Odisha news

ବୋରିଗୁମ୍ମା ରେ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ।

0

ବୋରିଗୁମ୍ମା- ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୋରିଗୁମ୍ମା ରେ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବର୍ଷ ର ମାଘ ମାସର ଶେଷ ଶୁକ୍ରବାର ଦିନ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଥାଏ। ବୋରିଗୁମ୍ମା ର ପ୍ରସିଦ୍ଧ ପୀଠ ଭୈରଵ ମନ୍ଦିରରେ ଶ୍ରଦ୍ଧାଳୁମାନେ ସକାଳୁ ଭୈରଵ ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥାନ୍ତି। ମନ୍ଦିର ପରିଚାଳନା କମିଟି ତରଫରୁ ଭକ୍ତ ଙ୍କ ନିମନ୍ତେ ସମସ୍ତ ସୁବିଧା ସୁଯୋଗ କରିଥିଲେ। ମହିଳା ଓ ପୁରୁଷ ଭକ୍ତ ମାନେ ଲମ୍ବା ଲାଇନ ରେ ଭୈରଵ ଙ୍କ ପୂଜାର୍ଚ୍ଚନା କରିଥିଲେ। ଏଥିସହ ଭୈରଵ ମନ୍ଦିର ପାର୍ଶ୍ୱରେ ଥିବା ଶୈବ ପୀଠ ପାତାଳେଶ୍ୱର ମନ୍ଦିର କୁ ଭକ୍ତ ମାନେ ଯାଇ ଶିବ ଭଗବାନ ଙ୍କୁ ଦର୍ଶନ କରିବା ସହ ପୂଜା କରିଥିଲେ। ସମସ୍ତ ଭକ୍ତ ଙ୍କ ନିମନ୍ତେ ସାମୁହିକ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। କିଛି ମାନସିକ ଧାରୀ ଭକ୍ତ ଭୈରଵ ନିକଟରେ କୁକୁଡ଼ା ଓ ଛେଳି ବଳି ଦେବାର ଦେଖାଦେଇଛି। ଅପରାହ୍ଣ ରେ ପୁରୁଣା ବୋରିଗୁମ୍ମା ରୁ ବିଭିନ୍ନ ଗ୍ରାମରୁ ଆସିଥିବା ଲାଠି ଦେଵତା ମାନେ ଏକ ଶୋଭାଯାତ୍ରାରେ ଭୈରଵ ମନ୍ଦିର ଯାଇଥିଲେ। ପ୍ରତି ତିନି ବର୍ଷ ରେ ଥରେ ବାଲିଯାତ୍ରା ଅନୁଷ୍ଠିତ ହୁଏ। ଚଳିତ ବର୍ଷ ବୋରିଗୁମ୍ମା ରେ ବାଲିଯାତ୍ରା ଅନୁଷ୍ଠିତ ହେବ। ବୋରିଗୁମ୍ମା ବ୍ଲକ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଭକ୍ତ ଙ୍କ ସମାଗମ ହେବାର ସମ୍ଭାବନା ରହିଛି। ସନ୍ଧ୍ୟା ସମୟରେ ମିନବଜାର ଲୋକଙ୍କ ମନୋରଞ୍ଜନ କରୁଥିବା ଦେଖାଦେଇଛି।

Leave A Reply