Odisha news

ଖାଲି ପେଟରେ ସବୁଦିନ ଖାଆନ୍ତୁ କଞ୍ଚା ରସୁଣ ଓ ମହୁ ପାଇବେ ଅଦ୍ଭୁତ ଲାଭ

ପ୍ରାୟ ସବୁ ଘରେ ରସୁଣ ଓ ମହୁର ବ୍ୟବହାର କରାଯାଏ । କିନ୍ତୁ ଯଦି ଏହି ୨ଟି ଜିନିଷକୁ ମିଳିତ ଭାବରେ ବ୍ୟବହାର କରାଯାଏ ତେବେ ମିଳିଥାଏ ଅଦ୍ଭୁତ ଲାଭ । ଏଥିରେ ପ୍ରଚୁର ମାତ୍ରାରେ ଏଣ୍ଟି ବ୍ୟାକ୍ଟେରିଆ ଓ ଏଁଟି ବାୟୋଟିକ୍ ଗୁଣ ରହିଛି । ରସୁଣ ରେ ଇଲିସିନ ଓ ଫାଇବର ନାମକ ତତ୍ତ୍ଵ ରହିଛି । ଯାହା ଆପଣଙ୍କୁ ଅଧିକାଂଶ ରୋଗରୁ ରକ୍ଷା କରିଥାଏ ।
ମହୁରେ ବୁଢା ହୋଇଥିବା ରସୁଣ କୁ ଖାଇବା ଦ୍ୱାରା ଆପଣ ବିଭିନ୍ନ ରୋଗରୁ ନିଜକୁ ରକ୍ଷା କରି ପାରିବେ । ଏହାକୁ ଗୋଟିଏ ସୁପର୍ ଫୁଡ୍ , ଯାହା ଆଣ୍ଟବାୟୋଟିକ୍ ଗୁଣରେ ଭରପୁର ଅଟେ ।
* ଓଜନ କମ କରିଥାଏ – ରସୁଣ ଓ ମହୁକୁ ଏକା ସାଙ୍ଗରେ ସେବନ କରିବା ଦ୍ୱାରା ଆପଣଙ୍କ ମେଟାବୋଲିଯିମ୍ ଦୃତ ଗତିରେ କମ୍ କରିଥାଏ ଯାହା ଦ୍ଵାରା ଆପଣଙ୍କୁ ଓଜନ କମାଇବା ପାଇଁ ସୁବିଧା ମିଳେ ।
* ଥଣ୍ଡା କାଶ କମ୍ କରେ – ଥଣ୍ଡା କାଶ ରୁ ଆରମ ଦେବାପାଇଁ ଏହା ଗୋଟିଏ ଭଲ ଉପାୟ । ଏହି ୨ଟି ରେ ଏପରି ତତ୍ତ୍ୱ ରହିଛି ଯାହା ଶରୀରକୁ ଗରମ୍ ପ୍ରଦାନ କରିଥାଏ ।
* ପାଚନ ତନ୍ତ୍ର କୁ ଠିକ୍ ରଖେ – ରସୁଣ ଓ ମହୁକୁ ମିଶାଇ ଖାଇବା ଦ୍ୱାରା ଆପଣଙ୍କ ପାଚନ ପ୍ରକ୍ରିୟା ଠିକ୍ ରହିଥାଏ , ତା ସହିତ ଡାଇରିଆ , ଏସିଡିଟି , ପେଟ ଯନ୍ତ୍ରଣା ସମସ୍ୟା କମ୍ ହୋଇଥାଏ ।
* କୋଲେଷ୍ଟ୍ରାଲ୍ କମିଥାଏ – ରସୁଣ ଓ ମହୁର ମିଶ୍ରଣ ଆମ ଶରୀରରୁ ବିଷାକ୍ତ ପଦାର୍ଥ କୁ କଢ଼ିବାରେ ସାହାଯ୍ୟ କରିଥାଏ । ତା ସହ କୋଲେଷ୍ଟ୍ରାଲ ମଧ୍ୟ କମାଇ ଥାଏ । ହୃତପିଣ୍ଡ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା କୁ ଦୁର କରେ ଓ ରକ୍ତ ସଞ୍ଚାଳନ ଠିକ୍ ଭାବରେ କରିଥାଏ।
* ଗୋଟିଏ କାଚ ପାତ୍ରରେ ମହୁ ଓ କିଛି ଚୋପା ଛଡ଼ା ରସୁଣ ରଖନ୍ତୁ । ପାଖାପାଖି ୪୮ଘଣ୍ଟା ରହିବା ଆବଶ୍ୟକ । ଏହାପରେ ସବୁଦିନ ସକାଳେ କିମ୍ବା ସନ୍ଧ୍ୟାରେ ଗୋଟିଏ ଲେଖାଏଁ ଖାଆନ୍ତୁ । ମିଳିବ ଅଦ୍ଭୁତ ଲାଭ ।

Comments are closed.