ଠାକୁରମୁଣ୍ଡା ତା ୦୧/୦୨ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଦିନ ଧରି ଚାଲିବାକୁ ଥିବା ୩୬ ତମ ଜିଲ୍ଲା ସ୍ତରୀୟ ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଶନିବାର ଦିନ ଉଦଘାଟିତ ହୋଇଯାଇଛି।ଉଦଘାଟନ କାର୍ଯ୍ୟକ୍ରମ ରେ ଠାକୁରମୁଣ୍ଡା ବ୍ଲକ ଶିକ୍ଷାଅଧିକାରୀ ମନରଞ୍ଜନ ବାରିକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବରେ କରଞ୍ଜିଆ ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଯୋଗ ଦେଇ ଏହି ଅବସର ରେ ଜୁନିୟର ରେଡ଼କ୍ରସ ସ୍ୱାସ୍ଥ୍ୟ, ସେବା ସହିତ ବିଶ୍ୱ ବନ୍ଧୁତା ର ମନୋଭାବ ନେଇ ଦେଶ ପାଇଁ କାର୍ଯ୍ୟକରିବା ଉଚିତ ବୋଲି କହିଥିଲେ।ମୁଖ୍ୟବକ୍ତା ଭାବରେ ଜୁନିୟର ରେଡ଼କ୍ରସ ରାଜ୍ୟ ପୂର୍ବତନ ଅଧିକାରୀ ଗୁରୁଚରଣ ବେହେରା,ସମ୍ମାନିତ ଅତିଥି ଭାବରେ ଠାକୁରମୁଣ୍ଡା ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକ,ସିୱାଇଏସଡି ପ୍ଲାନ ପ୍ରକଳ୍ପ ସଂଯୋଜକ ମହେଶ ଛାଟୋଈ,ଆୟୋଜକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କରୁଣାକର ମହାନ୍ତ ଉପସ୍ଥିତ ଥିଲେ।ଠାକୁରମୁଣ୍ଡା ଶିକ୍ଷା କାର୍ଯ୍ୟାଳୟ ର ଅଧିକାରୀ ସତ୍ୟନାରାୟଣ ଦାସ ସଭାରେ ସ୍ୱାଗତ ଭାଷଣ ଦେଇଥିଲେ ସ୍ମୃତିରଂଜନ ପାଣି ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ଶାରୀରିକ ଶିକ୍ଷାଅଧିକାରୀ ତଥା ଜୁନିୟର ରେଡ଼କ୍ରସ ର ଜିଲ୍ଲା ସମ୍ପାଦକ ଭାଗୀରଥି ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନ ରେ ଅନୁଷ୍ଠିତ ଶିବିରରେ ପୂର୍ବତନ ଜୁନିୟର ରେଡ଼କ୍ରସ ଜିଲ୍ଲା ସଂଗଠକ ବିଜୟ କୁମାର ମହାନ୍ତି, ପୂର୍ବତନ ଜିଲ୍ଲା ସଂଯୋଜକ ନିରୁପମ ଦାସ,ଜୁନିୟର ରେଡ଼କ୍ରସ ରାଜ୍ୟସାଧନ କର୍ମୀ ଦିଲ୍ଲୀପ କୁମାର ଷଡଙ୍ଗୀ ଙ୍କୁ ଉଲ୍ଲେଖଯୋଗ୍ୟ ଅବଦାନ ଯୋଗୁଁ ମାନପତ୍ର ସହିତ ଉପଢୌକନ ଦେଇ ଏହି ଅବସର ରେ ସମ୍ବର୍ଦ୍ଧିତ କରାଯାଇଥିଲା।୩ଦିନ ଧରି ରେଡକ୍ରସ ର ଏହି ଶିବିରରେ ରେଡ଼କ୍ରସ ର ଜନ୍ମ ଓ ଇତିହାସ, ପ୍ରାଥମିକ ଚିକିତ୍ସା, ସଡକ ସୁରକ୍ଷା, ରେଡ଼କ୍ରସ ର ଲକ୍ଷ୍ୟ ଓ ଉଦେଶ୍ୟ,ବିଦ୍ୟାଳୟରେ ଜୁନିୟର ରେଡ଼କ୍ରସ ର କାର୍ଯ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହିତ ପ୍ରତିଯୋଗିତା ଅନୁଷ୍ଠିତ ହେବ।ଶିବିରରେ ଶିକ୍ଷକ ଭାବରେ ବାମନ ଚନ୍ଦ୍ର ମହାନ୍ତି, ସୋମନାଥ ନାୟକ,ଠାକୁରମୁଣ୍ଡା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ର ସତ୍ୟନାରାୟଣ ଦାସ,ଉମାକାନ୍ତ ବେହେରା, ଡ଼ଃ ଶଶୀଧର ବିଶ୍ୱାଳ,ସୃତି ରଂଜନ ପାଣି,ରମାକାନ୍ତ ମହାନ୍ତ,ଭାରତୀ ବେବର୍ତା ପ୍ରମୁଖ ଯୋଗ ଦେଇଛନ୍ତି।ରେଡ଼କ୍ରସ କାଉନ୍ସେଲୋର ରତିକାନ୍ତ ଵୈଦ୍ୟ, ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ମଲ୍ଲିକ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।ଶିବିର ରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରୁ ପ୍ରାୟ ୪୦୦ରୁ ଉର୍ଦ୍ଧ ଜୁନିୟର୍ସ ଯୋଗ ଦେଇଥିବାର ଜଣାଯାଇଛି।