ପୋଲସରା ୦୪/୦୬ : ପୋଲସରା ବ୍କକ ଅନ୍ତର୍ଗତ ରୁମାଗଡ ପଞ୍ଚାୟତ କୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ କଣ୍ଟନମେଣ୍ଟ ଯୋନ ଘୋଷଣା କରିଛନ୍ତି। ଶ୍ରୀ କୁଲାଙ୍ଗେ ତାଙ୍କର ଆବାସିକ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୭୩୩ ରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଚଳିତ ମାସ ୧୩ ତାରିଖ ଦିନ ପର୍ଯ୍ୟନ୍ତ ରୁମାଗଡ ପଞ୍ଚାୟତ ଅନ୍ତର୍ଗତ ରୁମାଗଡ , ଖପରାଗଣ୍ଡା , ଭାଟଖାଲି ଏବଂ କନ୍ଧପଲି ଗ୍ରାମକୁ କଣ୍ଟାଇନମେଣ୍ଟ ଯୋନ୍ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସେବା କୁ ବାଦ ଦେଲେ ଅନ୍ୟ କୌଣସି ଦୋକାନ ବଜାର ଆଦୌ ଖୋଲିବ ନାହିଁ।
ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ସମସ୍ତ ଗ୍ରାମର ପ୍ରବେଶ ପଥ କୁ ଅବରୋଧ କରି ରଖାଯିବ। ସ୍ୱାସ୍ଥ୍ୟଗତ କାରଣ ବ୍ୟତିତ ଅନ୍ୟ କୌଣସି କାରଣ ପାଇଁ କେହି ବି ଘରୁ ବାହାରକୁ ବାହାରି ପାରିବେ ନାହିଁ। ଏଥିପାଇଁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରୁମାଗଡ ପଞ୍ଚାୟତ ର ସମସ୍ତ ପ୍ରବେଶ ପଥ କୁ ବନ୍ଦ କରିବା ପାଇଁ। ସେହିପରି ଗ୍ରାମ କୁ ବିଶୋଧନ କରିବା ସକାଶେ ଦମକଳ ବାହିନୀ କୁ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରବେଶ ପଥରେ ଚେକ୍ ପୋଷ୍ଟ କରିବା ପାଇଁ ପୋଲସରା ଥାନା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତିତ ରୁମାଗଡ ପଞ୍ଚାୟତ ର ସମସ୍ତ ଙ୍କ ଘର ଘର ବୁଲି ସ୍କ୍ରିନିଂ କରିବା ସହିତ ସ୍ୱାବ୍ ସଂଗ୍ରହ ବ୍ୟବସ୍ଥା କରିବା ସକାଶେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ସ୍ୱଋ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଠାରୁ ରୁମାଗଡ ପଞ୍ଚାୟତ ରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ ଯେ ରୁମାଗଡ ଗ୍ରାମର ଗୋଟିଏ ପରିବାର ସୁରାଟ ରେ ରହୁଥିଲେ।
କରୋନା ଆତଙ୍କ ଯୋଗୁଁ ସୁରାଟ ର ସମସ୍ତ ସୁତା କଳ ବନ୍ଦ ହୋଇଯିବା ପରେ ଉକ୍ତ ପରିବାର ଗ୍ରାମ କୁ ଫେରି ଆସି ଗତ ମାସ ୩ ତାରିଖ ଠି ରୁମାଗଡ ସଂଗରୋଧ କେନ୍ଦ୍ର ରେ ରହିଥିଲେ। ସଂଗରୋଧ ଅବଧି ସରିବା ପରେ ନିଜ ଘରକୁ ଫେରିଥିଲେ। ତେବେ ୨୫ ତାରିଖ ଦିନ ସମ୍ପୃକ୍ତ ପରିବାର ର ଜଣେ ଗର୍ଭବତୀ ମହିଳା ଙ୍କ ଶରୀର ରେ କରୋନା ଭୁତାଣୁ ଥିବା ରିପୋର୍ଟ ଆସିଥିଲା। ଫଳରେ ସେହିଦିନ ଠାରୁ ମହିଳା ଜଣକ କୋଭିଡ୍ ହସପିଟାଲ ରେ ଚିକିତ୍ସାଧୀନ ଅଛନ୍ତି। ସମ୍ପୃକ୍ତ ମହିଳା ଙ୍କ ଶରୀର ରେ କରୋନା ଭୁତାଣୁ ଥୀ ଜଣା ପଡିବା ପରେ ତାଙ୍କ ପରିବାର ର ଅନ୍ୟ ସମସ୍ତ ଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା।ଚଳିତ ମାସ ୧ ତାରିଖ ଦିନ ସମ୍ପୃକ୍ତ ମହିଳା ଙ୍କ ସ୍ୱାମୀ , ପୁଅ ଏବଂ ଦିଅର ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣା ପଡିବା ପରେ ଗୋଷ୍ଠୀ ସଂକ୍ରମଣ କୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି ବୋଲି ରୁମାଗଡ ସରପଞ୍ଚ ରଶ୍ମିତା ଖଟୁଆ ଜଣାଇଛନ୍ତି।