ ଆୟୁର୍ବେଦ ରେ ଖୁବ ବ୍ୟବହାର କରାଯାଇ ଥାଏ l ଏହାକୁ ଆମେ କଞ୍ଛା ହେଉ କିମ୍ବା ଶୁଖିଲା ଉଭୟ ପ୍ରକାରରେ ବ୍ୟବହାର କରିପାରିବା l ଯଦି ଆପଣ ଗ୍ୟାସ ସମସ୍ୟାରେ ଲଗାତାର ପୀଡିତ ହେଉଛନ୍ତି ତେବେ ନିୟମିତ ଅଦା ରସ କିଛି ମାତ୍ରାରେ ନେଇ ତାହାକୁ ଉଷୁମ ପାଣିରେ ମିଶାଇ ସେବନ କରନ୍ତୁ l
* ଘୋଳ ଦହି ଗ୍ରୀଷ୍ମ ଋତୁରେ ପିଇବା ନିହାତି ଜରୁରୀ, ଏହା ଶରୀର ପାଇଁ ଅମୃତ ସମାନ ଅଟେ l ଘୋଳ ଦହି ନିୟମିତ ସେବନ କରିବା ଦ୍ୱାରା ଗ୍ୟାସ ଏସିଡ଼ିଟି ସମସ୍ୟା ଦୂର ହେବା ସହିତ ପାଚନ ତନ୍ତ୍ର ସୁରକ୍ଷିତ ରହିଥାଏ, ଘୋଳ ଦହି ଗ୍ରୀଷ୍ମ ଋତୁରେ ସେବନ କରିବା ଦ୍ୱାରା ସନ ଷ୍ଟ୍ରୋକ ଓ ହିଟ ଷ୍ଟ୍ରୋକ ରୁ ଆରାମ ମିଳିଥାଏ l
* ମିଶ୍ରି ପାଣି ଏବଂ ମିଶ୍ରି ପାଣିରେ ସରବତ କରି ଗରମ ଦିନରେ ପିଇବା ଦ୍ୱାରା ଗ୍ୟାସ ସମସ୍ୟା, ପେଟ ଗରମ ସମସ୍ୟା ଏବଂ ଛାତି ପୋଡିବା ସମସ୍ୟା ଇତ୍ୟାଦିରୁ ଆରାମ ମିଳିଥାଏ l ଯେଉଁମାନେ ମୋଟାପଣ ରେ ଗ୍ରାସିତ ଅଟନ୍ତି ସେମାନଙ୍କ ପାଇଁ ଚିନି ସ୍ଥାନରେ ମିଶ୍ରି ଗୋଟିଏ ଭଲ ବିକଳ୍ପ ଅଟେ l
* ଗାଈ ଘିଅ ବାତ -ପିତ ସମସ୍ୟା ପାଇଁ ଖୁବ ହିତକର l ଗାଈ ଘିଅ ମାଂସପେଶୀ କୁ ଶକ୍ତ କରିଥାଏ l ଗାଈ ଘିଅ ପାଚନ କ୍ରିୟାକୁ ସୁସ୍ଥ କରିଥାଏ l ଏବଂ ଶରୀର କୁ ଉପଯୁକ୍ତ ପୋଷଣ ଦେଇଥାଏ l ପ୍ରଜନନ କ୍ଷମତା ବୃଦ୍ଧି କରିବା ସହିତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ l
* ଗରମ ଦିନରେ ଆପଣ ନିଜକୁ ଗ୍ୟାସ ସମସ୍ୟାରୁ ଦୂରେଇବା ପାଇଁ ଜୀରା, ଧନିଆ, ଓ ପାନମଧୁରୀ ରେ ଚା ପ୍ରସ୍ତୁତ କରି ସେବନ କରନ୍ତୁ l ନିୟମିତ ସେବନ କରିବା ଦ୍ୱାରା ଭୋକ ବୃଦ୍ଧି ହୋଇଥାଏ ଏବଂ ଗ୍ୟାସ ଏସିଡ଼ିଟି ସମସ୍ୟା ରୁ ଆରାମ ମିଳିଥାଏ l ନିୟମିତ ସକାଳୁ ଖାଲି ପେଟରେ ନିହାତି ଏହାକୁ ସେବନ କରନ୍ତୁ l