ଗରଦପୁର,୦୧/୦୨ – ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତର ଆଳିଜଙ୍ଗା ଗ୍ରାମର ବିଲ ମଝିରେ ପୋତା ଯାଇଥିବା ଜଣେ ମହିଳାଙ୍କ ମୃତ ଦେହ ଆଜି ପାଟକୁରା ଥାନା ପୋଲିସ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁସାରେ ଆଳିଜଙ୍ଗା ଗ୍ରାମର କ୍ଷିରୋଦ କୁମାର ବେଉରା ଆଜି ବିଲକୁ ଯିବା ବେଳେ ଏକ ବୁଦା ଉପରେ ମହିଳା ଙ୍କ ଲୁଗାପଟା ପଡ଼ିଥିବା ଦେଖି ସେଠାକୁ ଯିବାରୁ ସେଠାରେ ଦେଖିବାକୁ ପାଇଥିଲେ ଯେ ଅଧା ପୋତା ଅବସ୍ଥାରେ ଥିବା କୌଣସି ମୃତ ଦେହ ର ଗୋଡ଼ ଆଙ୍ଗୁଠି ଦେଖିବାକୁ ମିଳିଥିଲା ଏହି ଘଟଣାଟି କ୍ରମଶଃ ପ୍ରଘଟ ହେବାରୁ ଶହ ଶହ ସଖ୍ୟାରେ ସେଠାକୁ ଜନସାଧାରଣଙ୍କ ସୁଅ ଛୁଟିଥିଲା ।ଏସମ୍ବଦ୍ଦରେ ପାଟକୁରା ଥାନା ପୋଲିସ ସହିତ ଯୋଗା ଯୋଗା କରାଯାଇଥିଲା । ଜମିମାଲିକ କ୍ଷିରୋଦ ଦେଇଥିବା ଲିଖିତ ଏତଲାକୁ ଭିତିକରି ପାଟକୁରା ଥାନା ଅଧିକାରୀ ସୁଜିତ ପ୍ରଧାନ ଓ କୁଦାନଗରୀ ଫାଣ୍ଡି ଅଧିକାରୀ ମହମଦ୍ ଜାମସେଦ , ଓ ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ୱାଳ (ମାଜିଷ୍ଟ୍ରେଟ) ଘଟଣାସ୍ଥଳରେ ପହଂଚି ମାଟି ତଳୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ଶବକୁ ତନଖି କରିବା ସମୟରେ ତାଙ୍କ ବେକରେ ଏକ ଦଉଡିର ଦାଗ ଥିବାର ଦେଖାଯାଇଥିଲା । ପୋଲିସର ପ୍ରଥମିକ ତଦନ୍ତ ରୁ ଜଣାପଡିଥିଲା ଯେ ଆଳିଜଙ୍ଗା ଗ୍ରାମର ବୁଢ଼ୀ ଜାଗୁଳେଇ ମନ୍ଦିର ପାଶ୍ୱର୍ରେ ଥିବା ପ୍ରଶାନ୍ତ ସେନାପତିି ଙ୍କ ଘରେ ବିହାର ପ୍ରଦେଶ ସମସ୍ତିପୁର ଜିଲ୍ଲା , ଥାନା ୱାରିସ ନଗର , ଧାନହାର ଗ୍ରାମର ହରିଲାଲ ସାହାଣୀ ଙ୍କ ପୁଅ ରାମନାରାୟଣ ସାହାଣୀ, ସ ପରିବାରେ ଭଡ଼ାରେ ରହି ସ୍ଥାନୀୟ ଅଞ୍ଚଳରେ ଗୁପଚୁପ୍ ବ୍ୟବସାୟ କରୁଥିଲେ । ସେହି ମୁତ୍ୟୁ ମହିଳା ଜଣଙ୍କ ହେଉଛନ୍ତି ରାମନାରାୟଣ ଙ୍କ ଶାଳୀ ବୋଲି ଆଳିଜଙ୍ଗା ଗାଁ ର ଲୋକମାନେ ଚିହ୍ନଟ କରିଛନ୍ତି । କିନ୍ତୁ ସେହି ଭଡା ଘରେ ଆଜି ତାଲ ଝୁଲୁଥିବାର ପୋଲିସ ଦେଖିବାକୁ ପାଇଥିଲା । । ତେବେ କେଉଁପରିସ୍ଥିତିରେ ରେଖା ର ମୃତ୍ୟୁ ହୋଇଛି ଓ ତାର ମୃତ ଦେହକୁ ଗହୀର ବିଲ ମଧ୍ୟରେ ପୋତିଦେଇ ସମସ୍ତେ ଫେରାର ହୋଇଯାଇଥିବାରୁ ମୁତୁ୍ୟର ପ୍ରକୃତ ରହସ୍ୟ ଜଣାପଡିନାହିଁ । ପୋଲିସ ମୁତୁ୍ୟ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ କେନ୍ଦ୍ରାପଡା ପଠାଇଦେଇଛି । ଶବବ୍ୟବଛେଦ ରିପୋର୍ଟ ଆସିଲେ ମୁତୁ୍ୟର ରହସ୍ୟ ଜଣାପଡିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ମହମଦ ଜାମସେଦ ଜଣାଛନ୍ତି । ଏ ସମ୍ବଦ୍ଦରେ ପାଟକୁରା ଥାନାରେ ଅପମୁତୁ୍ୟ କେସ ନଂ ୧ ରେ ରୁଜୁକରାଯାଇ ତଦନ୍ତ ଚଲୁରହିଛି ।
